ନିର୍ବାଚନ ଡେପୁଟି କମିଶନରଙ୍କ କ୍ଷେତ୍ର ପରିଦର୍ଶନ ଏବଂ ଏସଆଇଆର କାର୍ଯ୍ୟ ର ସମୀକ୍ଷା
ପୁରୀ ୧୬/୬ (ଏ.ପି ନିୟୁଜ) ଭାରତର ନିର୍ବାଚନ କମିଶନର ଙ୍କ ବରିଷ୍ଠ ଡେପୁଟି କମିଶନର ଜ୍ଞାନେଶ ଭାରତୀ ପୁରୀ ଜିଲ୍ଲାର ସ୍ବତନ୍ତ୍ର ସଘନ କାର୍ଯ୍ୟକ୍ରମ ବା ଏସଆଇଆର କାର୍ଯ୍ୟକ୍ର ର ସମୀକ୍ଷା କରିଛନ୍ତି।ଆଜି ପୂର୍ବାହ୍ନରେ ସର୍କିଟ ହାଉସ ଠାରେ ଡେପୁଟି କମିଶନର ଶ୍ରୀ ଭାରତୀ ଓ ନିର୍ବାଚନ କମିଶନଙ୍କସଦସ୍ୟ ମାନେ ପହଞ୍ଚିବା ପରେ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା ସେମାନ ଙ୍କୁ ସ୍ବାଗତ କରିଥିଲେ।ପରେ ଆୟୋଜିତ ସମୀକ୍ଷା ବୈଠକରେ ଜିଲ୍ଲାପାଳ ଜିଲ୍ଲାରେ ଏସଆଇଆର ସ୍ଥିତି ସମ୍ପର୍କରେ ବିଷଦ ସୂଚନା ଦେଇଥିଲେ।ପୁରୀ ଜିଲ୍ଲା ୬ ଗୋଟି ବିଧାନସଭା ନିର୍ବାଚନ ମଣ୍ଡଳୀ ନେଇ ଗଠିତ।୬ ଜଣ ଇଲୋକ୍ଟ୍ରାରାଲ ରେଜିଷ୍ଟ୍ରେସନ ଅଧିକାରୀ ଭାବେ ବରିଷ୍ଠ ଅଧିକାରୀ ମାନଙ୍କୁ ଦାୟିତ୍ୱ ଦିଆଯାଇଛି। ଜିଲ୍ଲାର ମୋଟ ୧୬୦୯ ଗୋଟି ବୁଥ ରହିଛି ଓ ସେଥିରେ ୧୬୦୯ ଜଣ ବୁଥ ସ୍ତରୀୟ ପ୍ରଶିକ୍ଷିତ ବିଏଲଓ ଙ୍କୁ ନିଯୁକ୍ତି କରାଯାଇଛି।ସେମାନଙ୍କୁ ସହଯୋଗ ଓ ମାର୍ଗଦର୍ଶନ ପାଇଁ ୧୬୧ ଜଣ ବିଏଲଓ ସୁପରଭାଇଜର ଙ୍କୁ ଦାୟିତ୍ୱ ଦିଆଯାଇଛି।ଜିଲ୍ଲାର ଭୋଟର ଙ୍କ ସଂଖ୍ୟା ୧୩୮୭୯୩୦ ଥିବା ବେଳେ ବିଏଲଓ ମାନେ ବର୍ତ୍ତମାନ ସୁଦ୍ଧା ଶତକଡ଼ା ୯୯.୪୩ ଭାଗ ଫର୍ମ ଭୋଟର ମାନଙ୍କୁ ପ୍ରଦାନ କରିଛନ୍ତି।ଏହି ଫର୍ମ ର ଗୋଟିଏ କପି ଭୋଟର ରଖୁଥିବା ବେଳେ ଭୋଟର ଙ୍କ ଦ୍ବାରା ପୂରଣ ଓ ସ୍ବାକ୍ଷର ହୋଇ ଥିବା ଅନ୍ୟ କପି ଟି ବିଏଲଓ ସଂଗ୍ରହ କରୁଛନ୍ତି।ବିଏଲଓ ମାନେ ଭୋଟର ମାନଙ୍କୁ ମଧ୍ୟ ଫର୍ମ ପୂରଣ ରେ ସହାୟତା କରୁଛନ୍ତି।ସେହିପରି ଭୋଟର ଫର୍ମ ଗୁଡିକ ର ଡିଜିଟାଇଜେସନ ଜାରି ରହିଛି।ବର୍ତ୍ତମାନ ସୁଦ୍ଧା ଗୋପାଳନ ଓ ଜିଲ୍ଲାପାଳ ଶ୍ରୀ ପରିଡା ଏହାର କରିଥିଲେ।ଏହି ଉତ୍ତର ପ୍ରଦାନ ସମୀକ୍ଷା ରେ ଭାରତର ନିର୍ବାଚନ କମିଶନର ଙ୍କ ପ୍ରମୁଖ ସଚିବ ଏସ ବି ଯୋଶୀ, ଡେପୁଟି ସେକ୍ରେଟାରୀ ଅଭିନବ ଅଗ୍ରୱାଲ,ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ସ୍ନେହା ଅରୁଗୁଳା,ଅତିରିକ୍ତ ସିଇଓ ସୁଶାନ୍ତ କୁମାର ମିଶ୍ର,ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା,ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ନିଳମାଧବ ଭୋଇ,ଡେପୁଟି ସିଇଓ ଡ ଲକ୍ଷ୍ମୀ ପ୍ରସାଦ ସାହୁ, ଯୁଗ୍ମ ସିଇଓ ଗୋପିନାଥ କୁଅଁର, ଶାଶ୍ବତ ପ୍ରଧାନ ,ଉପ ଜିଲ୍ଲାପାଳ ରାଜ କିଶୋର ଜେନା, ଅତିରିକ୍ତ ଉପ ଜିଲ୍ଲାପାଳ ନୀଳମାଧବ ମାଝୀ, ଡେପୁଟି କଲେକ୍ଟର ରୁନୀତା ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।ପରେ ଶ୍ରୀ ଭାରତୀ ଓ ଅନ୍ୟ ସଦସ୍ୟ ମାନେ ଶ୍ରୀମନ୍ଦିର ପରିଦର୍ଶନ କରି ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ।ଏହି ଅବସରରେ ଜିଲ୍ଲାପାଳ ଅତିଥି ମାନଙ୍କୁ ମହାପ୍ରଭୁଙ୍କ ପଟ୍ଟଚିତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ। ପୂର୍ବରୁ କମିଶନର ସଦସ୍ୟ ମାନେ କ୍ଷେତ୍ର ପରିଦର୍ଶନ କରିବା ସହ ପିପିଲି ଓ ସତ୍ୟବାଦୀ ନିର୍ବାଚନ ମଣ୍ଡଳୀ ର କିଛି ବୁଥ ବୁଲି ବିଏଲଓ ଓ ବିଏଲଓ ସୁପରଭାଇଜର ମାନଙ୍କ ସହ ଆଲୋଚନା କରିଥିଲେ।
