ରାଜ୍ୟ

ପୁରୀ ଜିଲା ଯାତ୍ରା କମିଟି ସୁରକ୍ଷା ମଚଂ ପୁରୀ  ପକ୍ଷରୁ  ଫତୁଆଜାରୀ

Spread It

ପୁରୀ ଜିଲା ଯାତ୍ରା କମିଟି ସୁରକ୍ଷା ମଚଂ ପୁରୀ  ପକ୍ଷରୁ  ଫତୁଆଜାରୀ

ନିମାପଡ଼ା,୨୦/୭(ଏପିନ୍ୟୁଜ) ପୁରୀ ଜିଲା ଯାତ୍ରା କମିଟି ସୁରକ୍ଷା ମଂଚର  ଜିଲା ଓ କମିଟି ମାନଙ୍କ ଏକ ବୈଠକ ଆଜି ଶ୍ରୀରାମ କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି। ପୁରୀ ଜିଲା ଯାତ୍ରା କମିଟି ସୁରକ୍ଷା ମଂଚ ୨୦୨୫ ପକ୍ଷରୁ ୭ଟି କଥା ଉପରେ ବୈଠକ ପରେ ଫତୁଆ ଜାରି କରାଯାଇଛି।  ଯାତ୍ରା ମାଲିକମାନେ ପୁରୀ ଜିଲା ଯାତ୍ରା କମିଟି ପକ୍ଷରୁ ଜାରି କରାଯାଇଥିବା ସଟି ପଏଣ୍ଟକୁ  ନମାନିଲେ ୨୦୨୬- ୨୭ ବର୍ଷରେ ଯାତ୍ରା ବୁକିଂ ବନ୍ଦ କରାଯିବ ବୋଲି  ପୁରୀ ଜିଲା ଯାତ୍ରାକମିଟି ସୁରକ୍ଷା ମଂଚର ସଭାପଥି ଜୟନାରାୟଣ ମିଶ୍ର ଏବଂ ସପାଦକ ପୁର୍ଣ୍ଣ ଚନ୍ଦ୍ର ମହାପାତ୍ର ଘୋଷଣା କରିଛନ୍ତି। ଆଜି ନିମାପଡ଼ା ମହାବୀର ଯାତ୍ରାକମିଟୀ ସଭାପତି  ଆଲୋକ ମଲିକଙ୍କ ସଂଯୋଜନାରେ ସୁରକ୍ଷା ମଂଚର ବୈଠକ ଅନୁଷ୍ଠିତ ହୋଇଥିଲା।  ଆଜିର ବୈଠକରେ ପୁରୀ ଜିଲାର ବିଭିନ୍ନ ସ୍ଥାନରୁ ୪୦ଟି କମିଟି  ଓ ନିମାପଡ଼ାର ୧୩ଟି କମିଟି ଯୋଗଦେଇଥିଲେ। ବୈଠକରେ ଯୋଗଦେଇଥିବା ସମସ୍ତ ସଭ୍ୟ ଠିଆ ହୋଇ ଜଗନ୍ନାଥଙ୍କ ନାମରେ ସମଶ୍ବରରେ ଶପଥ କରିଥିଲେ ଯାତ୍ରା କମିଟି ଏକତା ମଧ୍ୟରେ ରହିବୁ।  ଯାତ୍ରା ମାଳିକମାନେ କହିଛନ୍ତି ଏବେ ବୁକିଂ ସରଛି ତେଣୁ ଆଗାମୀ ଋତୁରେ କମିଯିବା ଦାବୀ ଗୁଡିକ ପ୍ରତି ବିଚାର କରାଯିବ। ଏହି ବୈଠକରେ ଓଡ଼ିଶା ଯାତ୍ରା ସୁରକ୍ଷା କମିଟି ଖଣ୍ଡଗିରୀ ଭୁବନେଶ୍ବର ସଭାପତି ରଘୁନାଥ ମହାନ୍ତି, ସରୋଜ କୁମାର ସ୍ବାଇଁ, ପ୍ରମୋଦ କୁମାର ମିଶ୍ର, ମହେଶ୍ବର ଦାସ ପ୍ରମୁଖ କର୍ମକର୍ତ୍ତାମାନେ ବୈଠକରେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *