ରାଜ୍ୟ

ବଲେରୋ ଧକ୍କାରେ ପରିବା ବ୍ୟବସାୟୀଙ୍କର ମୃତ୍ୟୁ

Spread It

ନିମାପଡ଼ା,(ଏ.ପି ନ୍ୟିୁଜ) ଚାରିଛକ – ଗୋପ ପୂର୍ତ ରାସ୍ତାର ଅନ୍ନପୂର୍ଣ୍ଣା ବିଦ୍ୟାପୀଠ ନିକଟରେ ଆଜି ଅପରାହ୍ନରେ ବଲେରୋ ଧକ୍କା ଦେବାରୁ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇ ରାସ୍ତାରେ ପଡ଼ିଥିଳେ। ସ୍ଚା‌ନୀୟ ଲୋକମାନେ ଆହତ ବ୍ୟକ୍ତିଙ୍କୁ ଚିକିତ୍ସା ପାଇଁ ଚାରିଛକ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇଥିଳେ ଚିକିତ୍ସାବେଳେ ୃାହତ ି୍ୟକ୍ତିଙ୍କର ମୃତ୍ୟୁ ହୋଇଥିଲା। । ଏହି କାରଣରୁ ଉତ୍ୟକ୍ତ ଲୋକମାନେ ଚାରିଛକ – ନିମାପଡ଼ା ରାସ୍ତାକୁ ମହାବୀର ମନ୍ଦିର ନିକଟରେ ଅବରୋସ କରିଥିଲେ।ମୃତ୍ୟୁ ହୋଇଥିବା ପରିବା ବ୍ୟବସାୟୀଙ୍କ ପରିବାରକୁ କ୍ଷତିପୂରଣ ଦେବା ଦାବୀନେଇ ଦୁଇ ଘଣ୍ଟାଧରି ସାଧାରଣ ଲୋକ ରାସ୍ତା ଅବରୋଧ କରିଥିଳେ। ମୃତ ବ୍ୟକ୍ତିଙ୍କର ପରିଚୟ ମିଳିଛି। ମୃତ ବ୍ୟବସାୟୀଙ୍କନାମ ଜଗନ ସେନାପତି ଘର ଗୋପ ଥାନା ଅନ୍ତର୍ଗତ ବାୟାକୁଦ ଗ୍ରାମରେ ବୋଲି ପୁଲିସ ସୁଚନା ଦେଇଛି

Leave a Reply

Your email address will not be published. Required fields are marked *