ମନ୍ଦିର ଉପରେ ଚୋରଙ୍କ ନଜର। ଲୁଟିନେଲେ ତିନିମନ୍ଦିରରୁ ଅଳଙ୍କାର ଏବଂ ନଗଦ ଟଙ୍କା
ନିମାପଡ଼ା,(ଆଜିପର୍ୟ୍ୟନ୍ତ ନିୟୁଜ) ନିମାପଡ଼ା – ପିପିଲି ମୁଖ୍ୟରାସ୍ତା କଡ଼ରେ ଥିବା ତିନୋଟି ଦେବାଦେବୀ ମନ୍ଦିରୁ ଗୋଟିଏ ରାତିରେ ଚୋରମାନେ କଳାକନା ବୁଲାଇ ଦେିତିବା ପୁଲିସରେ ଅଭିଯୋଗ ହୋଇଛି। ନୂଆ ଆଇଆଇସି ନିମାପଡ଼ା ଥାନାରେ ଯୋଗଦେବାର ଦୁଇଦିନ ପୁର୍ଣ୍ଣ କରିଥିବାବେଳେ ଚୋରମାନେ ମନ୍ଦିର ଗୁଡ଼ିକ ଉପରେ ଆଖି ପକାଇ ପୁଲିସକୁ ଚ୍ୟାଲେଞ୍ଚ ଦେଇଥିବା ଆଲୋଚନା ହେଉଛି। ମିଳିଥିବା ସୁଚନାରୁ ପ୍ରକାଶ କାଜିପାଟଣା ଛକରେ ଥିବା ଶ୍ରୀରାମ ମନ୍ଦରରୁ ଗତକାଲି ରାତିରେ ଦୁର୍ବୁତଃ ମନ୍ଦିରର କବାଟ ଭାଙ୍ଗି ମନ୍ଦିରରେ ପ୍ରବେଶକରି ସୀତାଦେବୀଙ୍କ ବେକରେ ଥିବା ମଲ୍ୟବାନ ରୂପାହାର ଏବଂ ଦାନବାକ୍ସଭାଙ୍ଗି ସେଥିରେ ଥିବା ଟଙ୍କା ଏବଂ ମନ୍ଦିର ଭଣ୍ଡାରଘର ଭାଙ୍ଗି ୫ ହଜାର ଟଙ୍କା ଲୁଟି ନେଇଥିବା ପୁଲିସରେ ଅଭିଯୋଗ ହୋଇଛି। ସିସିଟିଭି ଆଧାରରେ ପୁଲିସ ଜଣେ ଯୁବକକୁ ଅଟକ ରଖିଛି। ଯେହିଭଳି ଗରପଦା ନିକଟରେ ଥିବା ତାରେଣୀ ମନ୍ଦିର ଏବଂ ଓଳିକଣା ଠାରେ ଥିବା ବିରିଖାଣି ମନ୍ଦିରରୁ ଚୋରି ହୋଇଥିବା ଅଭିଯୋଗ ହୋଇଚି। ଆଜି ସକାଳୁ ମନ୍ଦିର ପୁଜକମାନେ ପୁଜା କରିବାକୁ ଗଲାବେଳେ ମନ୍ଦିରରୁ ଚୋରି ହୋଇଥିବା ଜାଣିବାକୁ ପାଇଥିଲେ।
