ଉପ- ମୁଖ୍ୟମନ୍ତ୍ରୀ ଗ୍ରସ୍ତଙ୍କ ସମୟରେ ବ ଦୁର୍ବ୍ୟବହାର ଶିକାର ହୋଇଥିବା ଦଳିତ ମହିଳାଙ୍କୁ ଅଟକ ରଖିଲା ପୁଲିସ
ନିମାପଡ଼ା,(ଏପି ନ୍ୟିୁଜ) ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଆଜି ବଳଙ୍ଗାଅଞ୍ଚଳର ଗ୍ରସ୍ତରେ ଯାଇଥିଲେ। ଅଭିଯୋଗ କରିଥିବା ଦଳିତ ମହିଳା ଜଣକ ଉପମୁଖ୍ୟମନ୍ତ୍ରୀ ଗ୍ରସ୍ତ ପାଇଁ ବଳଙ୍ଗା ପୁଲିସ ଆଇନଶୃଙ୍ଖଳା ପାର୍ଇ କାଳେ କେଉଁ କାଣ୍ଡ ଭିଆଇବ ତେଣୁ ପୁଲି ଉକ୍ତ ମହିଳାଙ୍କୁ ରାତି ଅଧରେ ଶୋଇଥିବା ଅବସ୍ଥାରେ ଘରୁ ଉଠାଇ ଆଣିଥିବା ଏବଂ ଉପମୁଖ୍ୟମନ୍ତ୍ରୀ ଗ୍ରସ୍ତ ଶେଷ ହେବାପରେ ମହିଳାଙ୍କୁ ଛାଡ଼ି ଦିଆଯାଇଥିବା ସୁଚନା ମିଳିଛି। ବଳଙ୍ଗା ଥାନା ଅଞ୍ଚଳର ଜଣେ ଦଳିତ ଶୈଳବାଳା ବେହେରାଙ୍କୁ ଜୈନିକ ସରପଞ୍ଚ ୨୯ ତାରିଖ ବିଳମ୍ବିତ ରାତିରେ ମହିଳାଙ୍କଘରେ ସ୍ବାମୀ ନଥିବାବେଳେ ଘରେ ପଶି ଦୁର୍ବ୍ୟହାର କରିଥିବା କହାଆଗରେ କହିଲେ ଜୀବନରୁ ମାରିଦିଆଯିବ ବୋଲି କୁଆଡ଼େ ଧମକ ଦେଇଥିଲେବୋଲି ମହିଳା ଜଣକ ବଳଙ୍ଗାଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ କରିଥିବା ମହିଳା ଜଣକ ଜଣେ ୱାର୍ଡ଼ ସଭ୍ୟା ଅଟନ୍ତି। ଭାର୍ଗବୀ ନଦୀରୁ ବାଲି ଚେରା ଚାଲଣକୁ ନେଇ ଅଭିଯୋଗକାରୀ ମହିଳାଙ୍କ ଗ୍ରାମର ୨ଗୋଷ୍ଠୀ ମଧ୍ରରେ ବିବାଦ ରହିଛି ଏହି ଘଟଣାକୁ ନେଇ ସରକାରୀ ଦଳର ସରପଞ୍ଚ ଓ ତାଙ୍କଗୋଷ୍ଠୀର ସମର୍ଥକ ମାନେ ଏଭଳି କରିଥିବା ମହିଳା ଅଭିଯୋଗରେ ଦର୍ଶାଇଛନ୍ତି। ମହିଳାଙ୍କ ଅଭିଯୋଗର ବିଚାର କରାନଟାଇ ତାଙ୍କୁ ଗୋଟିଏ ଦିନ ଥାନାରେ ଅଟକ ରଖିବାଘଟଣାକୁ ନେଇସେ ଜିଲାପାଲ ଏସ.ପିଙ୍କୁ ଅବଗତ କରିବେ ବୋଲି ସୁଚନା ଦେଇଛନ୍ତି। ସରପଞ୍ଚ କୈାଣସି କହିଛନ୍ତି। ମହିଳାଙ୍କ ଘର ଭାର୍ଗବୀ ନଦୀ ବନ୍ଧ ନିକଟରେ ରହିଛି। ବାଲି ଚୋରାକାରବାର ଚାଲିଥିବାରୁ କାହାଆଗରେ ଚୋରା କାରବାର ବିଷୟରେ ମୁହଁ ନ ନଖୋଲିବାକୁ ଏଭଳି କାଣ୍ଡ ଘଟାଯାଇଥିବା ତଥ୍ୟାଭିଜ୍ଞମହଳ ସୁଚନା ଦେଇଛନ୍ତି ।
