ଆଖି ବୁଜିଲେ ବଳଙ୍ଗା ପୀଡିତା
ଆଖି ବୁଜିଲେ ବଳଙ୍ଗା ପୀଡିତା
ନିମାପଡା(ଏପିନ୍ୟୁଜ) ବଳଙ୍ଗା ନିକଟତର ବାୟାବର ଗ୍ରାମର ପୀଡିତାଙ୍କ ଏମସରେ ମୃତ୍ୟୁ ହୋଇଥିବା ଖବର ମିଳିଛି। ତାଙ୍କ ଶରୀରର ୭୫ ଭାଗ ପୋଡିଯାଇଥିଲା। ଏମ୍ସ ଡାକ୍ତରୀ ଟିମ୍ର ଶତ ଚେଷ୍ଟା ସତ୍ତ୍ବେ ସେମାନେ ତାଙ୍କୁ ବଞ୍ଚାଇପାରିନଥିଲେ। ସୂଚନା ଯୋଗ୍ୟ ତାଙ୍କୁ ଗାଁଦାଣ୍ଡରୁ ଉଠାଇ ନେଇ ତିନିଜଣ ଯୁବକ ଟେକି ନେଇ ନଦୀପୀଠରେ ନିଆଁ ଲଗାଇ ଦିଆଯାଇଥିଲା ବୋଲି ଅଭିଯୋଗ ହୋଇଥିଲା। ତାଙ୍କୁ ଏୟାରଲିଫ୍ଟ କରାଯାଇଥିଲା। ପୀଡିତାଙ୍କଠାରୁ ଏକାଧିକବାର ପୁଲିସ୍ ଏବଂ କ୍ରାଇମ୍ବ୍ରାଞ୍ଚ ଏମ୍ସଠାରେ ପଚରାଉଚରା କରି ବୟାନ ସଂଗ୍ରହ କରିଥିଲେ। ଗତ ଜୁଲାଇ ୧୯ ତାରିଖ ଶନିବାର ଦିନ ଏଅଘଟଣ ଘଟିଥିଲା ଏହାପରେ ଆଜି ୨ଅଗଷ୍ଟ ଶନିବାର ଦିନ ତାଙ୍କ ମୃତ୍ୟୁ ଘଟିଛି। ଶନିବାରେ ଜଳିଥିଲେ ଶନିବାରେ ଜୀବନ ଗଲା। ବଳଙ୍ଗା ପୀଡିତାଙ୍କୁ ନେଇ ବିଭିନ୍ନ ରାଜନୈତିକ ଦଳର ଲୋକମାନେ କୁମ୍ଭୀର କାନ୍ଦଣା କାନ୍ଦୁଥିଲେ। ଏ ନେଇ ମୁଖ୍ୟମନ୍ତ୍ରୀ ମଧ୍ୟ ଶୋକ ପ୍ରକାଶ କରିଛନ୍ତି। ବିଶେଷ ସୂତ୍ରରୁ ଜଣା ପଡିଛି ଯେ ପୀଡିତାର ମୃତ୍ୟୁ ମଧ୍ୟାହ୍ନରୁ ହୋଇଥିଲା ମାତ୍ର ଏହାକୁ ଗୁପ୍ତ ରଖାଯାଇଥିଲା।
