ରାଜ୍ୟ

ରଘୁନାଥ ନଗର ଉନ୍ନୟନ କ୍ଲବର ୪ର୍ଥ ବାର୍ଷିକ ପ୍ରତିଷ୍ଠା ଦିବସ ଓ ରଜ ମହୋତ୍ସବ ପାଳିତ

Spread It

ଭୁବନେଶ୍ୱର ୧୭/୬/୨୬,(ଏ.ପି ନିୟୁଜ) ଓଡ଼ିଶାର କଳା, ସଂସ୍କୃତି, ସାହିତ୍ୟ ଏବଂ ଓଡ଼ିଆ ଅସ୍ମିତାର ସଂରକ୍ଷଣ ଓ ପ୍ରଚାର-ପ୍ରସାର ସହିତ ବିଶ୍ୱ ଦରବାରରେ ଓଡ଼ିଆ ଭାଷା ଓ ସଂସ୍କୃତିର ଗୌରବକୁ ପ୍ରତିଷ୍ଠିତ କରିବା ଉଦ୍ଦେଶ୍ୟରେ ରଘୁନାଥ ନଗର ଉନ୍ନୟନ କ୍ଲବ ପକ୍ଷରୁ ୪ର୍ଥ ବାର୍ଷିକ ପ୍ରତିଷ୍ଠା ଦିବସ ଓ ରଜ ମହୋତ୍ସବ ମହାସମାରୋହରେ ପାଳିତ ହୋଇ ଯାଇଅଛି । ଏହି ସଭାରେ ମୁଖ୍ୟ ଅତିଥି ମାନ୍ୟବର ଏକାମ୍ର ବିଧାୟକ ବାବୁ ସିଂ, ସମ୍ମାନୀତ ଅତିଥି  ରଶ୍ମୀ ମହାପାତ୍ର, ସ୍ୱତନ୍ତ୍ର ନିମନ୍ତ୍ରିତ ଅତିଥି ସଦସ୍ୟା, (ଓଡ଼ିଶା ରାଜ୍ୟ ବିଜେପି)  ନିରୁପମା ସାହୁ, ଅଧ୍ୟକ୍ଷା ଭୁବନେଶ୍ୱର ପଞ୍ଚାୟତ ସମିତି, ଜିଲ୍ଲା ପରିଷଦ ସଭ୍ୟ  ସୁବାସ କୁମାର ସୁନ୍ଦରରାୟ, ଶିଶୁପାଳ ପଞ୍ଚାୟତର ସରପଞ୍ଚ  ରଶ୍ମୀ ରଂଜନ ଶ୍ରୀଚନ୍ଦନ, ସମିତି ସଭ୍ୟ  ବିନୋଦ କୁମାର ରାଉତରାୟଙ୍କ ସହିତ କ୍ଲବର ସଭାପତି କ୍ୟାଟେନ ସୁନାକର ମହାପାତ୍ର, ସଂପାଦକ ଡକ୍ଟର କ୍ଷେତ୍ରମୋହନ ମିଶ୍ର, ଉପସଭାପତି ଡ଼ ଜଗଜୀବନ ପତି ଉପସ୍ଥିତ ଥିଲେ । ଏହି ମହୋତ୍ସବ ୨ଦିନ ଧରି  ପାଳିତ ହୋଇଥିଲା । ଓଡିଶାର ପର୍ବ ପର୍ବାଣୀ ମଧ୍ୟରେ ରଜର ଭୁମିକା ଉପରେ ବକୃତା ପ୍ରତିଯୋଗିତା କରାଯାଇଥିଲା । ଦୋଳି ଖେଳଠୁ ଆରମ୍ଭ କରି ପିଲାମାନଙ୍କ ପାଇଁ ଡ୍ରଂଇ, କୁଇଜ, ସଂଗୀତ, ନୃତ୍ୟ, ପୁଚିଖେଳ, ମିୟୁଜିକ ଚେୟାର ଓ ମହିଳାମାନେ ମିଶି ରଜ ପିଠାର ପ୍ରତିଯୋଗିତା କରାଯାଇଥିଲା । ଏହି ପ୍ରତି କୃତି ପ୍ରତିଯୋଗିମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କାର ପ୍ରଦାନ କରାଯାଇଥିଲା । କ୍ଲବର ସଭାପତି କ୍ୟାଟେନ ସୁନାକର ମହାପାତ୍ର ତାଙ୍କ ଭାଷଣରେ କଲୋନୀବାସୀମାନେ ସମ୍ମୁଖୀନ ହେଉଥିବା ସମସ୍ୟା ଉପରେ, ମାନ୍ୟବର ବିଧାୟକଙ୍କର ଦୃଷ୍ଟି ଆକର୍ଷଣ କରିବା ସହ ଏହାର ନିରାକରଣ ଦିଗରେ ଶୀଘ୍ର ଏବଂ ସଠିକ ପଦକ୍ଷେପ ନେବା ପାଇଁ ନିବେଦନ କରିଥିଲେ । ଏ ଅଂଚଳରେ ବସବାସ କରୁଥିବା ଜନସାଧାରଣ ରାସ୍ତା, ଓ ଡ୍ରେନେଜ, ଷ୍ଟ୍ରିଟ ଲାଇଟ ପାଇଁ ବହୁ ସମସ୍ୟାରେ ସମ୍ମୁଖୀନ ହେଉଛନ୍ତି । ପିଇବାପାଣି ପାଇଁ ନିଜସ୍ୱ ନଳକୂପ ଖନନ କରି ତା ଉପରେ ଲୋକମାନେ ନିର୍ଭରଶୀଳ।  ଖରାଦିନରେ ଭୁତଳ ଜଳସ୍ତର ହାତ୍ସ   ଯୋଗାଣ ଯୋଜନା ପ୍ରକଳ୍ପରେ, ଶିଶୁପାଳଗଡ ସ୍ଥିତ ରଘୁନାଥ ନଗରକୁ ସାମିଲ କରି, ଘରେ ଘରେ ପିଇବା ପାଣି ପହଂଚାଇବା ନିହାତି ଦରକାର । କଲୋନୀଟି ଭୂବନେଶ୍ୱର ସହରର ଉପକଣ୍ଠରେ ଅବସ୍ଥିତ ଥିଲେ ମଧ୍ୟ ଭୂବନେଶ୍ୱର ମହାନଗର ନିଗମରେ ଅନ୍ତର୍ଭୁକ୍ତ ହୋଇଥିବାରୁ ବର୍ଜ୍ୟବସ୍ତୁର ପରିଚାଳନା କେମିତି ଆଗାମି ଦିନରେ ହୋଇପାରିବ ବିଧାୟକ ବାବୁ ସିଂ ଓ ଶ୍ରୀମତୀ ରଶ୍ମୀ ମହାପାତ୍ରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି । କଲୋନୀର ପରିବେଶ ଅତ୍ୟନ୍ତ ଅସ୍ୱାସ୍ଥ୍ୟକର ହୋଇପଡିଛି ବୋଲି ତାଙ୍କ ଭାଷଣରେ ସଭାପତି ମାନ୍ୟବର ବିଧାୟକଙ୍କୁ ଜଣାଇଥିଲେ । ମାନ୍ୟବର ବିଧାୟକ ତାଙ୍କର ଭାଷଣରେ ସମସ୍ତ ଦାବୀକୁ ପୁରଣ କରିବେ ଓ ଶ୍ରୀମତୀ ରଶ୍ମୀ ମହାପାତ ସମସ୍ତ ଉନ୍ନତି ମୂଳକ କାର୍ଯ୍ୟରେ ସହଯୋଗ କରିବେ ବୋଲି ପ୍ରତିଶୃତି ଦେଇଥିଲେ । ଶେଷରେ ମହିଳାମାନେ ସମସ୍ତ ଅତିଥିଙ୍କୁ ରଜର ପୋଡପିଠା ଖୁଆଇଥିଲେ । 

Leave a Reply

Your email address will not be published. Required fields are marked *