ରାଜ୍ୟ

 କୋଚିଙ୍ଗ ସେଣ୍ଟର ଆଗରେ  ମଦ ଦୋକାନ  ଖୋଲିବାକୁ ଛାତ୍ରଛାତ୍ରୀଙ୍କ ବିରୋଧ

Spread It

 

 ଖେଲାର ,୭/୭(ଏ.ପି ନିୟୁଜ)  କୋଚିଙ୍ଗ ସେଣ୍ଟର ଆଗରେ ବିଦେଶୀ ମଦ ଦୋକାନ ଖୋଲିବାକୁ ଯାଉଥିବାରୁ  କୋମଳମତି ଛାତ୍ରଛାତ୍ରୀ ଓ ଶିକ୍ଷାବିତ ମାନେ ପୁରୀ ଜିଲାପାଙ୍କୁ ଚିଠି  ଲେଖି  ମଦ ଦୋକାନ ବନ୍ଦ କରିବାକୁ ଦାବୀ କରିଛନ୍ତି। ପିଲାମାନେ ଜିଲାପାଳଙ୍କ  ଦେଇଥିବା  ଚିଠିରେ ଉଲେଖ କରିଛନ୍ତି ନିମାପଡ଼ା ବ୍ଲକ ଅନ୍ତର୍ଗତ ଧନୁଆଁ ପଞ୍ଚାୟତାର ହରିଶପୁର ଗ୍ରାମ ନିକଟରେ ଏକ ବିଦେଶୀ ମଦ ଦୋକାନ ଖୋଲିବା ପାଇଁ ଜିଲାପ୍ରଶାସନ ଅନୁମତି ଦେଇଥିବା ଜାଣିବାକୁ ପାଇଲୁ। ଖୋଲିବାକୁ ଥିବା ବିଦେଶୀ ମଦ ଦୋକାନ ଚର୍ତୁପାଶ୍ବରେ ବହୁ ଲୋକ ଘରକରି  ତାଙ୍କ ପରିବାର ନେଇ ରହୁଛନ୍ତି। ସେହି ବାଟଦେଇ ଶହଶହ ମହିଳା ଯାତାୟତ କରିଥାନ୍ତି। ନିକଟରେ ଏକ ପ୍ରାଥମିକ ବିଦ୍ୟାଳୟ ରହିଛି। ଏହି ସବୁକୁ ଦୃଷ୍ଟିରେ ରଖୀ  ମହାବୀର କୋଚିଙ୍ଗ ସେଣ୍ଟରର ଛାତ୍ରଛାତ୍ରୀ ଏବଂ ଛୋଟ ପିଲାଙ୍କ ଉପରେ ମଦ ଦୋକାନ ସ ମଦୁଆଙ୍କର ପ୍ରଭାବ ପଡ଼ିବାର ପଡ଼ିବ।ତେଣୁ ପ୍ରସ୍ତାବିତ ମଦ ଦୋକାନକୁ ମହାବୀର କୋଚିଙ୍ଗସେଣ୍ଠର ାତାଧିକ ଛାତ୍ରଛାତ୍ରୀ ବିରୋଧ କରୁଛୁ ବୋଲି ଉଲେଖ କରିଛନ୍ତି

Leave a Reply

Your email address will not be published. Required fields are marked *