ସିଏମ ଟ୍ରଫି ଖୋ ଖୋ ଚମ୍ପିୟନସିପ୍ ଜୋନ ଫାଇନାଲ ଉଦଯାପିତ
ଜୋନ -୨ ବାଳକ ବର୍ଗରେ ଖୋର୍ଦ୍ଧାକୁ ପରାସ୍ତ କରି କଟକ ଜୋନ- ୩ ବାଳକ ବର୍ଗରେ ବାଲେଶ୍ଵରକୁ ହରାଇ ପୁରୀ , ,ଜୋନ -୨ ବାଳିକା ବର୍ଗରେ ଯାଜପୁର କୁ ହରାଇ ଖୋର୍ଦ୍ଧା ବାଜିମାତ ମାରିଲା.ଜୋନ ୩ରେ ଜଗତସିଂହପୁରକୁ ହରାଇ ପୁରୀ ବିଜୟ ହୋଇଛି
ପୁରୀ,୫/୬- କ୍ରୀଡା ଓ ଯୁବସେବା ବିଭାଗ ଓଡିଶା ସରକାରଙ୍କ ଓଡ଼ିଶା କ୍ରୀଡା ମହାକୁମ୍ଭ ସିଏମ ଟ୍ରଫି ଜୋନ ସ୍ତରୀୟ ଖୋ ଖୋ ଚମ୍ପିୟନସିପ୍ ତାଳବଣିଆ ସ୍ଥିତ ସ୍ପୋର୍ଟ୍ସ କମ୍ପ୍ଲେକ୍ସ ଖୋ ଖୋ ଏକାଡେମୀ ହଲ ପରିସରରେ ଉଦଯାପିତ ହୋଇଯାଇଛି । ଏଥିରେ ମୁଖ୍ଯ ଅତିଥି ଭାବେ ଭାରତ ଖୋ ଖୋ ଫେଡେରେସନ ଉପସଭାପତି ଓ ଓଡିଶା ଖୋ ଖୋ ଆସୋସିଏସନ ସମ୍ପାଦକ ପ୍ରଦ୍ୟୁମ୍ନ ମିଶ୍ର ଯୋଗ ଦେଇ ଖୋ ଖୋ କ୍ରୀଡାବିତ ଙ୍କୁ ଉତ୍ସାହିତ କରିଥିଲେ।ଖୋ ଖୋ ମୁଖ୍ଯ ପ୍ରଶିକ୍ଷକ ସଞ୍ଜୀବ ଶର୍ମା ଉପସ୍ଥିତ ଥିଲେ ।ଜୋନ ୨ ବାଳକ ବର୍ଗରେ ଖୋର୍ଦ୍ଧା ୨୫ ପଏଣ୍ଟ ପାଇଥିବା ବେଳେ କଟକ ୩୬ ପଏଣ୍ଟ ପାଇ ବିଜୟୀ ହୋଇଥିଲା । ଜୋନ ୩ ବାଳକ ବର୍ଗରେ ବାଲେଶ୍ବର ୨୬ ପଏଣ୍ଟ ପାଇଥିବା ବେଳେ ପୁରୀ ୪୦ ପଏଣ୍ଟ ପାଇ ବିଜୟୀ ହୋଇଥିଲା । ସେହିପରି ଜୋନ ୨ ବାଳିକା ବର୍ଗରେ ଯାଜପୁର 0 ପଏଣ୍ଟ ପାଇଥିବା ବେଳେ ଖୋର୍ଦ୍ଧା ୪୫ ପଏଣ୍ଟ ପାଇ ବାଜିମାତ ମାରିଥିଲା । ଜୋନ ୩ରେ ଜଗତସିଂହପୁର ୨୧ ପଏଣ୍ଟ ପାଇଥିବା ବେଳେ ପୁରୀ ୩୬ ପଏଣ୍ଟ ପାଇ ବିଜୟୀ ହୋଇଥିଲା । ଜୋନ ସ୍ତରୀୟ ଖୋ ଖୋ ପ୍ରତିଯୋଗିତାରେ ୧୪ ବର୍ଷ ରୁ କମ ବାଳକ ଓ ବାଳିକା ଖେଳାଳୀମାନେ ସାମିଲ ହୋଇଥିଲେ। ୧୫ ଟି ଜିଲ୍ଲାରୁ ବାଳକରେ ୩ଶହ ଓ ବାଳିକାରେ ୩ ଶହ ସମୁଦାୟ ୬ ଶହ କ୍ରୀଡାବିତ ଅଂଶଗ୍ରହଣ କରିଥିଲେ । ଏଠାରେ ୨ ଓ ୩ ନମ୍ବର ଜୋନ ଖେଳ ପ୍ରଦର୍ଶନରେ ୨ ନମ୍ବର ଜୋନରେ କଟକ, ଯାଜପୁର, ବୌଦ୍ଧ, ନୂଆପଡା, ମୟୁରଭଞ୍ଜ, ଖୋର୍ଦ୍ଧା, ସୋନପୁର ଓ ଦେବଗଡ ଜିଲ୍ଲାର ଖୋ ଖୋ କ୍ରୀଡାବିତ ଥିବାବେଳେ ୩ ନମ୍ବର ଜୋନରେ ପୁରୀ, କେନ୍ଦ୍ରାପଡା, କନ୍ଧମାଳ, ଜଗତସିଂହପୁର, ନୟାଗଡ, ଭଦ୍ରକ, ଓ ବାଲେଶ୍ଵର ଜିଲ୍ଲାର ବାଳକ ବର୍ଗ ଓ ବାଳିକା ବର୍ଗର କ୍ରୀଡାବିତ ମାନେ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। ଜୁନ ୮ ତାରିଖ ସେମି ଫାଇନାଲ ଓ ୧୦ ତାରିଖ ଫାଇନାଲ ମ୍ୟାଚ ଏହି ଇଣ୍ଡୋର ଷ୍ଟାଡିୟମ ଏକାଡେମୀରେ ଅନୁଷ୍ଠିତ ହେବ । ସୂର୍ଯ୍ୟନାରାୟଣ ଜେନା, ଚୌଧୁରୀ ପାର୍ଥ ସାରଥୀ ମହାପାତ୍ର , ରବିନାରାୟଣ ପ୍ରଧାନ, କ୍ରୀଷ୍ଣା କୁମାରୀ ରାୟ,ଅନ୍ନପୂର୍ଣ୍ଣା ରାଉତ, ଧିରେନ୍ଦ୍ର ଦାସ, ଶଙ୍କର୍ଷଣ ବେହେରା, ଚିନ୍ତାମଣି ପ୍ରଧାନ, ଶାନ୍ତିଲତା ପ୍ରଧାନ, ସୁଶାନ୍ତ ସାହାଣୀ ଓ ଅଧୀର ବରାଳ ପ୍ରମୁଖ ଖୋ ଖୋ ମ୍ଯାଚକୁ ପରିଚାଳନା କରିଥିଲେ ।
