ରାଜ୍ୟ

ପୈାର ବାସୀଙ୍କ ଉଦ୍ଦେଶ୍ୟରେ ରୁପାନ୍ତରିତ ଶିଶୁ ଉଦ୍ୟାନକୁ ଲୋକାର୍ପଣ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା

Spread It

 ନିମାପଡ଼ା(ଏ.ପି ନିୟୁଜ) ନିମାପଡ଼ା ବିକାଶର ଫର୍ଦ୍ଦରେ ଯୋଡ଼ିହେଲା ରୂପାନ୍ତରିତ ଶିଶୁ ଉଦ୍ୟାନ।  ପୈାର ପରିଷଦ ପକ୍ଷରୁ ଏକ କୋଟି ୩୦ ଲକ୍ଷ ଟଙ୍କା ବ୍ୟୟରେ ରୁପାନ୍ତରି ହୋଇଥିବା ଶିଶୁ ଉଦ୍ୟାନକୁ ଆଜି ସଂନ୍ଧ୍ୟାରେ  ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ମୁଖ୍ୟ ଅତିଥିଭାବେ  ଯୋଗଦେଇ  ନିମାପଡ଼ା  ଶହଶହ ଜନସାଧାରଣଙ୍କ  ଗହଣରେ  ଶିଶୁ ଉଦ୍ୟାନକୁ ପୈାରବାସୀଙ୍କ ଉଦ୍ଦେଶ୍ୟରେ ଉସର୍ଗ କରିଛନ୍ତି।ଲୋକର୍ପଣ ଉତ୍ସବରେ ନଗର ଉନ୍ନୟନ ସଚିବ ଉଷା ପାଢୀ ଏବଂ ଏନ.ଏ.ସି ଅଧ୍ୟକ୍ଷା ସସ୍ମିତା ସାହୁ, ଏନ.ଏସି ଅଧିକାରୀ  ଚିନ୍ମୟ ଦାସ, ଉପାଧ୍ୟକ୍ଷ ସନ୍ତୋ‌ଷ ଦାଶ କାଉନସିଲର ଧନୁର୍ଦ୍ଧର ଦାସ ଉପସ୍ଥିତ ଥିଲେ। ଏହି ରୁପାନ୍ତରିତ ଶିଶୁ ଉଦ୍ୟାନ ମଧ୍ୟରେ ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ାଙ୍କ ନିର୍ଦ୍ଦେଶରେ ଶିଶୁ ମାନଙ୍କ ଅବସର ବିନୋଦନ ପାଇଁ  ଖେଳ ସାମଗ୍ରୀ  ସହିତ କେଳକୁଦ କରିବା ପାଇଁ ବିସ୍ତୁତ ଘାସର ଲନ ରହିଛି। ତାହାସହିତ ଯୁବକମାନଙ୍କ ପାଇଁ ଏକ ଉତ୍କୃଷ୍ଟ ମୁକ୍ତାକାଶ  ବାୟାମ ଶାଳା, ସମସ୍ତ ବର୍ଗର ପୈାର ବାସୀଙ୍କ ପାଇଁ ଯୋଗ ପ୍ରାଣାୟମ ଗୃହ, ଶୈାଚାଳୟ, ୱାଟର ଫାଉଣ୍ଟେନ , ଥଣ୍ଡା ପିଇବାଜଳ ବିଭିନ୍ନ ପଶୁପକ୍ଷୀଙ୍କର  ପୁର୍ଣ୍ଣାଙ୍ଗ ମୃର୍ତ୍ତି ଶିଶୁ ଉଦ୍ୟାନକୁ ଶୋଭାମଣ୍ଡନ କରୁଛି। ତାସହିତ ଶିଶୁ ଉଦ୍ୟାନର ଆଲୋକ ସଜା ପୈାର ବାସୀଙ୍କ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଛି। ଶିଶୁ ଉଦ୍ୟାନ ସକାଳ ୬ରୁ ପୂର୍ବାହ୍ନ ୯ ଏବଂ ସନ୍ଧ୍ୟରେ ସେହି ସମୟରେ ଖୋଲା ରହିବ। ପୂର୍ବ ସରକାର ଅମଳରେ ମନ୍ତ୍ରୀ ଓ ତାଙ୍କ ରାଜନୈତିକ  ଅନୁଗତ ଏବଂ ଠିକାଦର ମିଶି  ଶିଶୁ ଉଦ୍ୟାନ ପାଇଁ ଆସିଥିବା ଅନୁଦାନକୁ ଲୁଟି ନେଇ  ଜରାଜିହ୍ନ ଅବସ୍ଥାରେ ଶିଶୁ ଉଦ୍ୟାନ ଛାଡ଼ି ଦେଇଥିଲେ।  ନୂଆସରକାର ଆସିବାପରେ ଉତ୍କର୍ଷ ନିମାପଡ଼ାର ବିନ୍ଧାଣୀ ସାଜିଥିବା ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା  ପୈାରବାସୀଙ୍କ ଅବସର ବିନୋଦ ପାଇଁ ଜରାଜିହ୍ନ ଅବସ୍ଥାରେ ପଡ଼ିଥିବା ଶିଶୁ ଉଦ୍ୟାନ କୁ ରୁପାନ୍ତରିତ କରି  ଜୀବନ୍ତ କରିଥିବା ବିଶିଷ୍ଟ ବ୍ୟକ୍ତିମାନେ କହିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ୁପମୁଖ୍ୟମନ୍ତ୍ରୀଙ୍କ ପ୍ରତିନିଧି ଯଚିନ୍ଦ୍ର ସ୍ବାଇଁ ସାସଂଦ ପ୍ରତିନିଧି ମୀନଲତା ମହାନ୍ତି ଯୁବ ନେତା ସାଇପ୍ରିତମ ପଟ୍ଟନାୟକ ଉପସ୍ଥିତଥିଲେ।   

Leave a Reply

Your email address will not be published. Required fields are marked *