ରାଜ୍ୟ

ଟେଣ୍ଡର କରାନଯାଇ କ୍ରସ ୱାରିଅରର କାର୍ଯ୍ୟାଦେଶ ବଟଂନ ଅଭିଯୋଗ

Spread It

ଟେଣ୍ଡର କରାନଯାଇ କ୍ରସ ୱାରିଅରର କାର୍ଯ୍ୟାଦେଶ ବଟଂନ ଅଭିଯୋଗ

ନିମାପଡ଼ା,୩୧/୭(ଏ.ପି ନ୍ୟୁଜ) ପୁର୍ତ ବିଭାଗ ଭୁବନେଶ୍ୱର ଡ଼ିଭିଜନ ୨ଅଧିନରେ ଥିବା ସରଦେଇପୁର ସେକସନ ଅଧିନରେ ନିମାପଡ଼ା – ବାଲିପାଟଣା ମୁଖ୍ୟ ରାସ୍ତା ରହିଛି। ଏହି ରାସ୍ତା ପାଶ୍ୱରେ କ୍ରସ ୱାରିଅର ଲଗାଇବା କାର୍ଯ୍ୟ ଟେଣ୍ଡର କରାନଯାଇ ମନମୁଖୀ କାର୍ଯ୍ୟାଦେଶ ବଟଂନ କରାଯାଇଛି ବୋଲି ପୂର୍ବତନ ସମିତି ସଭ୍ୟ ପ୍ରଦିପ୍ତ ମୁଖୀ ଅଭିଯୋଗ କରିଛନ୍ତି। ନିମାପଡ଼ା – ବାଲିପାଟଣା ରାସ୍ତାର ନିମାପଡ଼ା ଥାନା ଅଧିନରେ ଥିବା ନିଆଁଗୋରଡ଼ା ଛକ ଠାରୁ ଓମଫେଡ଼ ପ୍ଲାଟଂ ଛକ ପର୍ଯ୍ୟନ୍ତ ୭କିମି ଦୀର୍ଘ ରାସ୍ତା ପାଶ୍ୱରେ କ୍ରସ ୱାରିଅର ଲଗାଯାଉଛି। ଏହି ପ୍ରକଳ୍ପର କାର୍ଯ୍ୟପାଇଁ ଏକ କିମି ବାଟ କ୍ରସ ୱାରିଅର ଲଗାଇବା ବିଭାଗ ପାଇଁ ୪୦ ଲକ୍ଷ ଟଙ୍କା ଅନୁଦାନ ରହିଛି। ଏହି ରାସ୍ତାର ସ୍ଥାନେ ସ୍ଥାନେ ଉଭୟ ପାଶ୍ୱରେ କ୍ରସ ସ୍ୱାରିଅର ଲଗାଯିବ। ଏହି ପ୍ରକଳ୍ପର କାମ ସବୁଠାରୁ କମଗେଜର ଟିଣ ବ୍ୟବହରହୋଇଛି। କ୍ରସ ୱାରିଅର ହେଉଛି ରାସ୍ତାକଡ଼ରେ ଟିଣ ବାଡ଼ ବସାଇବା। ଏହି ରାସ୍ତରେ ନଦୀନାଳ କିମ୍ବାବଡ଼ ପୋଖରୀ ନାହିଁ କଣପାଇଁ ରାସ୍ତାର ଯାଉଥିବା ଯାନଗୁଡ଼ିକୁ ସୁରକ୍ଷା ଦେବାପାଇଁ କୋଟୀ କୋଟୀ ଟଙ୍କ।। ଖର୍ଚ୍ଚ କରି କ୍ରସ ୱାରିଅର ଲଗାଯାଉଛି । ସରକାରୀ ଅର୍ଥକୁ ଲୁଟିବା ପାଇଁ ଉଦ୍ୟମ ହୋଇଥିବା ସାଧାରଣରେ ଆଲୋଚନା ଚାଲିଛି। ୭ କିମି ରାସ୍ତାପାଇଁ ୩କୋଟୀରୁ ଉର୍ଦ୍ଧ ଟଙ୍କା ବ୍ୟୟ ବରାଦ କରାଯାଇଥିବା ଅଭିଯୋଗକାରୀମାନେ ସୁଚନା ଦେଇଛନ୍ତି। ଏହି କାର୍ଯ୍ୟର ଟେଣ୍ଡର ମାଧ୍ୟମରେ ଠିକାଦାର ଚୟନ କରାନଯାଇ ବିଭାଗୀୟ ଯନ୍ତ୍ରୀ ଚୟନ କରିଥିବା ଠିକାସସ୍ଥାକୁ କାର୍ଯ୍ୟାଦେଶ ଦିଆଯାଇଛି ବୋଲି ସ୍ଥାନୀୟ ଲୋକମାନେ ଅଭିଯୋଗ କରିଛନ୍ତି। ଏ ସଂପର୍କରେ ବିଭାଗୀଯ ଯନ୍ତ୍ରୀ ସଚିନ ସାହୁଙ୍କ ମତାମତ ନେବାକୁ ତାଙ୍କ ମୋବାଇଲକୁ ଫୋନ କଲେ ଯନ୍ତ୍ରୀ ବାବୁ ଫୋନ ଉଠାଉ ନାହାଁନ୍ତି। ସ୍ଥାନୀୟ ଲୋକମାନେ ଦୁର୍ନିତି ନିବାରଣ ବିଭାଗ ପାଖରେ ଫେରାଦ ହେବାକୁ କାଗଜପତ୍ର ପ୍ରସ୍ତୁତ କରୁଥିବା ପୂର୍ବତନ ସମିତିସଭ୍ୟ ଶ୍ରୀ ମୁଖୀ କହିଛନ୍ତି।

Leave a Reply

Your email address will not be published. Required fields are marked *