ଧବଳେଶ୍ୱର ଙ୍କ ଉଦ୍ଦେଶ୍ୟ ରେ ଭୋଗ ଲାଗି।
ଚାରିଛକ୯ଏ.ପି ନିୟୁଜ),(ସନ୍ତୋଷ ଦାଶ) ଆଜି ଥିଲା ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା। ପ୍ରାତଃ ରୁ ଚାରିଛକ, ନିମାପଡ଼ା, ନୟାହାଟ ଅଞ୍ଚଳ ର ଶ୍ରଦ୍ଧାଳୁ ମାନେ ନଦୀ, ପୁଷ୍କରିଣୀ ରେ ସ୍ନାନ କରି, ଡ଼ଙ୍ଗା ଭସାଇ ନିକଟସ୍ଥ ଦେବ ଦେବୀ ମନ୍ଦିର ରେ ପହଞ୍ଚିଥିଲେ। ସେଠାରେ ପୂର୍ବ ରାତିରୁ ବ୍ରାହ୍ମଣ ପୂଜକ ଗୋଟିଏ ଗୁଆ କୁ ଧବଳେଶ୍ୱର ଶମ୍ଭୁ ଙ୍କ ନାମ ରେ ସ୍ଥାପନା କରିବା ପରେ ଶ୍ରଦ୍ଧାଳୁ ପରିବାର ମାନଙ୍କ ପକ୍ଷରୁ ପରିବାର ର ଶୁଭ କାମନା କରି କଦଳୀ ଶିରିଣୀ, ଚୁଡ଼ାଘଷା, ଗଜ ମଣ୍ଡା ଭୋଗ ଲାଗି କରା ଯାଇଥିଲା।ଶ୍ରଦ୍ଧାଳୁ ମାନେ ସ୍ନାନ ପରେ ସ୍ଥାପିତ ଧବଳେଶ୍ବର ଙ୍କୁ ଦର୍ଶନ ଓ ପୂଜା କରି ଭୋଗ ଖାଇ ଥିଲେ। କାର୍ତ୍ତିକ ପୂର୍ଣ୍ଣିମା ପାଇଁ ସମଗ୍ର ପ୍ରାଚୀ ଉପତ୍ୟକା ଉତ୍ସବ ମୁଖର ହୋଇ ପଡ଼ିଥିଲା।
