ବିଦ୍ୟାଳୟ ଖେଳପଡିଆ ରେ ଅଦା ଓ ସାରୁ ଚାଷ। କାର୍ଯ୍ୟାନୁଷ୍ଠାନ ପାଇଁ ଦାବି
ବିଦ୍ୟାଳୟ ଖେଳପଡିଆ ରେ ଅଦା ଓ ସାରୁ ଚାଷ। କାର୍ଯ୍ୟାନୁଷ୍ଠାନ ପାଇଁ ଦାବି
ଚାରିଛକ,( ଏ ପି ନ୍ୟୁଜ) ଛାତ୍ରଛାତ୍ରୀ ମାନେ ବିଦ୍ୟାଳୟ ରେ ପାଠ ପଢ଼ିବା ସହିତ ଖେଳ କୁଦ କରିବା ପାଇଁ ରାଜ୍ୟ ସରକାର ଙ୍କ ଗଣ ଶିକ୍ଷା ବିଭାଗ ଲକ୍ଷ ଲକ୍ଷ ଟଙ୍କା ବ୍ୟୟ କରି ବିଦ୍ୟାଳୟ ଭିତ୍ତିଭୂମି ର ଉନ୍ନତୀ କରଣ କରୁଛନ୍ତି। କିନ୍ତୁ ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ ଚାରିଛକ ନିକଟସ୍ଥ ତୁଳସୀପୁର ପ୍ରାଚୀ ବାଳିକା ବିଦ୍ୟାପୀଠ ର ଖେଳ ପଡିଆ ରେ ଜୈନିକ ଶାସକ ଦଳ ନେତା ବେଆଇନ ଭାବେ ଅଦା ଆଉ ସାରୁ ଚାଷ କରିଥିବାରୁ ଅଭିଭାବକ ମାନଙ୍କ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ବିଦ୍ୟାଳୟ ର ଖେଳ ପଡିଆ ରେ ଚାଷ କାର୍ଯ୍ୟ ହୋଇ ଥିବାରୁ ଛାତ୍ରୀ ମାନେ ନାହିଁ ନ ଥିବା ଅସୁବିଧା ର ସମୁଖୀନ ହେଉଛନ୍ତି । ଏଥିପାଇଁ ସ୍ଥାନୀୟ ବୁଦ୍ଧିଜୀବୀ ମାନେ ଅସନ୍ତୋଷ ପ୍ରକାଶ କରି ସ୍ଥାନୀୟ ବିଧାୟିକା ତଥା ଉପ ମୁଖ୍ୟମନ୍ତ୍ରୀ ଙ୍କ ନିକଟରେ ଅଭିଯୋଗ କରିଛନ୍ତି।ବିଦ୍ୟାଳୟ ର ଖେଳ ପଡିଆ କୁ କାହା ପରାମର୍ଶ ରେ ଚାଷ କରାଯାଉଛି ତାହା ଏବେସାଧାରଣ ରେ ପ୍ରଶ୍ନ ବାଚୀସୃଷ୍ଟି କରିଛି। ସରକାର ଙ୍କ ତରଫରୁ ବିଦ୍ୟାଳୟ ଗୁଡିକୁ ସରସ ସୁନ୍ଦର କରିବା ପାଇଁ ଲକ୍ଷ୍ୟ ଲକ୍ଷ୍ୟ ଟଙ୍କା ଖର୍ଚରେ ବିଭିନ୍ନ ପ୍ରକାର ପାର୍କ, ପିଲା ଖେଳ ଛୁଟି ସମୟ ରେ ଖେଳିବା ପାଇଁ ଖେଳ ପଡିଆ, ଫୁଲ ବଗିଚା, ପିଲା ଖେଳିବା ପାଇଁ ଖେଳ ସରଞ୍ଜମ କରୁଥିବା ବେଳେ ଏଠାରେ ତାହାର ଓଲଟା ପ୍ରତିଛବି ଦେଖିବାକୁ ମିଳୁଛି। ବଡ ଦୁଃଖର କଥା ସ୍କୁଲ ରେ ଥିବା ଖେଳ ପଡିଆ କୁ ଯଦି ଅଦା ଓ ସାରୁ ଚାଷ କରାଯାଏ ତେବେ ଖେଳ ଛୁଟି ସମୟ ରେ ଛାତ୍ରୀ ମାନେ ଖେଳିବେ କେମିତି ତାହା ଏବେ ସାଧାରଣ ରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ବିଦ୍ୟାଳୟ ଭିତରେ ହେଉଥିବା ଅଦା ଓ ସାରୁ ଚାଷ କାହା ନିର୍ଦ୍ଦେଶ ରେ ହେଉଛି ବୋଲି ତୁଳସୀପୁର ର ଅଞ୍ଚଳବାସୀ ପ୍ରଶ୍ନ କରିଛନ୍ତି।ଏ ସମ୍ପର୍କ ରେ ଆମେ ପ୍ରଧାନ ଶିକ୍ଷୟତ୍ରୀ ଙ୍କୁ ପଚାରିବାରୁ ସେ କିଛି ପ୍ରତିକ୍ରିୟା ଦେବେ ନାହିଁ ବୋଲି ମନା କରି ଦେଇଥିଲେ ଏବଂ କହିଥିଲେ ବର୍ଷା ଦିନ ଚାଲିଥିବାରୁ ସେଠାରେ ପିଲାମାନେ ଖେଳି ପାରିବେ ନାହିଁ ।ସେଥିପାଇଁ ଅଦା ଚାଷ କରାଯାଇଛି ଏବଂ ଏହା ଅଗଷ୍ଟ ମାସ ପ୍ରଥମ ସପ୍ତାହ ସୁଦ୍ଧା ସରିଯିବ ତା ପରେ ପିଲାମାନେ ସେଠି ଖେଳି ପାରିବେ। ଅଦା ଓ ସାରୁ ଚାଷ ରୁ ଯାହା ଲାଭ ହେବ ତାହା ସ୍କୁଲ ର ଉନ୍ନତିକରଣ କାର୍ଯ୍ୟରେ ଲାଗିବ।ବିଦ୍ୟାଳୟ ରେ ଯାହା ବି କାର୍ଯ୍ୟ ହେଉଛି ବିଦ୍ୟାଳୟ ର ଥିବା କମିଟି ମେମ୍ବର ମାନଙ୍କ ନିଷ୍ପତ୍ତି ରେ ହେଉଛି ବୋଲି ପ୍ରଧାନ ଶିକ୍ଷୟତ୍ରୀ ପ୍ରକାଶ କରିଛନ୍ତି। ତେବେ କମିଟି ରେ ଥିବା ମେମ୍ବର ପ୍ରଫେସର ଗୋପିନାଥ କର ଙ୍କୁ ପଚାରିବାରୁ ସେମିତି କିଛି ରିଜୁଲେସନ କମିଟି ରେ ପାସ ହୋଇନାହିଁ । ତେଣୁ ପ୍ରାଚୀ ବାଳିକା ବିଦ୍ୟାପୀଠ ର ଖେଳ ପଡିଆ ରେ ହୋଇଥିବା ଅଦା ଓ ସାରୁ ଚାଷ ସମ୍ପର୍କ ରେ ତଦନ୍ତ କରାଯାଇ ତୁରନ୍ତ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ନିମାପଡା ବିଧାୟିକା ତଥା ରାଜ୍ୟ ଉପ ମୁଖ୍ୟମନ୍ତ୍ରୀ, ଗଣ ଶିକ୍ଷାମନ୍ତ୍ରୀ, ବ୍ଲକ ଓ ଜିଲ୍ଲା ଶିକ୍ଷା ଅଧିକାରୀ ମାନଙ୍କ ନିକଟରେ ତୁଳସୀପୁର ଗ୍ରାମ୍ୟ କମିଟି ସଭାପତି ବନ ବିହାରୀ ଦାଶ ଦାବି କରିଛନ୍ତି।
