ରାଜ୍ୟ

ଅଗ୍ନି ନିରାପତ୍ତା ସଚେତନତା ଶିବିର ଅନୁଷ୍ଠିତ

Spread It
ଅଗ୍ନି ନିରାପତ୍ତା ସଚେତନତା ଶିବିର ଅନୁଷ୍ଠିତ
ଚାରିଛକ,( ଏ ପି ନ୍ୟୁଜ) ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ ଚାରିଛକ ସ୍ଥିତ ଅନ୍ନପୂର୍ଣ୍ଣା ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ଏକ ଅଗ୍ନି ନିରାପତ୍ତା ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ନିମାପଡ଼ା ସ୍ଥିତ ଅଗ୍ନି ସେବାକେନ୍ଦ୍ରର ଅଧିକାରୀ ସରୋଜ କାନ୍ତ ସାହୁ, ଶୁଭେନ୍ଦୁ ଲେଙ୍କା, ସରୋଜ କୁମାର ସେନାପତି, ଚିତ୍ରସେନ ଦାସ, ସୌରଭ ରଞ୍ଜନ ଓଝା, ଶଶୀକାନ୍ତ ମୁଦୁଲି ପ୍ରମୁଖ ଅଗ୍ନିସେବା କର୍ମଚାରୀ ମାନେ ହଠାତ ବିଦ୍ୟାଳୟ ରେ ଅଗ୍ନିକାଣ୍ଡ ଘଟିଲେ କିପରି ନିଜେ ସୁରକ୍ଷିତ ରହିବା ସହିତ ଅନ୍ୟକୁ ସାହାଯ୍ୟ ସହଯୋଗ ଯୋଗାଇ ଦେବ, ଅଗ୍ନି କୁ କିପରି ନିର୍ବାପିତ କରିହେବ ସେ ସମ୍ପର୍କ ରେ ଅଗ୍ନିଶମ କର୍ମଚାରୀ ମାନେ ଛାତ୍ର ଛାତ୍ରୀ ମାନଙ୍କୁ ମକ ଡ୍ରିଲ କରି ସଚେତନ କରି ଥିଲେ। ଏହି ଅବସରରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ମନସ୍ଵିନୀ ଲେଙ୍କା ଙ୍କ ସଭାପତିତ୍ଵ ରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା। ଶିକ୍ଷକ ପ୍ରଦୀପ୍ତ ଚନ୍ଦ୍ର ସାହୁ, ଶିକ୍ଷୟତ୍ରୀ କ୍ରିଷ୍ଣା ମହାପାତ୍ର,ରାନୀ ବସ୍ତିଆ, ଆଦ୍ୟାଶା ପ୍ରିୟଦର୍ଶିନୀ,ବିଭୁପ୍ରସନ୍ନ ଦାଶ, ମାନସ ରଞ୍ଜନ ନାୟକ, ଶିବବ୍ରତ ମଲ୍ଲ ପ୍ରମୁଖ ଯୋଗ ଦେଇ ଛାତ୍ର ଛାତ୍ରୀ ମାନଙ୍କୁ ଅଗ୍ନିକାଣ୍ଡ ର ନିରାକରଣ ଓ ଅଗ୍ନିକାଣ୍ଡ ଘଟିଲେ କି କି ପଦକ୍ଷେପ ଗ୍ରହଣ କରିବାକୁ ପଡ଼ିବ ସେ ସମ୍ପର୍କ ରେ ସଚେତନ କରିଥିଲେ।

Leave a Reply

Your email address will not be published. Required fields are marked *