ନିମାପଡ଼ାରେ ଗଡ଼ିଲା କୁନି ପିଲାଙ୍କ ହାତ ତିଆରି ରଥ ।
କୁନି ରଥରେ ଜଗତର ନାଥ ଜଗନ୍ନାଥ
ନିମାପଡ଼ା, ୨୭/୬(ଏପିନ୍ୟୁଜ) ଆଜି ବିଶ୍ବ ପ୍ରସିଦ୍ଧ ରଥଯାତ୍ରା। ସ୍ଥାନୀୟ ଅଞ୍ଚଳର କୁନିପିଲାମାନେ ରଥଯାତ୍ରା ଦେଖିବାକୁ ପୁରୀ ଯାଇ ପାରିନଥିଲେ। ସେହି ପିଲାମାନେ ଗୋଟିଏ ଛୋଟ ରଥ ନିର୍ମାଣ କରି ସେହି ରଥମଧ୍ୟରେ ପ୍ରୁଭୁ ଜଗନ୍ନାଥଙ୍କ କୁନି ମୁର୍ତ୍ତିକୁ ସ୍ଥାପନାକରି ପତିତପାବନ ମନ୍ଦିରରେ ପତିତପାବନଙ୍କ ନିକଟରେ ପୁଜା ଅର୍ଚ୍ଚନା କରି ବଡ଼ ବଜାରର ମଧ୍ୟରେ ରଥକୁ ଟାଣି ଟାଣି ନେଇଥିବା ଦୃଶ୍ୟ ସ୍ଥାନୀୟ ଲୋକମାନେ ଉପଭୋଗ କରିଥିଲେ। କୁନି ପିଲାମାନଙ୍କୁ ଠାରୁ ନୈବେଦ୍ୟ ଗ୍ରହଣ କରିଥିଲେ। ରଥଯାତ୍ରା ଅବସରରେ ପତିତପାବନ ମନ୍ଦିରେ ଆଜି ସ୍ବତନ୍ତ୍ର ପୁଜାନୀତି କରାଯାଇଥିଲା। ସ୍ଥାନୀୟ ଅଞ୍ଚଳର ଶହଶହ ଶ୍ରଦ୍ଧାଳୁ ପତିତପାବନ ମନ୍ଦିରରେ ଏକାଠିହୋଇ ପତିତପାବନଙ୍କୁ ପୁଜା ଅର୍ଚ୍ଚନା କରିଥିଲେ। ମନ୍ଦିରର ମୁଖ୍ୟ ପୁଜକ ଲକ୍ଷ୍ମୀଧର ପଣ୍ଡା ପତିତପାବନଙ୍କ ସମସ୍ତ ରୀତିନୀତି ସମାପନ କରିଥିଲେ। ଓଡ଼ିଶାର ପରମ୍ପାରଗତ ରଥଯାତ୍ରା ଉତ୍ସବ ପ୍ରତିବର୍ଷ ଭକ୍ତମାନେ ବଡ଼ ଉତ୍ସାହରେ ପାଳନ କରନ୍ତି । ଏହି ମହା ପାବଣ ଉତ୍ସାହରେ ଲୋକମାନେ ତାଙ୍କର ଭକ୍ତି ଓ ସାସ୍କୃତିକ ଏକତାକୁ ପ୍ରକାଶ କରନ୍ତି । ଗ୍ରାମୀଣ ଅଂଚଳରେ ଏହି ରଥଯାତ୍ରା ଉତ୍ସବ ଅନ୍ୟ ରୂପରେ ଦେଖାଯାଏ । ଯେଉଁଠାରେ ଶିଶୁମାନେ ଛୋଟ ରଥ ତିଆରି କରି ଏହାକୁ ଉତ୍ସବର ମୁଖ୍ୟ ଆକର୍ଷଣରେ ପରିଣତ କରନ୍ତି । ଗ୍ରାମୀଣ ଅଚଂଳରେ ରଥଯାତ୍ରା ପାଳନରେ ଶିଶୁମାନେ ବଡ଼ ଭୂମିକା ନିଭାଉଛନ୍ତି । ସେମାନେ ନିଜ ହାତରେ ରଥ ତିଆରି କରି ସେଥିରେ ମହପ୍ରଭୁ ଜଗନ୍ନାଥ, ବଡ଼ଭାଇ ବଳଭଦ୍ର, ଏବଂ ଭଉଣୀ ସୁଭଦ୍ରା ଙ୍କୁ ବସାଇ ରଥଯାତ୍ରା ଉତ୍ସବରେ ଆନନ୍ଦ ଉପଭୋଗ କରନ୍ତି । ଯେଉଁ ନନ୍ଦିଘୋଷ ତାଳଧ୍ୱଜ ଓ ଦର୍ପଦଳନ ରଥର ଛୋଟ ପ୍ରତିରୂପ ତିଆରି କରିଛନ୍ତି କୁନି କୁନି ପିଲା ମାନେ । ଅଣ୍ଢିଆ ଶାସନଠାରେ କୁନି ପିଲାଙ୍କ ହାତ ତିଆରି ରଥ ଅତ୍ୟନ୍ତ ମନୋରମ ଥିଲା ।
