ରାଜ୍ୟ

ଶିକ୍ଷକଙ୍କ ଆକ୍ରମଣ କାରୀ  ଗିରଫ ହେବା ଭୟରେ ତାଳ ଗଛରେ ଚଢି  ଗୋଟିଏ ଦିନ ଲୁଚିଲା । ପୁଲିସକୁ ନାକେଦମ କଲା

Spread It

ଅସ୍ତରଙ୍ଗ୨୭/୬ (ଏ.ପି ନିୟୁଜ) ଚାରିଜଣ ଦୁର୍ବୁତ୍ତ ସରିପୁର ପ୍ରାଥମିକ ବିଦ୍ୟାଳୟରେ ପଶି ଅକ୍ଷୟ ବିଶ୍ବାଳ ନାମକ ଶିକ୍ଷକଙ୍କୁ ମାରଣାସ୍ତ୍ର ଧରି ଆକ୍ରମଣ କରି ଗୁରୁତର କରିଥିବାନେଇ ଅସ୍ତରଙ୍ଗ ପୁଲିସରେ ଆହତ ଶିକ୍ଷକ ପରିବାର ପକ୍ଷରୁ ଅଭିଯୋଗ ହୋଇଛି। ପୁଲିସ ଘଟଣାର ତଦନ୍ତ କରି ଆକ୍ରମଣକାରୀଙ୍କ ମଧ୍ୟରୁ ତିନିଜଣ ଅଭିଯୁକ୍ତଙ୍କୁ  ଗିରଫ କରିଥିଲେ। ସେମାନଙ୍କ ମଧ୍ୟରୁ  ଜଣେ ଅଭିଯୁକ୍ତ ଫେରାର ହୋଇଯାଇ  ଘଟଣାସ୍ଥଳରୁ ୫କିମିଦୂର ରାଇଁବେରୁହଁ ଗ୍ରାମରେ ଥିବା ଏକ ଡ଼େଙ୍ଗା ତାଳଗଛରେ ଚଢିଯାଇ  ଗୋଟିଏ  ଦିନ ଲୁଚିରହିଥିଲା। ଗଛରେ ରହି ବିଭିନ୍ନପ୍ରକାର ନାଟକବାଜି କରିଥିଲା। ଖବର ପାଇ ଘଟଣାସ୍ଥଳରେ ପହଁଞ୍ଚି ପୁଲିସ ଓ ଆଗ୍ନିଶମ ବାହିନୀର ଜବାନଙ୍କ ସହିତ ଗ୍ରାମବାସୀମାନେ  ଯୁବକକୁ ବହୁ ବୁଝାଇବାପରେ ଗଛରୁ ଓହ୍ଲାଇନଥିଲା ରାତିହେବାରୁ ଅଭିଯୁକ୍ତ ଯୁବକ ଗଛରୁ ଓହ୍ଲାଇ ତଳକୁ ଆସିବାରୁ ପୁଳିସ ଅଭିଯୁକ୍ତକୁ ଗିରଫ କରିଥିଲେ। ଦୁର୍ବୁତଙ୍କ ଆକ୍ରମଣରେ ଶିକ୍ଷକଙ୍କ ଅବସ୍ଥାଗୁରୁତର ଥିବାରୁ ଅଧିକ ଚିକିତ୍ସାପାଇଁ ଭୁବନେଶ୍ବର ନିଆଯାଇଛି। ବିଦ୍ୟାଳୟର ଅଭିଭାବକ କମିଟି ବୈଠକ ସରିବା ପରେ ଯୋଜନାବନ୍ଧଭାବେ ଶିକ୍ଷକଙ୍କୁ ଆକ୍ରମଣ କରାଯାଇଥିଲା। ଆକ୍ରମଣକାରୀ ଯୁବକମାନେ କାରଏବଂ ବାଇକ ଯୋଗେ ଘଟଣାସ୍ଥଳକୁ ଆସିଥିଲେ

Leave a Reply

Your email address will not be published. Required fields are marked *