ରାଜ୍ୟ

ନିମାପଡ଼ା ଥାନା ଦଲାଲ ମୁକ୍ତ ହେବ : ଆଇଆଇସି

Spread It

ନିମାପଡ଼ା,(ଆଜିପର୍ଯ୍ୟନ୍ତ ନ୍ୟୁଜ); ନିମାପଡ଼ାରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ଅଧିକ ଗୁରୁତ୍ଵ ଦିଆଯିବ ଏବଂ ଥାନା ଦଲାଲ ମୁକ୍ତ ହେବ ବୋଲି ନୂଆ ଆଇଆଇସି ସୌମେନ୍ଦ୍ର ପାଇକରାୟ କହିଛନ୍ତି। ପୂର୍ବତନ ଥାନା ଆଇଆଇସି ବାମଦେବ ସ୍ଵାଇଁଙ୍କ ଗତ ସପ୍ତାହରେ ଜିଲ୍ଲା ମୁଖ୍ୟ କାର୍ଯ୍ୟାଳୟକୁ ବଦଳି ହେବାପରେ ନିମାପଡା ଥାନାର ନୂତନ ଆଇଆଇସି ଭାବେ ଆଜି ପୂର୍ବାହ୍ନରେ ସମରେନ୍ଦ୍ର ପାଇକରାୟ ଯୋଗ ଦେଇଛନ୍ତି । ଦାୟିତ୍ଵ ଗ୍ରହଣ କରିବାର କିଛି ମୁହୂର୍ତ୍ତ ପରେ ସାମ୍ବାଦିକ ମାନଙ୍କ ସହ ଏକ ସୌଜନ୍ୟମୂଳକ ସାକ୍ଷାତକାରରେ ସମରେନ୍ଦ୍ର କହିଛନ୍ତି ପୋଲିସ ଓ ସାମ୍ବାଦିକ ଗୋଟିଏ ମୁଦ୍ରାର ଦୁଇପାର୍ଶ୍ଵ। ପରସ୍ପର ସାହାଯ୍ୟ ସହଯୋଗର ମନୋଭାବ ରଖି ସାଧାରଣ ଜନତାଙ୍କୁ ନ୍ୟାୟ ପ୍ରଦାନ କରିବା ଉଚିତ। ଥାନାର ପୂର୍ବତନ ଆଇଆଇସି ବାମଦେବ ସ୍ଵାଇଁ ତାଙ୍କର କାର୍ଯ୍ୟକାଳ ମଧ୍ୟରେ ନିମାପଡ଼ାରେ ଚୋରି, ଡକାୟତିକୁ ନିୟନ୍ତ୍ରଣ କରିବା ସହିତ ଅନେକ ନିଶାଡ଼ି, ଜୁଆଡ଼ିଙ୍କୁ ଗିରଫ କରିବାରେ ସଫଳତା ଅର୍ଜନ କରିଥିଲେ । ଗତ ସପ୍ତାହରେ ଜିଲ୍ଲା ମୁଖ୍ୟ କାର୍ଯ୍ୟାଳୟକୁ ବଦଳି ହେବାପରେ ନୂତନ ଆଇଆଇସି ସମରେନ୍ଦ୍ର ପାଇକରାୟ ତିଗିରିଆ ଥାନାରୁ ବଦଳି ହୋଇ ଆସି ଏହି ଥାନାରେ ଆଜି କାର୍ଯ୍ୟରେ ଯୋଗ ଦେଇଛନ୍ତି । ନିମାପଡ଼ା ଭଳି ଏକ ଶାନ୍ତ ପରିବେଶ ସାଙ୍ଗକୁ ବିଶେଷକରି ଉପମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନମଣ୍ଡଳୀରେ ଆଇନଶୃଙ୍ଖଳା ପରିସ୍ଥିତିକୁ ନିୟନ୍ତ୍ରଣାଧୀନ କରିବା, ଚୋରି ଡକାୟତିକୁ ରୋକିବା ମୋର ପ୍ରଥମ ଦାୟିତ୍ଵ । ଥାନାକୁ ଆସୁଥିବା ସାଧାରଣ ଲୋକଙ୍କୁ ଉଚିତ ନ୍ୟାୟ ପ୍ରଦାନ କରିବା ସହ ଥାନାକୁ ଦଲାଲମୁକ୍ତ କରି ନିଷ୍ଠାର ସହ କାର୍ଯ୍ୟ କରିବେ ବୋଲି ସମରେନ୍ଦ୍ର କହିଛନ୍ତି ।

Leave a Reply

Your email address will not be published. Required fields are marked *