Uncategorized

ପୁରୀ ଜିଲ୍ଲା ସ୍ତରୀୟ ସମ୍ବିଧାନ ଦିବସ ପାଳିତ

Spread It

ପୁରୀ ୨୬/୧୧ (ଏ.ପି ନ୍ୟିୁଜ) ସମ୍ବିଧାନ ହେଉଛି ଆମ ଦେଶର ସର୍ବୋଚ୍ଚ ଆଇନ।ଯାହା ସରକାର ଓ ନାଗରିକଙ୍କ ଅଧିକାର ଏବଂ କର୍ତ୍ତବ୍ୟ ପାଇଁ ଢାଞ୍ଚା ସ୍ଥାପନ କରିଥାଏ ବୋଲି କହିଛନ୍ତି ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା।ଆଜି ପୂର୍ବାହ୍ନରେ ଓସ୍ବାନ ସମ୍ମିଳନୀ କକ୍ଷରେ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ବିଧାନ ଦିବସ ପାଳିତ ହୋଇ ଥିଲା।ଓସ୍ବାନ ମୋଡରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ସମସ୍ତ ବ୍ଲକ ଓସ୍ବାନ ହଲରେ ବିଡ଼ିଓ, ତହସିଲଦାର ଓ ସମସ୍ତ କର୍ମଚାରୀ ଉପସ୍ଥିତ ରହିଥିଲେ।ଏହି ଅବସରରେ ଜିଲ୍ଲାପାଳ ଆମ ସମ୍ବିଧାନ ର ପ୍ରସ୍ତୁତି,ଗରୀମା ଓ ମହତ୍ତ୍ୱ ସମ୍ପର୍କରେ ଆଲୋକପାତ କରି ଆମ ସମ୍ବିଧାନ ବିଶ୍ବ ର ସବୁଠାରୁ ଦୀର୍ଘ ଲିଖିତ ଜାତୀୟ ସମ୍ବିଧାନ ବୋଲି କହିଥିଲେ।ଆମ ସମ୍ବିଧାନ ଏକ ସାର୍ବଭୌମ, ସମାଜବାଦୀ, ଧର୍ମ ନିରପେକ୍ଷ ଏବଂ ଗଣତାନ୍ତ୍ରିକ ରାଷ୍ଟ୍ର ଭାବେ ଆମକୁ ସ୍ବୀକୃତି ଦେଇଛି।୧୯୪୯ ମସିହା ୨୬ ନଭେମ୍ବରରେ ଏହା ଗୃହୀତ ହେବା ସହ ୧୯୫୦ ଜାନୁଆରୀ ୨୬ ରେ କାର୍ଯ୍ୟକାରୀ ହୋଇଥିଲା ବୋଲି ସେ କହିବା ସହ ସମସ୍ତଙ୍କୁ ସମ୍ବିଧାନ ଶପଥ ପାଠ କରାଇଥିଲେ।
ଏହି ଶପଥ ପାଠ କାର‌୍ୟ୍ୟକ୍ରମ ରେ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା, ଅତିରିକ୍ତ ଜିଲ୍ଲାପାଳ ରାଜସ୍ଵ ଡ ଶରତ ଚନ୍ଦ୍ର ମହାପାତ୍ର, ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ନିଳମାଧବ ଭୋଇ,ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରିୟରଞ୍ଜନ ପୃଷ୍ଟି, ପୌର ନିର୍ବାହୀ ଅଧିକାରୀ ଅଭିମନ୍ୟୁ ବେହେରା, ଉପ ଜିଲ୍ଲାପାଳ ରାଜ କିଶୋର ଜେନା, ଡେପୁଟି କଲେକ୍ଟର ଆଦ୍ୟାଶା ରଥ, ପ୍ରିୟଦର୍ଶିନୀ ମଲ୍ଲିକ,ବିବେକାନନ୍ଦ ସାହୁ, ସହଦେବ ସାହୁ, ଅନୁସ୍ରବ ଗନ୍ତାୟତ, ରାଷ୍ଟ୍ରୀୟ ବିଜ୍ଞାନ କେନ୍ଦ୍ର ର ଡିଆଇଓ ବିଶ୍ୱନାଥ ପଣ୍ଡା,ଥିଲେ।ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ ,ଜିଲ୍ଲା ସଂସ୍କୃତି ଅଧିକାରୀ ହେମନ୍ତ ବେହେରା, ତହସିଲଦାର, ବିଡ଼ିଓ, ଅନ୍ୟାନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀ ପ୍ରମୁଖ ଯୋଗ ଦେଇ ଶପଥ ପାଠ କରିଥିଲେ।

Leave a Reply

Your email address will not be published. Required fields are marked *