ବିଭିନ୍ନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କଲେ ଉପମୁଖ୍ୟମନ୍ତ୍ରୀ
ନିମାପଡ଼ା (ଏ.ପି ନ୍ୟିୁଜ): ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଆଜି ନିମାପଡ଼ା ନିର୍ବାଚନମଣ୍ଡଳୀରେ ବିଭିନ୍ନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଆଜି କଣ୍ଟାବଣିଆଠାରେ ଗୋଡ଼ିମାଳ ଡିଷ୍ଟ୍ରିବ୍ୟୁଟାରୀର କଂକ୍ରିଟ୍ ଲାଇନିଙ୍ଗ୍ ଏବଂ ଭାର୍ଗବୀ ବାମପାର୍ଶ୍ୱ ନଦୀବନ୍ଧରେ ୨ଟି କଂକ୍ରିଟ୍ ସୁରକ୍ଷା କାନ୍ଥ ନିର୍ମାଣ ପ୍ରକଳ୍ପ ପାଇଁ ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ମୋଟ ୧ କୋଟି ୧ ଲକ୍ଷ ୮୪ ହଜାର ଟଙ୍କା ବ୍ୟୟରେ ହେବାକୁ ଥିବା ଏହି ପ୍ରକଳ୍ପଗୁଡ଼ିକ ନଦୀବନ୍ଧକୁ ସୁଦୃଢ଼ କରିବା ଦିଗରେ ସହାୟକ ହେବ ବୋଲି ସେ ଏହି ଅବସରରେ କହିଛନ୍ତି।ଏହାପରେ ବାହାରଣା ଗ୍ରାମପଞ୍ଚାୟତର କଦଳୀବାରୀ ଗ୍ରାମଠାରେ କୁଣ୍ଢେଇ ଡିଷ୍ଟ୍ରିବ୍ୟୁଟାରୀ ବାମପାର୍ଶ୍ୱ ରାସ୍ତାର ଉନ୍ନତିକରଣ ଏବଂ ବାହାରଣା ମାଇନର୍ର ତାଳଦଣ୍ଡା ନିକଟରେ ବ୍ରିଜ୍ ନିର୍ମାଣ ପାଇଁ ଶୁଭ ଭିତ୍ତପ୍ରସ୍ତର ସ୍ଥାପନ କରିଥିଲେ । ୨ କୋଟି ୩୯ ଲକ୍ଷ ୯୦ ହଜାର ଟଙ୍କା ବ୍ୟୟରେ ହେବାକୁ ଥିବା ଏହି ପ୍ରକଳ୍ପଗୁଡ଼ିକ ସ୍ଥାନୀୟ ଲୋକଙ୍କ ଗମନାଗମନ ବ୍ୟବସ୍ଥାରେ ଉନ୍ନତି ଆଣିବ ବୋଲି ଉପମୁଖ୍ୟମନ୍ତ୍ରୀ କହିଥିଲେ।ସେହିଭଳି ବଡ଼ତରାଠାରେ ହନ୍ତସରା ମାଇନର ଏବଂ ବଡ଼ତରା ସବମାଇନରର ଟ୍ରଫ୍ ୱାଲ ନିର୍ମାଣ କାର୍ଯ୍ୟ ପାଇଁ ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ୧ କୋଟି ୮୬ ଲକ୍ଷ ୨୨ ହଜାର ଟଙ୍କା ବ୍ୟୟରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେବ ।ଏହାପରେ ଖଣ୍ଡିଆକୁଦଠାରେ ୨ କୋଟି ୯୧ ଲକ୍ଷ ୭୪ ହଜାର ଟଙ୍କା ବ୍ୟୟରେ ହେବାକୁ ଥିବା ୧୦ଟି ପ୍ରକଳ୍ପ ପାଇଁ ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ଏହି ପ୍ରକଳ୍ପଗୁଡ଼ିକ କାର୍ଯ୍ୟକାରୀ ହେବା ସହ ସୁବର୍ଣ୍ଣପୁର, ଷୋଳପୁର, ଖଣ୍ଡିଆକୁଦ ଏବଂ ବେହେରାସାହି ଆଦି ଗ୍ରାମର ଗ୍ରାମବାସୀ ବିଶେଷ ଉପକୃତ ହେବେ ବୋଲି ଉପମୁଖ୍ୟମନ୍ତ୍ରୀ କ ପ୍ରଭାତି ପରିଡ଼ା କହିଥିଲେ
