ରାଜ୍ୟ

ଦୁର୍ନୀତି ବିରୋଧରେ ସମବଦ୍ଧ ଉଦ୍ୟମ ଆବଶ୍ୟକ

Spread It

ପୁରୀ (ଏ.ପି ନିୟୁଜ) ଦୁର୍ନୀତି ଏକ ସାମାଜିକ ବ୍ୟାଧି।ଏହାର ମୂଳୋତ୍ପାଟନ ପାଇଁ ସମବଦ୍ଧ ଉଦ୍ୟମ ଆବଶ୍ୟକ ବୋଲି କହିଛନ୍ତି ପୁରୀ ଦୁର୍ନୀତି ନିବାରଣ ୟୁନିଟ ର ଡିଏସପି ସୋମନାଥ ବାରିକ।ଚଳିତ ବର୍ଷ ଆଜି ଅର୍ଥାତ ୨୭ ଅକ୍ଟୋବର ଠାରୁ ୨ ନଭେମ୍ବର ପର‌୍ୟ୍ୟନ୍ତ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ହେଉଛି।ପ୍ରଥମ ଦିନରେ ଆଜି ପ୍ରତ୍ୟେକ କାର‌୍ୟ୍ୟାଳୟ ମାନଙ୍କ ରେ ଦୁର୍ନୀତି ନିବାରଣ ସଚେତନତା ଶପଥ ପାଠ ଅନୁଷ୍ଠିତ ହୋଇଥିଲା।ସର୍କିଟ ହାଉସ ଠାରେ ଆୟୋଜିତ ଶପଥ ପାଠ କାର‌୍ୟ୍ୟକ୍ରମ ରେ ଦୁର୍ନୀତି ନିବାରଣ ୟୁନିଟ ର ଡିଏସପି ଶ୍ରୀ ବାରିକ ଯୋଗ ଦେଇ ସମସ୍ତଙ୍କୁ ଶପଥ ପାଠ କରାଇବା ସହ ଦୁର୍ନୀତି ର କାରଣ, ନିରାକରଣ ଓ ଅଧିକାରୀ, କର୍ମଚାରୀ ଓ ସାଧାରଣ ଲୋକ ମାନଙ୍କ ଦାୟିତ୍ୱ ସମ୍ପର୍କରେ ଆଲୋଚନା କରିଥିଲେ।ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ତନୁପ୍ରଭା ବେଉରା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଶପଥ ପାଠ ରେ ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ ,ପ୍ରୋଗ୍ରାମ ଅଫିସର ସୁହାଗୀ ହେମ୍ବ୍ରମ, ସୁପରଭାଇଜର ବାଲ୍ୟବତୀ ମହାନ୍ତି, ମିଶନ ଶକ୍ତି ସଂଯୋଜିକା ସ୍ବାଗତିକା ପରିଡା, ସିଡିପିଓ, ଅଙ୍ଗନବାଡି କର୍ମୀ, ସ୍ବୟଂ ସହାୟକ ଗୋଷ୍ଠୀ ସଦସ୍ୟା ପ୍ରମୁଖ ଯୋଗ ଦେଇ ଶପଥ ପାଠ କରିଥିଲେ।

Leave a Reply

Your email address will not be published. Required fields are marked *