Uncategorized

ଚେରା ମଦଭାଟି ଭାଙ୍ଗିଲେ ଗ୍ରାମବାସୀ

Spread It

ନିମାପଡ଼ା, (ଆଜି ପର‌୍ୟ୍ୟନ୍ତ ନିୟୁଜ) ନିମାପଡ଼ା ଥାନା ଅଧିନସ୍ଥ ରେଘାଂଳୋ ଓ ବଡ଼ମାଛପୁର ଗ୍ରାମରେ ବ୍ୟାପକ ଭାବେ ଦୁଇଜଣ ବ୍ୟକ୍ତି ଗତ ୧୦ ବର୍ଷ ଚେରାମଦ ବ୍ୟବସାୟ କରୁଛନ୍ତି। ଏହି ଦୁଇଗଣ ଚେରା ବେପାରୀଙ୍କ କାରଣରୁ ରେଘାଂଳୋ ଓ ବଡ଼ମାଛପୁରରେ ବହୁ ପରିବାର ଉଜୁଡ଼ିଯିବାସହ ଆଇନଶୃଙ୍ଖଳା ପରିସ୍ତିତି ଦେଖାଦେଇଥାଏ। ବଦୁଆଙ୍କ ପ୍ରାଦୃଭାବରେ ଛୋଟ ପିଲା ଏବଂ ମହିଳାମାନେ ରାସ୍ତାରେ ଯିବାଆସିବା କରିବା ନିରାପଦ ମଣୁନଥିଲେ।। ଚେରାମଦପିଇ ମଦୁଆଙ୍କ ପ୍ରାଦୃଭାବ ବଢିବାରେ ଲାଗିଲା। ରାସ୍ତାଘାଟରେ ମଦୁଆଙ୍କ ଉତ୍ପାତ ବଢିବାରୁ ବଡ଼ମାଛପୁର ଓ ରେଘାଂଳୋ ଗ୍ରାମବାସୀ ଅତିଷ୍ଠ ହୋଇପଡ଼ିଥିଲେ। ଗତ କାଲି ରାତିରେ ଗ୍ରାମବାସୀମାନେ ଗ୍ରାମବାସୀ ଏକାଠି ହୋଇ ବଡ଼ମାଛପୁରରେ ମଦବ୍ୟବସାୟ କରୁଥିବା ଯାଦବ ପ୍ରଧାନ ଓ କାଳନ୍ଦୀ ସେଠୀଙ୍କ ଚେରା ମଦ ଗଛିତ ରଖିଥିବା ସ୍ଥାନରେ ଚଢଉ କରି ଶହଶହ ସଂଖ୍ୟାରେ ବିଦେଶୀ ଏବଂ ଦେଶୀମଦ ବୋତଳଭାଙ୍ଗି ନଷ୍ଟ କରି ଦେଇଥିଲେ। ନିମାପଡ଼ା ଥାନାକୁ ଖବରଦେଇ ଯାଦବ ପ୍ରଧାନଙ୍କୁ ପୁଲିସର ଜିମା ଦେଇଥଲେ। ଦୁଇ ଗ୍ରାମର ମୁରବିମାଦନ ସରପଞ୍ଚ ଓ ସମିତିତସଭ୍ୟଙ୍କ ନେତୃତ୍ବରେ ଗ୍ରାମବାସୀମାନେ ଥାନାରେ ପୁଲିସ ସହିତ ଆଲୋଚନା କରି ବଡ଼ମାଚପୁରରେ ଚେରାମଦ ବ୍ୟବସାୟ ସଂମ୍ପୂର୍ଣ୍ଣ ବନ୍ଦ କରିବାକୁ ଦାବୀ କରିଥିଳେଚେରାମଦବ୍ୟବସାୟୀ ଥାନାରେ ଆଉମଦ ବ୍ୟବସାୟ କରିବ ନାହିଁବୋଲି ଲିଖିତ ପ୍ରତିଶ୍ରୁତି ଦେବାପରେ ମଦବ୍ୟବସାୟୀ ଯାଦବ ପ୍ରଧାନ ଛାଡ଼ ପାଇଥିବା ସୁଚନା ମିଳିଛି।

Leave a Reply

Your email address will not be published. Required fields are marked *