ଟିୟର ଗ୍ୟାସ ମାଡ଼ରେ ବବି ଦାସ ଆହତ
ଟିୟର ଗ୍ୟାସ ମାଡ଼ରେ ବବି ଦାସ ଆହତ
ବାଲେଶ୍ୱର ଏଫଏମ କଲେଜ ଛାତ୍ରୀ ସୌମ୍ୟା ମୃତ୍ୟୁ ଘଟଣାର ନ୍ୟାୟିକ ତଦନ୍ତ ଦାବି କରି ବିଜେଡି ପକ୍ଷରୁ ଲୋକସେବା ଭବନ ଘେଉରା ବେଳେ ବବି ଦାସ ଆହତ ହୋଇଛନ୍ତି । ପୋଲିସର ଲୁହ ବୁହା ଗ୍ୟାସ ମାଡରେ ବବି ଆହତ ହୋଇ କ୍ୟାପିଟାଲ ହସପିଟାଲରେ ଭର୍ତି ହୋଇଥିବା ଜଣାପଡିଛି । ଏଫଏମ କଲେଜ ଛାତ୍ରୀ ସୌମ୍ୟା ମୃତ୍ୟୁ ଆତ୍ମହୁତି ଘଟଣାକ୍ୁ ନେଇ ଆଜି ବିଜେଡି ପକ୍ଷରୁ ଲୋକସେବା ଭବନ ଘେରାଉ କରାଯାଇଥିଲା । ଶତାଧିକ ବିଜେଡି ନେତା ଓ କର୍ମୀ ଏକ ଶୋଭାଯାତ୍ରାରେ ଆସି ଲୋକସେବା ଭବନ ଘେରାଉ କରାଯାଇଥିଲା । ଏହି ସମୟରେ ବିଜେଡି କର୍ମୀମାନେ ପୋଲିସ ବ୍ୟାରିକେଡ ଭାଙ୍ଗି ଲୋକସେବା ଭବନ ଆଡକୁ ଧସେଇ ପସିବାକୁ ଉଦ୍ୟମ କରିଥିଲେ । ପରିସ୍ଥିତି ଅଣଆୟତ ହେବାରୁ ପୋଲିସ ପକ୍ଷରୁ ଟିୟର ଗ୍ୟାସ ଓ ରବର ଗୁଳି ମାଡ କରାଯାଇଥିଲା । ଏଥିରେ ବରିଷ୍ଠ ବିଜେଡି ନେତା ବବି ଓରଫ ପ୍ରଣବପ୍ରକାଶ ଦାସ ଆହତ ହୋଇଥିଲେ । ତାଙ୍କୁ ତୁରନ୍ତ କ୍ୟାପିଟାଲ ହସପିଟାଲରେ ଭର୍ତି କରାଯାଇଥିଲା । ପରେ ପୋଲିସ ବିଜେଡି ନେତାମାନଙ୍କୁ ଗିରଫ କରିଥିଲା ।
