Uncategorized

ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅଭିଯାନ -୨୦୨୫

Spread It

ନିମାପଡ଼ା,(ଏ.ପି ନ୍ୟିୁଜ) ନିମାପଡ଼ା ବ୍ଲକ ପକ୍ଷରୁ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିସର ୨୦୨୫ ଆଜି ସ୍ଥାନୀୟ ହାଇସ୍ଖୁଲ ପୁରୁଣା କାମ୍ପସ ରେ ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରକୁ ସାମାଜିକ ସୁରକ୍ଷା ଓ ଶସକ୍ତିକରଣ ବିଭାଗ ଓଡ଼ିଶା ସରକାରଙ୍କ ସୈାଜନ୍ୟତା ଓ ପିଙ୍ଗଳାକ୍ଷୀ ପବ୍ଲିକ ୱେଲଫାୟାର ଅର୍ଗାନାଇଜେସନ, ନିମାପଡ଼ା ସହଯୋଗରେ ଅନୁଷ୍ଠିତ ହୋଇଛି। ଭିନ୍ନକ୍ଷମ ସାମର୍ଥ୍ୟ ଚିହ୍ନଟ ଓ ମୂଲ୍ୟାଙ୍କନ ପକ୍ରିୟା କାର‌୍ୟ୍ୟକ୍ରମରେ ୪୬୫ଗଣ ଚଳନ ବାଧିତ, ୮୫ ଜଣ ଦୃଷ୍ଟି ବାଧିତ, ୯୭ ଜଣ ଶ୍ରବଣ ବାଧିତ ଓ ୧୧୦ ଜଣ ବୈାଦ୍ଧିକ ଦିବ୍ୟାଙ୍ଗ ଏହିପରି ମୋଟ ୭୫୭ ଜଣ ପଜିଂକୃତ ଭିନ୍ନକ୍ଷମ ବିଭାଗୀୟ ଡ଼ାକ୍ତର ଦ୍ବାରା ମୂଲ୍ୟାଙ୍କନ କରାଇଥିଳେ। ଏହି କାର‌୍ୟ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷ ଶଙ୍କର ଭୋଇ ସାସଂଦ ପ୍ରିତିନିଧି ମୀନଲତା ମହାନ୍ତି।ବିଡ଼ିଓ ଅଭିଜିତ ଷଡ଼ଙ୍ଗୀ,, ଅତରିକ୍ତ ବିଡ଼ିଓ ପ୍ରିୟଦର୍ଶନୀ ବରାଳ। ଏନ,ଏ.ସି ଅଧିକାରୀ ଚିନ୍ମୟ ଦାସ। ପିପିଡ଼ବ୍ଲଓ ସଂପାଦକ ଗଗନବିହାରୀ ଦାସ ଅତିରିକ୍ତ ତହସିଲଦାର କେ.ଭେଙ୍କଟଶ୍ବର ବ୍ଲକ ଉପାଧ୍ୟକ୍ଷ ଅନୁସୟା ମହାନ୍ତି ରାଓ,ପିପିଡ଼ବ୍ଲୁଓର କୋଷାଧ୍ୟକ୍ଷ ପଦ୍ମଲୋଚନ ମହାନ୍ତି ପ୍ରମୁଖ ଯୋଗ ଦେଇ ଥିଲେ।

Leave a Reply

Your email address will not be published. Required fields are marked *