ରାଜ୍ୟ

ଅସ୍ତରଙ୍ଗ ରୁ ପୁରୀ ଗଡିଲା ଜଗନ୍ନାଥ ବସ

Spread It

,
ଅସ୍ତରଙ୍ଗ୧/୬(ଏ.ପି ନିୟୁଜ) ବହୁ ଦିନର ଦାବୀ  ପରେ  ଅସ୍ତରଙ୍ଗ ରୁ  ଜିଲା ମୁଖ୍ୟାଳୟ ପୁରୀକୁ  ରାଜ୍ୟ ପରିବହନ ବିଭାଗ ପକ୍ଷରୁ ଯାତ୍ରୀ ବସ ସେବା     ଆରମ୍ଭ ହୋଇଛି।  ରାଜ୍ୟ ପରିବହନ ବିଭାଗର  ଜଗନ୍ନାଥ ବସ ରୁଟ ନମ୍ବର ୫୭/୧ଓ଼ ୨ ଆଜିଠାରୁ ଚଳାଚଳ ଆରମ୍ଭ କରିଛି। ,ପ୍ରଥମ ବସ ପୁରୀ ରୁ ସକାଳ ୭ ଘଟିକା ୩୦ ରୁ ବାହାରି ଅସ୍ତରଙ୍ଗ ରେ ୯ଘଟିକା ୩୫ ପହଞ୍ଚିବ ଓ଼ ୯:୪୫ ରୁ ଅସ୍ତରଙ୍ଗ ରୁ ବାହାରି ୧୧ଘଟିକା ୫୦ ରେ ପୁରୀ ରେ ପହଞ୍ଚିବ, ଦ୍ୱିତୀୟ ସିଟିଙ୍ଗ ରେ ଏହି ବସ ମଧ୍ୟାହ୍ନ ୧ ଘଟିକା ୩୫ ମିନିଟ ରୁ ପୁରୀ ରୁ ବାହାରି ଅପରାହ୍ନ ୩:୪୦ ରେ ଅସ୍ତରଙ୍ଗ ରେ ପହଞ୍ଚିବ ପୁନଃବାର ୩ ଘଟିକା ୫୦ ରୁ ବାହାରି ସନ୍ଧ୍ୟା ୫ଘଟିକା ୫୫ ମିନିଟ ରେ ପୁରୀ ରେ ପହଞ୍ଚିବ, ଏହି ସମୟ ର ୧ ଘଣ୍ଟା ବିଳମ୍ବ ରେ ଦ୍ୱିତୀୟ ରୁଟ ଯଥା ୫୭/୨ ବସ ଟି ଯାତାୟାତ କରିବ, ଅନେକ ଦିନ ର ଦାବୀ ପରେ ଏହି ଶୀତତାପ ନିୟନ୍ତ୍ରିତ  ବସ ଅସ୍ତରଙ୍ଗ ରୁ ଶ୍ରୀକ୍ଷେତ୍ର କୁ ସିଧାସଳଖ ଲୋକ ଙ୍କୁ ସେବା ଯୋଗାଇବ।, ଆଜି ଜାଗୁଳେଇ ପଡିଆ ରେ ଏହି ଜଗନ୍ନାଥ ବସ ସେବା ର ଉଦଘାଟିତ ହୋଇଛି,  ମୁଖ୍ୟଅତିଥି ଭାବେ ଜଗତସିଂହପୁର ସାଂସଦ ଙ୍କ ଅସ୍ତରଙ୍ଗ ବ୍ଲକ ପ୍ରତିନିଧି ଦିବାକର ଛାଟୋଇ ଯୋଗ  ବସସେବାକୁ ଉଦଘାଟନ କରିଥିଳେ   ।, ପୁରୀ ଜିଲ୍ଲାପାଳ, ଜିଲ୍ଲା ଆଞ୍ଚଳିକ ପରିବହନ ଅଧିକାରୀ ସସ୍ମିତା ବେହେରା, ଶ୍ରୀ ମନ୍ଦିର ପ୍ରଶାସନ କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି l

Leave a Reply

Your email address will not be published. Required fields are marked *