ରାଜ୍ୟ

ସ୍ୱାସ୍ଥ୍ୟ ପରୀକ୍ଷା କରାଇଲେ ବିଭିନ୍ନ ବିଭାଗର ମହିଳା ଅଧିକାରୀ ଏବଂ କର୍ମଚାରୀ ମହିଳା ସାମ୍ବାଦିକାମାନେ ମଧ୍ୟ ଅଭିଯାନରେ ସାମିଲ ହେଲେ

Spread It

ସୁସ୍ଥ ନାରୀ ସଶକ୍ତ ପରିବାର ଅଭିଯାନ
ସ୍ୱାସ୍ଥ୍ୟ ପରୀକ୍ଷା କରାଇଲେ ବିଭିନ୍ନ ବିଭାଗର ମହିଳା ଅଧିକାରୀ ଏବଂ କର୍ମଚାରୀ
ମହିଳା ସାମ୍ବାଦିକାମାନେ ମଧ୍ୟ ଅଭିଯାନରେ ସାମିଲ ହେଲେ
ଅଭିଯାନରେ ଆଜି ଯାଏଁ ରାଜ୍ୟ ସାରା ୨୫୩୧୧ ୟୁନିଟ ରକ୍ତ ସଂଗ୍ରହ

ଭୁବନେଶ୍ଵର, ୨୬/୦୯/୨୦୨୫: ବିଭିନ୍ନ ସରକାରୀ ବିଭାଗରେ କାର୍ଯ୍ୟରତ ମହିଳା ଅଧିକାରୀ, କର୍ମଚାରୀ ଏବଂ ଗଣମାଧ୍ୟମର ମହିଳା ପ୍ରତିନିଧି ତଥା କର୍ମଚାରୀମାନଙ୍କ ପାଇଁ ଏକ ସ୍ଵତନ୍ତ୍ର ସ୍ଵାସ୍ଥ୍ୟ ଶିବିର ବିଭାଗୀୟ ମୁଖ୍ୟଙ୍କ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଛି । ମହିଳା ସ୍ୱାସ୍ଥ୍ୟ ସଚେତନତା ଓ ସମାଜରେ ରକ୍ତର ଉପଲବ୍ଧତା ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ “ସୁସ୍ଥ ନାରୀ, ସଶକ୍ତ ପରିବାର ଅଭିଯାନ”ରେ ଏହି ଶିବିର ଅନୁଷ୍ଠିତ ହୋଇଛି । ଏହି ଶିବିରରେ ଛଅ ଶହ ରୁ ଉର୍ଦ୍ଧ ମହିଳାଙ୍କ ସ୍ଵାସ୍ଥ୍ୟ ପରୀକ୍ଷା ହୋଇଛି । ଶିବିରରେ ଔଷଧ ଏବଂ ବିଶେଷଜ୍ଞଙ୍କ ଦ୍ଵାରା ଉତ୍ତମ ସ୍ଵାସ୍ଥ୍ୟ ନିମନ୍ତେ ପରାମର୍ଶ ମଧ୍ୟ ଦିଆଯାଇଛି ।
ଏହି ଅଭିଯାନରେ ମହିଳା ସ୍ୱାସ୍ଥ୍ୟ, ପୋଷଣ, ଉପଯୁକ୍ତ ଖାଦ୍ୟ ପାନୀୟ ସମ୍ପର୍କରେ ସଚେତନତା କ୍ୟାମ୍ପେନ କରାଯାଉଛି । ରକ୍ତ ଦାନ ଶିବିର ଆୟୋଜନ ସହ ଉଚ୍ଚରକ୍ତ ଚାପ, ମଧୁମେହ, କର୍କଟ, ରକ୍ତ ହୀନତା, ଯକ୍ଷ୍ମା, ସିକିଲ୍‌ସେଲ୍‌ ଆଦି ରୋଗ ସହ ମାତୃ ସ୍ୱାସ୍ଥ୍ୟ ଓ କିଶୋରୀ ସୁସ୍ଥତା ସମ୍ବନ୍ଧିତ ରୋଗ ଗୁଡିକ ଚିହ୍ନଟ କରିବା ପାଇଁ ସ୍କ୍ରିନିଂ କରାଯାଉଛି । ରାଜ୍ୟର ୩୦ଟି ଜିଲ୍ଲାରୁ ୧.୫ କୋଟି ମହିଳା ଏହି ଅଭିଯାନ ଜରିଆରେ ଉପକୃତ ହେବେ ବୋଲି ଲକ୍ଷ ଧାର୍ଯ୍ୟ ହୋଇଛି । ଏଥିପାଇଁ ରାଜ୍ୟର ବିଭିନ୍ନ ସ୍ଥାନରେ ସ୍ୱାସ୍ଥ୍ୟ ସେବା ଶିବିରମାନ ଆୟୋଜନ ହୋଇଛି।
ସେହିଭଳି ଏହି ଅଭିଯାନ ଅଂଶରୂପ ସାରା ରାଜ୍ୟରେ ଗତ ୧୭ ତାରିଖରୁ ଆଜି ଯାଏଁ ୨୫,୩୧୧ ୟୁନିଟ ରକ୍ତ ସ୍ଵେଛା କୃତ ଶିବିର ଗୁଡିକରୁ ସଂଗ୍ରହ କରାଯାଇଛି । ମହିଳା ମାନେ ଏଥିରେ ଅଂଶ ନେଇଥିବାରୁ ନାରୀ ସଶକ୍ତିକରଣ ଓ ସ୍ୱାସ୍ଥ୍ୟ ସଚେତନତା ପାଇଁ ଏକ ସୁନ୍ଦର ଉଦାହରଣ ସୃଷ୍ଟି କରିଛି । ରକ୍ତ ଦାନ ସ୍ୱେଚ୍ଛାକୃତ ସେବା ସହ ସଚେତନତା ମଧ୍ୟ ସୃଷ୍ଟି କରୁଛି ।

Leave a Reply

Your email address will not be published. Required fields are marked *