ମଦଦୋକାନ ଖୋଲିବା ନିଷ୍ପତିକୁ ଗ୍ରାମବାସୀ ବିରୋଧ,। ପୁରୀ ଜିଲପାଳଙ୍କ ନିକଟରେ ଅଭିଯୋଗ
ନିମାପଡ଼ା,୨୧/୬/୨୬(ଏ.ପି ନିୟୁଜ) ନିମାପଡ଼ା ବ୍ଲକ ଅନ୍ତର୍ଗତ ଧନୁଆଁ ପଞ୍ଚାୟତ ହରିଶପୁର ଗ୍ରାମ ନିକଟରେ ବିଦେଶୀ ମଦ ଦୋକାନ ଖୋଲିବା ନିଷ୍ପତିକୁ ନେଇଥିବାରୁ ହରିଶପୁର ଗ୍ରାମବାସୀ ବିରୋଧ କରିଛନ୍ତି।ଶତାଧିକ ଗ୍ରାମବାସୀଙ୍କ ଦସ୍ତଖତରେ ପୁରୀ ଜିଲାପାଳଙ୍କୁ ଦେଇଥିବା ପ୍ରତିବାଦପତ୍ରରେ ଉଲେକ କରିଛନ୍ତି ହରିଶପୁର ମୈାଜା ଖତାନଂ୩୭୪/୨୯ ଏବଂ ପ୍ଲଟନଂ୧୪୦,୧୪୧,୧୪୩,୧୪୪,୧୪୫ରେ ଏକ ବିଦେଶୀ ମଦ ଦୋକାନ ଖୋଲିବାକୁ ପଦକ୍ଷେପ ନିଆଯାଉଛି।। ପ୍ରସ୍ତାବିତ ମଦ ଦୋକାନ ହେଉଥିବା ସ୍ଥାନ ନିକଟରେ ମହାବୀର ମନ୍ଦିର, ସରକାରୀ ପ୍ରାଥମିକ ବିଦ୍ୟାଳୟ ରହିଛି ବଡ଼ ଜନବସତି ରହିଛି। କେଉଁ ଆଧାରକୁ ନେଇ ଗ୍ରାମବାସୀ ମଦଦୋକାନ ଖୋଲିବାପାଇଁ ଜିଲାପାଳ ଅନୁମତି ପ୍ରଦାନ କରିଛନ୍ତି ତାହା ସାଧାରଣରେ ବିଜ୍ଞପ୍ତି କରିବାକୁ ହରିଶପୁର ଗ୍ରାମବାସୀ ଦାବୀ କରିଛନ୍ତି। ସର୍ବସାଧାରଣ ପ୍ରଚଳିତ ସ୍ଥାନ,ମନ୍ଦିର ଜନବସତିଆଦି ସ୍ଥାନରେ ଏବଂ ବିଦ୍ୟାଳୟ ନିକଟରେ ମଦ ଦୋକାନ ଖୋଲାଯାଇପାରିବ ନାହିଁ ବୋଲି ଅବକାରୀ ଆଇନରେ ଉଲେଖ ରହିଛି। ଆମ ସମାଜରେ ମଦ ପିଉଥିବା ବ୍ୟକ୍ତିମାନଙ୍କୁ ଏକ ଘୃଣ୍ୟ ଦୃଷ୍ଟିରେ ଦେଖାଯାଇଥାଏ।ହରିଶପୁର ଗ୍ରାମ ନିକଟରେ ମଦ ଦୋକାନ ଖୋଲାଯିବାକୁ ଯାଉଥିବା ପ୍ଲଟ ବାଟଦେଇ ସ୍କୁଲପିଲା ଧର୍ମାନୁଷ୍ଠାନ ଥିବାରୁ ଶହଶହ ମହିଳା ଉକ୍ତ ସ୍ଥାନରେ ଚଳ ପ୍ରଚଳନ ହେଉଥିବାରୁ ମଦ ଦୋକାନ ଖୋଲିଲେ ସମାଜ ଉପରେ କୁପ୍ରଭାବ ପଡ଼ିବ। ଗ୍ରାମବାସୀମାନେ ମଦ ଦୋକାନ ଖୋଲିବା ନିଷ୍ପତ୍ତିରୁ ଜିଲାପାଳ ଓହରି ଯିବାକୁ ନିବେଦନ କରିଛନ୍ତି। ନଚେତରାଜ୍ୟ ନିଶା ବିରୋଧୀ ସଙ୍ଗଠନ ସହ ସାମିଲ ହୋଇ ଗ୍ରାମବାସୀମାନେ ଆନ୍ଦୋଳନ କରିବାପାଇଁ ରାଜ ରାସ୍ତକୁ ଓହ୍ଲାଇବେ ବୋଲି ଜିଲାପାଳଙ୍କୁ ଚେତାବନି ଦେଇଛନ୍ତି।
