ନିମାପଡ଼ା ବ୍ଲକ ଗୋସୁରକ୍ଷା ସମିତିର ଆନ୍ଦୋଳନ ଧମକ
ନିମାପଡ଼ା,(ଏପିନ୍ୟୁଜ) ନିମାପଡ଼ା ବ୍ଲକ ଗୋସୁରକ୍ଷା ସମିତି ର ସଭାପତି ମାଧବ ମଳିକ ଏବଂ ସଂପାଦକ, ପ୍ରଦିପ୍ତ କୁମାର ମୁଖୀ ଏକ ପତ୍ର ମାଧ୍ୟମରେ ନିମାପଡ଼ା ତହସିଲଦାରଙ୍କୁ ଅବଗତ କରାଇଛନ୍ତି ଆସନ୍ତା ସେପ୍ଟେମ୍ବର ୮ ତାରିଖ ସୁଧା ନିମାପଡ଼ା ବ୍ଲକର ୩୨ଟି ପଚାଂୟତରେ ବୁଲାଗୋରୁ ଗାଇଗୁଡ଼ିକ ଯୋଗୁଁ ବ୍ୟାପକ ଅଞ୍ଚଳରେ ନଷ୍ଟ ଏବଂ କ୍ଷତି ହେୁଛି। ନିମାପଡ଼ା –କୋଣାର୍କ, ନିମାପଡ଼ା- ବାମନାଲ , ନିମାପଡ଼ା –ପିପିଲି, -କାକଟପୁର, ନିମାପଡ଼ା –ବାମନାଳ ମୁଖ୍ୟ ରାସ୍ତା ଅବରୋଧ କରିବାରୁ ପ୍ରତ୍ୟେକ ମୁହୁର୍ତ୍ତରେ ଦୁଘର୍ଟଣା ଘଟୁଛି। ଯାନବାହାନ ଚାଳକ ଏପରିକି ବାଟୋଇମାନେ ବୁଲା ଗୋରୁ ଷଣ୍ଢଙ୍କ ଆକ୍ରମଣରେ ଶିକାର ହେଉଛନ୍ତି। ଗାଇ ଗୋରୁମାନଙ୍କ ସୁରକ୍ଷା ପ୍ରିତ ଧ୍ୟାନ ନଦେଲେ ସମସ୍ଥ ବୁଳାଗୋରୁ ଗାଇଗୁଡ଼ିକୁ ନିମାପଡ଼ା ତହସିଲ ଅଫିସ ଭିତରେ ପ୍ରବେଶ କରାଯିବାସହ ଶେଉଳସାହିଠାରେ ଆଇନ ଅମାନ୍ୟ ଆନ୍ଦୋଳନ କରାଯିବ ବୋଲି ଚେତାବନି ଦେଇଛନ୍ତି ।
