କୁମ୍ଭକାର ପରିବାର ପକ୍ଷରୁ କୁରାଳ ପଞ୍ଚମୀ ପାଳିତ।
ଚାରିଛକ,(ସନ୍ତୋଷ ଦାଶ) ଆଜି ଥିଲା ମାର୍ଗଶିର ମାସ ର କୁରାଳ ପଞ୍ଚମୀ ତିଥି।ପାରମ୍ପରିକ ପ୍ରଥା ଅନୁସାରେ ଚାରିଛକ ର ବ୍ରହ୍ମକୁଣ୍ଡୀ ଓ ଯୋଗେଶ୍ୱରପୁର ର ମୁଦୁଲି ସାହି ରେ ବସବାସ କରୁଥିବା କୁମ୍ଭକାର ପରିବାର ମାନଙ୍କ ପକ୍ଷରୁ କୁରାଳ ପଞ୍ଚମୀ ପାଳିତ ହୋଇଥିଲା। ମାଟିପାତ୍ର ନିର୍ମାଣ ହେଉଥିବା ସ୍ଥାନ, ପୋଡ଼ାଯାଉଥିବା ଭାଟି, ନିର୍ମାଣ ହେଉଥିବା ଚକ ସବୁକୁ ପାଣି ପକାଇ ସଫା କରିବା ପରେ ମୁରୁଜ ରେ ନାରାୟଣ ବିଷ୍ଣୁ ଓ ଦେବ ଶିଳ୍ପୀ ବିଶ୍ଵକର୍ମା ଙ୍କ ମୂର୍ତ୍ତୀ ନିର୍ମାଣ କରା ଯାଇଥିଲା। କୁମ୍ଭାର ମାନେ ନବ ବସ୍ତ୍ର ପରିଧାନ କରି ନିଜ ନିଜ ର କୁମ୍ଭାର ଶାଳ କୁ ପୁଜା କରିଥିଲେ। ଏଥିପାଇଁ ଉପୋରକ୍ତ ଦୁଇ ଗ୍ରାମ ଉତ୍ସବ ମୁଖର ହୋଇ ପଡ଼ିଥିଲା।
