ରାଜ୍ୟ

ଗଡ଼ ଅଣ୍ଢିଆ ରାଜ ପରିବାରର ଅଗଣାରେ ଫୁଟିଲା ବ୍ରହ୍ମ କମଳ

Spread It

 ନିମାପଡ଼ା(ଏ.ପି.ନିୟୁଜ ରିପୋର୍ଟ ‌ଶ୍ବେତପୁର୍ଣ୍ଣ ଜେନା) ନିମାପଡ଼ା ଏନ.ଏ.ସି ଅନ୍ତର୍ଗତ ଗଡ଼ ଅଣ୍ଢିଆର ରାଜ ପରିବାର ଶ୍ରୀଧର କୁମାର ସିଂଦେଓଙ୍କ ଅଗଣାରେ ଗତ ୨୩ତାରିଖ ରାତିରେ ଫୁଟିଛି ଦୁର୍ଲଭ ଏବଂ ବିରଳ ଫୁଲ ବ୍ରହ୍ମ କମଳ। ସିଂଦେଓ  ବ୍ରହ୍ମକମଳ ଗଛକୁ ୨ବର୍ଷ ପୂର୍ବେ ଏକ ଅଭଡ଼ା କୋଡ଼ୁଆରେ ବ୍ରହ୍ମକମଳଗଛକୁ ଲଗାଇଥିଲେ , ଏବଂ ସେହି ଗଛର ଯତ୍ନ ନେଇ ଆସୁଥିଲେ।  ଗଛରେ କଢ ଆସିବା ଫୁଲ ଫୁଟିବା ପର୍ଯ୍ୟନ୍ତ ବିରଳ ବ୍ରହ୍ମକମଳ ଗଛ ଉପରେ ନଜର ରଖିଥିଲେ। ପୁରୁଖା ଲୋକ ମୁଖରୁ ଶୁଣାଯାଏ   ବ୍ରହ୍ମ କମଳ ଫୁଲ ୧୨ ବର୍ଷରେ ଥରେ ରାତିରେ ଫୁଟିଥାଏ। ରାଜପରିବାର ପକ୍ଷରୁ ସେମାନଙ୍କ ଆରଧ୍ୟ ଦେବତା ପତିତପାବନଦେବଙ୍କୁ ଲାଗି କରାଯାଇଛି।

Leave a Reply

Your email address will not be published. Required fields are marked *