ରାଜ୍ୟ

ଏନ.ଏସ.ଏସ ପକ୍ଷରୁ ସେବା ଦିବସ ଓ ବିଶ୍ବ ସାଙ୍କେତିକ ଦିବସ ପାଳନ

Spread It

ନିମାପଡ଼ା, (ଆଜି ପର୍ଯ୍ୟନ୍ତ ନ୍ୟୁଜ) ନିମାପଡ଼ା (ସ୍ବୟଂ)ମହାବିଦ୍ୟାଳୟର ଜାତୀୟ ସେବା ସଂସ୍ଥା ପକ୍ଷରୁ ୪ ଦିନିଆ ସ୍ବତନ୍ତ୍ର ସେବା ଶିବିର ଅନୁଷ୍ଠିତ ହୋଇଛି। ସାତ ଦିନିଆ ଶିବିର ମଧ୍ୟରେ କଲେଜ ପରିସର ସଫାସୁତୁରା କରିବା ସଡ଼କ ସୁରକ୍ଷା ପାଇଁ  ସଚେତନତା କାର୍ଯ୍ୟକ୍ରମ କରିଥିଲେ। ଚତୁର୍ଥ ଦିନରେ ଆଜି ସ୍ଥାନୀୟ ପିଙ୍ଗଳାକ୍ଷୀ ଅର୍ଗାନାଇଜେସନ ଶିକ୍ଷା କଲେଜ ପରିସରରେ  ସଂସ୍ଥାର ଅନ୍ତେବାସୀ ବରିଷ୍ଠ ନାଗରିକ ମାନଙ୍କ ସେବା ଯତ୍ନ ଉପରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଏହି ଅବସରରରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା। ସଂସ୍ଥାର ସଭାପତି ପ୍ରଧ୍ୟାପକ ଗୋବିନ୍ଦ ଚନ୍ଦ୍ର ନାୟକଙ୍କ ସଭାପତିତ୍ବରେ ଅନୁଷ୍ଠିତ  ଆଳୋଚନା ଚକ୍ରରେ ସଂପାଦକ ଗଗନ ବିହାରୀ ଦାସ ,ଏନ.ଏସ. ଏସ କାର୍ଯ୍ୟକ୍ରମ ସଂଯୋଜକ ବିଷ୍ଣୁ ପ୍ରସାଦ ସାହୁ ପ୍ରମୁଖ ବରି‌ଷ୍ଠ ନାଗରିକଙ୍କ ସେବା ଯତ୍ନ ଏବଂ ମାନସିକତା ଉପରେ ଆଲୋଚନା କରିଥିଲେ। ଶିକ୍ଷା ନିବସ କଲେଜର ଜଣେ ବଧିର ଦିବ୍ୟାଙ୍ଗ ଛାତ୍ର ସାଙ୍କେତିକ ଭାଷା ସଂପର୍କରେ  ଇଂରାଜୀ ଅକ୍ଷର ଗୁଡ଼ିକ ସାଙ୍କେତିକ ଭାବେ କିପରି ବୁଝିହେବ ତାହା ଶିକ୍ଷା ଦେଇଥିଲେ।  ନିମାପଡ଼ା କଲେଜ ଜାତୀୟ ସେବା ସଂସ୍ଥାର ସ୍ବେଛାସେବୀ ଓ ପିଙ୍ଗଳାକ୍ଷୀ ଶିକ୍ଷା କଲେଜର ଛାତ୍ରଛାତ୍ରୀମାନେ ପରିବେଶକୁ  ସ୍ବଛ ରଖିବା ପାଇଁ ପ୍ଲାଷ୍ଟିକ ଆଦି ବସ୍ତୁକୁ ପଡ଼ୁଥିବା ସ୍ଥାନକୁ ସଫା କରିଥିଲେ।  ପିପିଡ଼ବ୍ଲୁଓର  କୋଷାଧ୍ୟକ୍ଷ ପଦ୍ମଲୋଚନ ମହାନ୍ତି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *