ରାଜ୍ୟ

 ନିମାପଡ଼ା ଏନ.ଏ.ସିରେ ଟେଣ୍ଡର ଫିକ୍ସିଂ  ଅଭିଯୋଗ

Spread It

 

 ନିମାପଡ଼ା, (ଏ.ପି ନ୍ୟିୁଜ) ନିମାପଡ଼ା ଏନ.ଏ.ସିରେ ଟେଣ୍ଡର ଫିକ୍ସିଂ କରାଯାଇଥିବା  ମହିଳା ଠିକାଦାର ଅଭିଯୋଗ କରିଛନ୍ତି। ନିର୍ବାହୀ ଅଧିକାରୀ ଟେଣ୍ଡର ପିକ୍ସିଂ ଘଟଣାକୁ ଅସ୍ବୀକାର କରିଛନ୍ତି।  ସରକାର ସବୁ କ୍ଷେଥ୍ରରେ ମହିଳାମାନଙ୍କୁ ଅଗ୍ରାଧିକାର‌ ଦେଉଛନ୍ତି ହେଲେ ନିମାପଡ଼ା ଏନ.ଏ.ସିରେ ଠିକା ନେବାକୁ ଛାହୁଁଥିବା ଜଣେ ମହିଳାଙ୍କୁ  କିଭଳି ମାନସିକ ନିର୍ଯ୍ୟାତନା ଦିଆଯାଇ ସରକାରଙ୍କ ସମସ୍ତ ନିୟମରେ ରହିଥିଲେ ମଧ୍ୟ ଟେଣ୍ଡରୁ ବାଦ ଦିଆଯାଇଥିବା  ମହିଳା ଠିକାଦାର  ଦିପ୍ତିରେଖା ବେହେରା  ଅଭିଯୋଗ କରିଛନ୍ତି। ନିମାପଡ଼ାରୁ ପ୍ରଥମ ମହିଳାଭାବେ ରାଜ୍ୟର ଉପମୁଖ୍ୟମନ୍ତ୍ରୀ ହୋଇ ନିମାପଡ଼ାର ଗୈାରବ ଆଣିଥିବାବେଳେ ତାଙ୍କ ଅଞ୍ଚଳରଏନ.ଏସିରେ ଏକ ଠିକାକାମରେ କିଭଳି ଟେଣ୍ଡରପ୍ରକ୍ରିୟାରେ ନିୟମ ବର୍ହିଭୁତ କାର୍ଯ୍ୟ ଏନ.ଏ.ସି କର୍ତ୍ତୁପକ୍ଷ କରିଛନ୍ତି । ସେ ଲଖିତ ଅଭିଯୋଗ କରିବାସହ ମହିଳା କମିଶନଓ ଭିଜିଲାନସ ବିଭାଗ ଦ୍ବାରା  ଘଟଣାର ତଦନ୍ତ କରିବାକୁ ଦାବୀ କରିଛନ୍ତି। ମିଳିଥିବା ତଥ୍ୟରୁ ଜଣାଯାଏ ସ୍ଥାନୀୟ ଏନ.ଏସି ପକ୍ଷରୁ ବିଭିନ୍ନ ୱାର୍ଡ଼ରେ ଡ଼୍ରେନେଜର  କାମ ହେବାପାଇଁ ୫ଟି  ପ୍ରକଳ୍ପ ଟେଣ୍ଡର ଆହ୍ବାନ କରାଯାଇଥିଲା ଟେଣ୍ଡର  ୩କୋଟି ୭୦ ଲକ୍ଷ ଟଙ୍କା ମୂଲ୍ୟର ଟେଣ୍ଡର ଅନଲାଇନରେ  ଆହ୍ବା‌ନ କରାଯାଇଥିଲା । ଟେଣ୍ଡର ଖୋଲାଯିବା ସମୟରେ  ୩ଜଣ ଠିକାଦାରଙ୍କୁ ଅନୁମତି ଦିଆଯାଇଥିବାବେଳେ ମହିଳା ଠିକାଦାର ଦିପ୍ତିରେଖା ବେହେରାଙ୍କୁ ଟେଣ୍ଡର ଖୋଲାହେବାବେଳେ  କାଗଜପତ୍ର ନଥିବା ଦର୍ଶାଇ ଉଦ୍ଦେଶ୍ୟମୂଳକ ଭାବେ  ବାଦ୍ ଦେଇଥିଲେ ବୋଲି  ମହିଳା ଠିକାଦାର ଅଭିଯୋଗ କହିଛନ୍ତି। ଟେଣ୍ଡର ଖୋଲା ହେବାବେଳେ ସମସ୍ତେ ଉପସ୍ଥିତ ରହିବାକଥା କିନ୍ତୁ କଣପାଇଁ କାହା ପ୍ରରୋଚନା କେଉଁ ଉଦ୍ଦେଶ୍ୟରେ କର୍ତ୍ତୁପକ୍ଷ  ଟେଣ୍ଡର ପକାଇଥିବା  ଦିପ୍ତିରେଖାଙ୍କୁ ବସିବାପାଇଁ  ଅନୁମତି ଦିଆଗଲାନାହିଁ ତାହା ତଦନ୍ତ ହେବା ଆବଶ୍ୟକ ବୋଲି ଦିପ୍ତିରେଖା ଅଭିଯୋଗ କରିଛନ୍ତି । ଟେଣ୍ଡର ହୋଇଥିବା ୩କୋଟି ୭୦ ଲକ୍ଷ ଟଙ୍କା ମୂଲ୍ୟର ୫ଟି ପ୍ରକଳ୍ପକୁ ଠିକାଦାର ସଂଘର ୩ ଜଣ କର୍ମକର୍ତ୍ତା ହାତେଇ ନେଇ ସଂଘର ଏକତାକୁ ଭାଙ୍ଗିବାକୁ ଉଦ୍ୟମ କରୁଥିବା ସଭ୍ୟମାନଙ୍କ ମଧ୍ୟରେ ଆଲୋଚନା ହେଉଛି।। 

Leave a Reply

Your email address will not be published. Required fields are marked *