ରାଜ୍ୟ

ବାଇକ ଚୋର ଗିରଫ । କୋର୍ଟ ଚାଲଣ

Spread It

ନିମାପଡ଼ା,୩୦/୬(ଏ.ପି ନିୟୁଜ) ନିମାପଡ଼ା ପୁଲିସ କୁ ନାକେଦମ କରିଥିବା  ଜଣେ ବାଇକ ଚୋରକୁ ପୁଲିସ ସହିତ ଲୁଚୁକାଲି ଖେଳି ଖସିଯିବାକୁ  ଉଦ୍ୟମ କରିବା ସମୟରେ ପୁଲିସ ବାଇକ ଚୋରକୁ  ଶେଷରେ ପାଟପୁର ଗ୍ରାମରୁ ଜୈନିକ ନିଶା ବେପାରୀ ଘରୁ  ଗିରଫ କରିଛି। ପୁଲିସ ସୁତ୍ରରୁ ପ୍ରକାଶ  ଗତ ୨୯ତାରିଖ ରେ ନୁଆବସଷ୍ଟାଣ୍ଡ ଓଡ଼ି ୩୩ଏୟୁ ୭୯୧୪ନମ୍ବର ପଲସର ୨୦୦ ବାଇକ ‌ଚୋରୀ ହୋଇଯାଇଥିବା ଥାନାରେ ଅଭିଯୋଗ ହୋଇଥିଲା। ପୁଲିସ ଥାନା କେସନଂ ୧୭୩/୨୬ରେ ମାମଲା ରୁଜୁକରି ତଦନ୍ତ ଚଳାଇଥିଲା। ବାଇକ ଚୋର ଜଗସିଂପୁର ଜିଲାର ବିରିଡ଼ି ଥାନା ଅନ୍ତର୍ଗତ ଅତାଖିଆ ଗ୍ରାମ ଶୈାରଭ ଦାସ ଆଲିଆସ ଲକିକୁ  ପୁଲିସ ଠାବ କରିବାପରେ ତାର ଗତିବିଧିକୁ ଟ୍ରାକକରି ପିପିଲିଠାରୁ ନିମାପଡ଼ା ପର୍ଯ୍ୟନ୍ତ ପୁଳିସକୁ ଚକମା ଦେଖାଇ ଖସିଯିବାକୁ ଉଦ୍ୟମ କରୁଥିବାବେଳେ ପୁଲିସ ପାଟପୁର ଗ୍ରାମରୁ ଅଭିଯୁକ୍ତକୁ ଗିରଫ କରି ଚୋରି ଯାଇଥିବା ବାଇକକୁ  ୨୪ଘଣ୍ଟା ମଧ୍ୟରେ ଉଦ୍ଧାରକରିଛି। ଅଭିଯୁକ୍ତ ବାଇକ ଚୋରକୁ   କୋର୍ଟ ଚାଲଣ କରିଛି।  ଜିଲା ଏସ.ପି ଙ୍କ ନିର୍ଦ୍ଦୋକ୍ରମେ ଏସଡ଼ିପିଓ ଜନାର୍ଦ୍ଦନ ପାଢୀ ଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ପୁରୁଣା ୱାରେଣ୍ଟି, ନିଶାଦ୍ରବ୍ୟ କାରବାର କରୁଥିବା ‌ବ୍ୟବସାୟୀ, ଚୋର ଖଣ୍ଟ  ଗୁଣ୍ଡା ବଦମାସଙ୍କ ବିରୁଦ୍ଧରେନିମାପଡ଼ା ପୁଲିସ ଅଧିକାରୀ ସମରେନ୍ଦ୍ର ପାଇକରାୟ ଦୃଢ କାର୍ଯ୍ୟାନୁଷ୍ଠାନ ନେଉଥିବା ସୁଚନା ମିଳିଛି।

Leave a Reply

Your email address will not be published. Required fields are marked *