ଖବର ପ୍ରସାରଣ ପରେ କାଉନସିଲରମାନେ ଏକାଠିହୋଇ ବୈଠକ କରିବାକୁ ନିଷ୍ପତି
ଖବର ପ୍ରସାରଣ ପରେ କାଉନସିଲରମାନେ ଏକାଠିହୋଇ ବୈଠକ କରିବାକୁ ନିଷ୍ପତି
ନିମାପଡ଼ା, (ଆଜି ପର୍ଯ୍ୟନ୍ତ ) ବହୁ ଦିନର ପ୍ରତିକ୍ଷା ପରେ କାଉନସିଲରଙ୍କ ଭିତରେ ଥିବା ରାଜନୈତିକ ଭେଦାଭାବକୁ ଭୁଲି ନିଜ ପଦ ସଂରକ୍ଷିତ ରଖିବା ପାଇଁ କାଉନସିଲ ବୈଠକ କରିବାକୁ ନିଷ୍ପତି କରିଛନ୍ତି। ୧୧ ତାରିଖରେ କାଉନସିଲ ବୈଠକ ଅନୁଷ୍ଠିତ ହୋଇଥିଲା। ଗତ ଛମାସଧରି ନିମାପଡ଼ା ଏନ.ଏ.ସିର କାଉନସିଲ ଅନୁଷ୍ଠିତ ହୋଇ ପାରୁନଥିଲା। ପ୍ରତିମାସରେ ଗୋଟିଏ ବୈଠକ ଅନୁଷ୍ଠିତ ହେବାର ବିଧିବ୍ୟବସ୍ଥା ରହିଛି। ଦୀର୍ଘ ୬ମାସଧରି ବୈଠକ ହୋଇନଥିବା କାରଣରୁ ୧୧ଜଣ କାଉନସିଲରଙ୍କ ପଦ ହରାଇବାର ଆଶଙ୍କା ରହିଥିଲା। ଖବର ପ୍ରକାଶ ପାଇବା ପରେ ଦଳମତ ନିର୍ବିଶେଷର ୧୧ ତାରିଖରେ ଏନ.ଏ.ସି କାଉନସିଲରମାନଙ୍କ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ମୁଖ୍ୟ ବିଷୟ ସହରୀ ବିକାଶ ଯୋଜନା ଉପରେ ଆଲୋଚନା ହୋଇଥିଲା। ସୁଚନା ଯୋଗ୍ୟ ଦୁଇ ରାଜନୈତିକ ପ୍ରତିଦ୍ନନ୍ଦି ଦଳ ବିଜେପି ଓ ବିଜେଡ଼ି ମଧ୍ୟରେ ଛକା ପଞ୍ଚା ଲାଗିରହିଥବାରୁ ଗତ ୬ମାସ ଧରି ବୈଠକ ଅନୁଷ୍ଠିତ ହୋଇପାରୁନଥିଲା । ବିଜେପି କାଉନସିଲରମାନେ ମିଶି ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣି ଅସଫଳ ହେବା ଦିନଠାରୁ ଏନ.ଏ.ସିରେ ଅଚଳାବସ୍ଥା ଲାଗିରହିଥିଲା। ଅଧ୍ୟକ୍ଷ ସସ୍ମିତା ସାହୁ ବୈଠକ କରିବାକୁ ନୋଟିସ ଜାରି କରୁଥିଲେ ମଧ୍ୟ ଅଧିକାଶଂ କାଉନସିଲର ବୈଠକରେ ଅନୁପସ୍ଥିତ ରହିବାରୁ କୋରମ ଅଭାବରୁ ବୈଠକ ଅନୁଷ୍ଠିତ ହୋଇପାରୁନଥିଲା। ଏନ.ଏ.ସି ର ଉନ୍ନୟନ କାର୍ଯ୍ୟ ଏକ ପ୍ରକାର ଠପ ହୋଇଯାଉଛି। ନିର୍ବାହୀ ଅଧିକାରୀ ମନଇଛା କାମ ଉନ୍ନୟନ କାର୍ଯ୍ୟନାମରେ ଠିକା ଦେବା ଆରମ୍ଭ କରିଥିଳେ। ଗତ ୧୧ତାରିଖରେ ଅନୁଷ୍ଠିତ ବୈଠକରେ ରାଜ୍ୟ ସରକାରଭ୍କ ସହରୀ ବିକାଶ ଯୋଜନା ଉପରେ ଆଳେଶଚନା କରାଯାଇଥିଲା। ଏହି ଯୋଜନାରେ ନିମାପଡ଼ା ଏନ.ଏ.ସିକୁ ୫ କୋଟୀ ଟଙ୍କାର ଅନୁଦାନ ମିଳିବର ସମ୍ଭାବନା ରହିଛି।
