Uncategorizedରାଜ୍ୟ

ନାରୀ ସଶକ୍ତ ପରିବାର ଅଭିଯାନ

Spread It

 ଆଜି ଜିଲ୍ଲାପାଳ ଶ୍ରୀ ଦିବ୍ୟ ଜ୍ୟୋତି ପରିଡାଙ୍କ ଅଧକ୍ଷତାରେ ସ୍ଵସ୍ଥ ନାରୀ ସଶକ୍ତ ପରିବାର ଅଭିଯାନ ନିମନ୍ତେ ଜିଲ୍ଲା ସ୍ତରୀୟ ସମନ୍ୱୟ ବୈଠକ ଆଭାସୀ ମାଧ୍ୟମରେ ଅନୁଷ୍ଠିତ ହୋଇଥିଲା | ଉକ୍ତ ବୈଠକରେ ସ୍ୱାସ୍ଥ୍ୟ,ଶିକ୍ଷା ,ମହିଳା ଓ ଶିଶୁ ବିକାଶ,ଜିଲ୍ଲା ସମାଜ ମଙ୍ଗଳ ତଥା ମିଶନ ଶକ୍ତି, ସୂଚନା ଓ ଗଣଯୋଗାଯୋଗ ବିଭାଗର ସମସ୍ତ ଅଧିକାରୀମାନେ ଉପସ୍ଥିତ ଥିଲେ | ଏହି ଅଭିଯାନ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ସମସ୍ତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର, ଆୟୁଷ୍ମାନ ଆରୋଗ୍ୟ ମନ୍ଦିର (ଉପକେନ୍ଦ୍ର) ରେ ଆସନ୍ତା ୧୭ ସେପ୍ଟେମ୍ବରରୁ ଆରମ୍ଭ ହୋଇ ୨ ଅକ୍ଟୋବର ପର୍ଯ୍ୟନ୍ତ ଚାଲୁ ରହିବ | ଏହି ଅଭିଯାନରେ ନାରୀ ମାନଙ୍କ ପାଇଁ ଅନେକ କାର୍ଯ୍ୟକ୍ରମ କରାଯିବ ଯେମିତି କି ସ୍ୱାସ୍ଥ୍ୟ ପରୀକ୍ଷା, ସ୍ୱାସ୍ଥ୍ୟ ସେବା ସହିତ ପ୍ରତ୍ୟକ ବୟସର ଝିଅମାନଙ୍କର (ବିଶେଷକରି କିଶୋରୀ ମାନଙ୍କ) ମଧ୍ୟ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ମାଧ୍ୟମରେ କରାଯିବ | ଏଥି ସହିତ ରକ୍ତ ପରୀକ୍ଷା, ରକ୍ତଦାନ ଶିବିର, ଅଣ ସଂକ୍ରାମକ ରୋଗ ପରୀକ୍ଷା, ରକ୍ତହୀନତା ର ପରୀକ୍ଷା, ରକ୍ତ ଶର୍କରା ପରୀକ୍ଷା, ରକ୍ତ ଶିକୁଳି ପରୀକ୍ଷା, ଗର୍ଭବତୀ ମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ଇତ୍ୟାଦି ଏହି ଶିବିରରେ ଆୟୋଜନ କରାଯିବ | କେବଳ ଜିଲ୍ଲା ସ୍ତରରେ ନୁହେଁ ଏହି  ଶିବିର ସମସ୍ତ ୧୬ ଗୋଟି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ୪୪ ଟି ପ୍ରାଥମିକ ସ୍ୱାସ୍ଥ୍ୟ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର, ୫ଟି ସହରାଂଚଳ ପ୍ରାଥମିକ ସ୍ୱାସ୍ଥ୍ୟ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର, ୨୪୧ ଟି ଉପସ୍ୱାସ୍ଥ୍ୟ ଓ ଆୟୁଷ୍ମାନ ଆରୋଗ୍ୟ ମନ୍ଦିରରେ,ଏବଂ ୫ଟି  ସହରାଂଚଳ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର, ୭ଟି ଉପସ୍ବାସ୍ଥ୍ୟ ଓ ଆୟୁଷ୍ମାନ ଆରୋଗ୍ୟ ମନ୍ଦିରରେ ମଧ୍ୟ କରାଯିବ | ଏହି ଆଭାସୀ ବୈଠକରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ. ଅକ୍ଷୟ କୁମାର ଶତପଥି ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ସଫଳତାର କରିବା ପାଇଁ ଆହ୍ୱାନ ଦେଇଥିଲେ | ଜିଲ୍ଲା ପ୍ରକଳ୍ପ ଅଧିକାରୀ ଶ୍ୟାମ ସୁନ୍ଦର ତ୍ରୀପାଠି ସମସ୍ତଙ୍କ ସହଯୋଗ କାମନା କରିଥିଲେ |

Leave a Reply

Your email address will not be published. Required fields are marked *