ନିମାପଡ଼ା,କାକଟପୁର ଯୁଗ୍ମ ନିର୍ବାଚନ ମଣ୍ଡଳୀର ପ୍ରଥମ ବିଧାୟକ ୧୨୧ତମ ଜନ୍ମ ଜୟନ୍ତୀ ପାଳନ
ନିମାପଡ଼ା, ୪/୧୦(ଏପିନ୍ୟୁଜ) ନିମାପଡ଼ା- କାକଟପୁର ଯୁଗ୍ମ ବିଧାନସଭା ଆସନର ପ୍ରଥମ ବିଧାୟକ ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ, ବାମପନ୍ଥୀ ଚିନ୍ତାଧାରାର ଅଗ୍ରଣୀ ନେତା, ମେହନତୀ ମଣିଷର ଦରଦୀ ବନ୍ଧୁ ନିମାପଡ଼ାର ସ୍ବାଭିମାନ ମୋହନ ଦାସଙ୍କ ୧୨୧ତମ ଜନ୍ମ ଜୟନ୍ତୀ ଆଜି ନିମାପଡ଼ା ପୁରପଲ୍ଲୀରେ ପାଳିତ ହୋଇଯାଇଛି। ଏହି ଅବସରରେ ଦୋଳବେଦୀ ଛକ ଠାରେ ଥିବା ମୋହନ ଦାସଙ୍କ ପ୍ରତମୂର୍ତ୍ତିରେ ମାଲ୍ୟାପଣ କରାଯିବା ସହ ସର୍ବଧର୍ମ ପ୍ରାଥନା ସଭା ଅନୁଷ୍ଠିତ ହୋଇଯାଇଛି। ସ୍ବର୍ଗତ ମୋହନ ଦାସଙ୍କ ଯୋଗୁ ନିମାପଡ଼ା ନିକଟରେ କୁଶଭଦ୍ରା ନଦୀ ଉପରେ ପୋଲ ନିର୍ମାଣ ହେବାପରେ କୋଣାର୍କ ଏବଂ କାକଟପୁରକୁ ଯାତାୟତପାଇଁ ରାସ୍ତା ଖୋଲିଥିଲା। ସେହିଭଳି ହରିପୁର ଠାରେ ଭାର୍ଗବୀ ନଦୀ ଉପରେ ପୋଲ ନିର୍ମାଣ ହେବା ପରେ ପିପିଲି ସହିତ ନିମାପଡ଼ା ରାସ୍ତା ଖୋଲିଥିଲା। ପଥମ ବିଧାୟକ ମୋହନ ଦାସଙ୍କ ଉଦ୍ୟମ ଯୋଗୁଁ ଏହା ସମ୍ଭବପର ହୋଇଥିଲା ବୋଲି ଆଜି ଜୟନ୍ତୀ ଉତ୍ସବ ପାଳନ ସମୟରେ ବକ୍ତାମାନେ ମତବ୍ୟକ୍ତ କରିଥିଲେ।
