ପୁର୍ତ୍ତ ବିଭାଗ ରାସ୍ତା କାମ କଲାନାହିଁ ତମ୍ପାଳ ଯୁବକମାନେ ନିଜ ଉଦ୍ୟମରେ କରି ଦେଖାଇ ଦେଲେ
ନିମାପଡ଼ା,(ଆଜି ପର୍ଯ୍ୟନ୍ତ ନିୟୁଜ) ଗୋପ ଠାରୁ ଛାରିଛକମୁଖ୍ୟ ପୁର୍ତ୍ତ ବିଭାଗ ଅଧିନରେ ଥିବା ରାସ୍ତା ଖାଲ ଖମାରେ ପୂର୍ଣ୍ଣ ହୋଇଥିବାନେଇ ତମ୍ପାଳର ଯୁବକମାନେ ପୁର୍ତ୍ତ ବିଭାଗରେ ଅଭିଯୋଗ ପରେ ଅଭିଯୋଗ କରିଥିଲେ। ରାସ୍ତା ଅବସ୍ଥା ବେଳକୁ ବେଳ ଶୋଚନୀୟ ହୋଇ ପଡ଼ିଥିବାରୁ ଯାତାୟତ କରିବା କଷ୍ଟସାଧ୍ୟ ହୋଇ ପଡ଼ିଥିଲା। ରାସ୍ତା ପ୍ରତି ପୂର୍ତ୍ତ ବିଭାଗ ଅଣଦେଖା କରୁଥିବାରୁ ସ୍ଥାନୀୟ ତମ୍ପାଳୋଗ୍ରାମର ଯୁବକମାନେ ଏକାଠି ହୋଇ ଗୋପ- ଚାରିଛକ ମୁଖ୍ୟ ରାସ୍ତାର କାଦୁଆ ବ୍ରିଜ ଏବଂ ସଂଯୋଗ ରାସ୍ତାକୁ ନିଜ ଉଦ୍ୟମରେ ମରାମତି କରି ସ୍ଥାନୀୟ ଅଞ୍ଚଳର ସାଦାରଣ ଲୋକଙ୍କ ପ୍ରଶଂସାର ପାତ୍ର ହୋଇଛନ୍ତି।
