ରାଜ୍ୟ

ବାମନାଳ ଅଚଂଳରେ ଜାତୀୟ କରଣ ବ୍ୟାଙ୍କ ଖୋଲିବାକୁ ଦାବୀ

Spread It

ନିମାପଡ଼ା, (,ଏ.ପି ନିୟୁଜ) ନିମାପଡ଼ା ବ୍ଲକ ଉପାନ୍ତ ପଚାାଂୟତ ଭାବେ ବାମନାଳ ପରିଚିତ। ଏହି ପଚାଂୟତକୁ ଲାଗି ପାଚଂଗୋଟି ପଚାଂୟତର ତିରିଶ ହଜାରରୁ ଉର୍ଦ୍ଧ ଜନସାଧାରଣ ଏହି ପଚାଂୟତ ଗୁଡ଼ିକରେ ବାସ କରୁଛନ୍ତି ହେଲେ, ବାମନାଳରେ ଜାତୀୟ କରଣ ବ୍ୟାଙ୍କ ସେବା ପାଚଂ ଗୋଟି ପଚାଂୟତ ବାସୀଙ୍କପାଇଁ ସାତ ସପନ ହୋଇଛି। କେଉଁ ଅମଳରୁ ବାମନାଳ ବଜାରରେ ଗ୍ରାମ୍ୟ ବ୍ୟାଙ୍କ ରହିଛି ଏବେ ନାମ ବଦଳି ଓଡ଼ିଶା ବ୍ୟାଙ୍କ ହୋଇଛି। ଏହି ଶାଖା ବ୍ୟାଙ୍କ ଭଡ଼ା ଘରେ ଅତି ଦହନୀୟ ଅବସ୍ଥାରେ ଚାଲିଛି। ଏହି ଅଚଂଳପାଇଁ ଗୋଟିଏ ବ୍ୟାଙ୍କ ଥିବାରୁ ସଂଖ୍ୟାଧିକ ଗ୍ରାହକଙ୍କୁ ସେବା ଯୋଗାଇ ପାରୁନାହିଁ। ୧୩ କିମିୁ ଦୂର ବ୍ଲକ ମୁଖ୍ୟାଳୟ ନିମାପଡ଼ା ଆସିଲେ ଅନ୍ୟ ଜାତୀୟ କରଣ ବ୍ୟାଙ୍କର ସୁବିଧା ପାଇପାରିବେ, କିନ୍ତୁ ଗ୍ରାମଚଂଳର ଲୋକମାନେ ନିମାପଡ଼ା ଆସିବା ଅସମ୍ଭବ ହେଉଛି। କାରଣ ଗମନାଗମନର ସୁବିଧା ନାହିଁ। ନୀଳାଚଳ ଓଡ଼ିଶା ବ୍ୟାଙ୍କ ବାମନାଳ ଶାଖାର ଭିତିଭୂମିର ଅଭାବ ସହ ବ୍ୟାଙ୍କର ପର୍ଯ୍ୟାପ୍ତ କର୍ମଚାରୀ ନଥିବାରୁ ଗ୍ରାହକମାନେ ଦୁଇଘଟାଂର କାମକୁ ଦୁଇିଦିନ ଧରି ଅପେକ୍ଷା କରିବାକୁ ପଡ଼ୁଛି। ବ୍ୟାଙ୍କ ଦୀର୍ଘ ବର୍ଷ ହେବ ବାମନାଳରେ କାର୍ଯ୍ୟକରୁଥିବା ବେଳେ ବ୍ୟାଙ୍କରେ ଜେନରେଟର ବ୍ୟବସ୍ଥା ନାହିଁ, ଓ ଏହି ଶାଖାରେ ଏଟିଏମ ସୁବିଧା ନଥିବାରୁ ଶହଶହ କୃଷକ, ମହିଳା ଗୋଷ୍ଠୀ ର ସଦସ୍ୟ ଓ ଗ୍ରାହକମାନେ ଆବଶ୍ୟକ ସ୍ଥଳେ ଟଙ୍କା ଉଠାଇ ପାରୁ ନାହାଁନ୍ତି ଏବଂ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ରାଜ୍ୟସରକାର ଦୃଷ୍ଟି ଆକର୍ଷଣ କରିବା ପାଇଁ ଜନସାଧାରଣ, ସାମାଜିକ କର୍ମୀ , ସୂଚନା ଅଧିକାରକର୍ମୀ ଓ ବୁଦ୍ଧିଜିବୀମାନେ ଗଣମାଧ୍ୟମ ଜରିଆରେ ବାରମ୍ବାର ଦାବୀ କରୁଥିବାବେଳେ ରାଜ୍ୟ ସରକାରଙ୍କ ଅର୍ଥ ବିଭାଗ , ଜିଲା ବ୍ରଶାସନ ଏହି ଦାବୀକୁ ଅଣଦେଖା କରିଛନ୍ତି ôଫଳରେ ସାଧାରଣରେ ଅସନେ୍‌ାଷ ଦେଖା ଦେଇଛି। ଏହା ବ୍ୟତିତ ଏ,ଅଚଂଳର କୃଷି ଏବଂ କୃଷକର ଉନ୍ନତି ପାଇଁ ବାମନାଳ ଅଚଂଳରେ ଥିବା ଚାଷ ଜମିକୁ ଜଳସେଚିତ କରିବା ଏବଂ ଏକ ଶୀତଳଭଣ୍ଡାର ସ୍ଥାପନ ପାଇଁ ଅଚଂଳବାସୀ ଦାବୀ କରିଛନ୍ତି। ସରକାର କୃଷକମାନଙ୍କ ପାଇଁ ବିଭିନ୍ନ ଯୋଜନା ପ୍ରଣୟନ କରୁଛନ୍ତି ଏହି ଯୋଜନା ଏବେ ବାମନାଳ ବାସୀଙ୍କ ପାଇଁ ଅପହଚଂ ହୋଇ ରହିଛି। ସମାସ୍ୟାର ସମାଧାନ ପାଇଁ ଆରଟିଆଇଅଭିଯାନର ଆବାହକ ଦିବାକର ନାୟକ ସାମାଜିକ କର୍ମୀ ଧରଣୀଧର ମହାପାତ୍ର ,ସେଛାସେବୀ ସନେ୍‌ାଷ ପରିଡ଼ା, ପୂର୍ବତନ ସଂରପଚ ଆର୍ତତ୍ରାଣ ଜେନ ପ୍ରମୁଖ ସରକାର ପଦକ୍ଷେପ ନେବାକୁ ଦାବୀ କରିଛନ୍ତିା

Leave a Reply

Your email address will not be published. Required fields are marked *