ସମ୍ବାଦିକଙ୍କୁ ଆକ୍ରମଣ ଅଭିଯୋଗ
ପିପିଲି(ଏ.ପି ନିୟୁଜ) ପିପିଲିର ଗଣମାଧ୍ୟମର ବରିଷ୍ଠ ପ୍ରତିନିଧି ମନରଞନ ମହାପାତ୍ର ଙ୍କୁ ମାଡ଼ ମରାଯାଇଥିବାନେଇ ଅଭିଯୋଗ ହୋଇଛି। ପିପିଲି ଏନଏ.ସିର କଲ୍ୟାଣ ମଣ୍ଡପ ନିର୍ମାଣ ହେଉଥିବା ସ୍ଥାନରେ କେତେକ ଲୋକଙ୍କ ଆକ୍ରମଣର ଶିକାର ହୋଇଛନ୍ତି ଗଣମାଧ୍ୟମ ପ୍ରତିନିଧି ମନରଞନ ମହାପାତ୍ର। ସେ ଆକ୍ରମଣରେ ଲହୁଲୁହାଣ ହୋଇଥିବା ସୁଚନା ମିଳିଛି । ସ୍ଥାନୀୟ ଲୋକମାନଙ୍କ ସହୟତାରେ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସାପାଇଁ ଭର୍ତ୍ତି ହୋଇଛନ୍ତି। ଗଣମାଧ୍ୟମ ପ୍ରତିନିଧି ଶ୍ରୀ ମହାପାତ୍ର ପିପିଲି ମିଡ଼ିଆହାଉସର ସଭାପତି ଅଛନ୍ତି ବୋଲି ଏ.ପି ନିୟୁଜର ରିପୋର୍ଟର ଜଗନ୍ନାଥ ସୁଚନା ଦେଇଛନ୍ତି।
