ନିମାପଡ଼ା, ଭୁବନ ଭାରତଗ୍ୟାସର ବିତରଣ ସମାସ୍ୟା ତୁଟି । ଗ୍ୟାସ ପାଇଁ ଖରାରେ ସିଝୁଛନ୍ତି ଗ୍ରାହକ
ନିମାପଡ଼ା ,(ଏ.ପି ନିୟୁଜ) ନିମାପଡ଼ା ପାଇଁ ଭାରତ ର ଅଧିକୃତ ବିକ୍ରେତା ଭୁବନ ଭାରତ ଗ୍ୟାସର ଡ଼ିଲରର ତ୍ରୁଟ ପୂର୍ଣ୍ଣ ପରିଚାଳନା କାରଣରୁ ଗ୍ରାହକଙ୍କ ବୋଝ ଉପେର ନଳିତା ବିଡ଼ା ସଦୃଶ ସମାସ୍ୟା ସୃଷ୍ଟି ହୋଇଛି। ରାଜ୍ୟ ସରକାର ଏବଂ ଭାରତ ପେଟ୍ରୋଳିୟମ କମ୍ପାନୀ ନିକଟରେ ଅଭିଯୋଗ କରାଯାଉଥିଲେ ମଧ୍ୟ ନୀରବ ଦ୍ରଷ୍ଟା ସାଜିବା ଘଟଣାକୁ ନିମାପଡ଼ାର ଭାରତ ଗ୍ୟାସ ଉପଭୋକ୍ତାମାନେ ଭିତରେ ଅସନ୍ତୋଷ ସୃଷ୍ଟି ହୋଇଛି। ଆଜି ଶହଶହ ଗ୍ରାହକ ମହିଳାଙ୍କ ସମେତ ୩୭ ଡ଼ିଗ୍ରୀ ଖରାରେ ନିମାପଡ଼ା ବଳଙ୍ଗା ରାସ୍ତାର ନୁହାରକିରି ର ଅନତି ଦୂରରେ ଭାରତ ଗ୍ୟାସ ଡ଼ିପୋ ଆଗରେ ଲମ୍ବା ଧାଡ଼ିରେ ଗ୍ୟାସ ସିଲିଣ୍ଡରକୁ ଧରି ଠିଆହୋଇଥିବା ହୃଦୟ ବିଦାରକ ଦୃଶ୍ୟ ଆଜି ମଧ୍ୟାହ୍ନରେ ଦେଖିବାକୁ ମିଳିଛି। ଶେଷରେ ଠିଆ ହୋଇଥିବା ଗ୍ରାହାକ ଜଣକ ସକାଳୁ ପ୍ରଚଣ୍ଡ ଖରାରେ ଠିଆହୋଇ ଗ୍ୟାସ ସିଲିଣ୍ଡର ପାଇବା ବେଳକୁ ଅପରାହ୍ନ ୩ଟା ହୋଇଯାଇଥିବ। ୧୪ କେଜି ୨ଶହ ଗ୍ରାମ ଓଜନର ଗ୍ୟାସ ସିଲିଣ୍ଡରମୁଲ୍ୟ ୯୮୭ ଟଙ୍କା । କମ୍ପାନୀ ପକ୍ଷରୁ ଗ୍ରାହାକଙ୍କ ଘରେ ପହଁଞ୍ଚାଇବା ପାଇଁ ଦରସ୍ଥିର ହୋଇଛି। କିନ୍ତୁ ଗ୍ରାହକ ଡ଼ିପୋକୁ ଯାଇ ଗ୍ୟାସ ଆଣିଲେ ୩୦ ଟଙ୍କା କମ। କିନ୍ତୁ ଗ୍ୟାସ ମିଳୁନଥିବାରୁ ଗ୍ରାହକ ମାନେ ପ୍ରତିବାଦ ନକରି ଯାହା ନଉଛନିଅ ଗ୍ୟାସ ସିଲିଣ୍ଡର ମିଳିଯାଉ। ଗ୍ରାହଙ୍କୁ କମ୍ପାନୀ ଗ୍ରାହକୁମାନଙ୍କୁ ଲୁଟି ଥିଲେ ମଧ୍ୟ କେହି ପ୍ରତିବାଦ କରୁନଥିବା ଜଣାଯାଏ ।
