ରାଜ୍ୟ

ବଳଙ୍ଗା ନାଁ ବାଳିକାଙ୍କ ମୃତ୍ୟୁକୁ ନେଇ ଉପମୁଖ୍ୟମନ୍ତ୍ରୀଙ୍କ ଦାୟୀକରି ଇସ୍ତଫା ଦାବୀକଲେ

Spread It

ବଳଙ୍ଗା ନାଁ ବାଳିକାଙ୍କ ମୃତ୍ୟୁକୁ ନେଇ ଉପମୁଖ୍ୟମନ୍ତ୍ରୀଙ୍କ ଦାୟୀକରି ଇସ୍ତଫା ଦାବୀକଲେ

ନିମାପଡ଼ା,(ଆଜିପର୍ଯ୍ୟନ୍ତ ନ୍ୟୁଜ) ବଳଙ୍ଗା ନିକଟସ୍ଥ ବାୟାବରର ନୂଆ ଗୋପାଳପୁର ଗ୍ରାମର ନାଁବାଳିକାକୁ ନିଆଁ ରେ ପୋଡ଼ି ହୋଇ ମୃତ୍ୟୁ ହୋଇଯାଇଥିବା ଘଟଣାରେ ନିମାପଡ଼ା ବିଜୁ ଯୁବଜନତା ପକ୍ଷରୁ ନିମାପଡ଼ା ବିଧାୟିକା ତଥା ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କୁ ଦାୟୀକରି ଆଜି ନିମାପଡ଼ା ଦୋଳବେଦୀ ଛକରେ ଆନ୍ଦୋଳନ କରାଯିବାସହ ତାଙ୍କର ଇସ୍ଥଫା ଦାବୀ କରିଥିଲେ। ସୂଚନାଯୋଗ୍ୟ ଗତ ୧୯ ତାରିଖରେ ବହୁ ଚର୍ଚ୍ଚିତ ବାୟାବରର ନାଁ ବାଳିକା ପୋଡ଼ି ଘଟଣାରେ ଦିଲ୍ଲୀ ଏମସରେ ୧୫ ଦିନ ଧରି ଚିକିତ୍ସା ଚାଲିଥିବାବେଳେ ଗତ କାଲି ହୃଦ୍ଘାତରେ ମୃତ୍ୟୁ ହୋଇଥିଲା।  ପୁଲିସ ଏବଂ କ୍ରାଇମ ବ୍ରାଞ୍ଚ ଘଟଣାରେ ତଦନ୍ତ କରି ପ୍ରକୃତ ଦୋଷୀକୁ ଧରାଯିବ ‌‌ବୋଲି ବାରମ୍ବାର କହୁଥିଲେ ମଧ୍ୟ କୈାଣସି ବ୍ୟକ୍ତିକୁ ଗିରଫ କରିପାରିନଥିଲେ ଏବଂ ଘଟଣା କାହିଁକି ଘଟିଲା ତାହାର ରହସ୍ୟ ଉ‌ନ୍ମଚନ କଲେନାହିଁ। ଅନ୍ୟପଟ‌ରେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା ପିଡ଼ିତ‌ା ଏମସରେ ଭଲ ଅଛି କହିବାପରେ କିପରି ଅବସ୍ଥାରେ ପିଡ଼ିତା ମୃତ୍ୟୁ ହେଲା ସାର୍ବଜନୀନ କରାଯାଉ। ଏହି ସବୁ ଘଟଣା ପାଇଁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କୁ ଦାୟୀକରି ବିଜେଡ଼ି ଯୁବ ଜନତା ପକ୍ଷରୁ ଦିଲିପ ପାତ୍ର ଏବଂ ମାନସ ପ୍ରଧାନଙ୍କ ନେତୃତ୍ବରେ ଦୋଳବେଦି ଛକରେ ଆନ୍ଦୋଳନ କରିଥିଲେ ଏବଂ ପ୍ରଭାତୀ ପରିଡ଼ାଙ୍କ କୁଶ ପୁତ୍ତଳିକା ଦାହ କରାଯାଇଥିଲା।

Leave a Reply

Your email address will not be published. Required fields are marked *