ରାଜ୍ୟ

ଉତ୍କର୍ଷ ନିମାପଡ଼ା ୨ୟ ସଂସ୍କରଣ ଉଦଯାପିତ। ବିକାଶର ଚିତ୍ର ଦେଖାଇଲେ। ନିଶାମୁମକ୍ତ ହେବ ନିମାପଡ଼ା

Spread It

 ନିମାପଡ଼ା, (ଏ.ପି ନିୟୁଜ)   ଗତ  ଗୁରୁବାର ସଂଧ୍ୟାରେ  ମଣ୍ଡପ ପଡ଼ିଆରେ  ଉତ୍କର୍ଷ ନିମାପଡ଼ା ଆୟୋଜକ କମିଟି ଦ୍ବାରା  ଉଦଯାପନ ଉତ୍ସବରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ବିଧାୟିକା ତଥା ଉପ ମଖ୍ୟମନ୍ତ୍ରୀ  ପ୍ରଭାତୀ ପରିଡ଼ା  ଉଦଯାପିତ ହେଲା ବୋଲି ଘୋଷଣା କରିବାସହ  ଗତ ୨ ବର୍ଷ  ସେ ନିମାପପଡ଼ା ବିକାଶ ପାଇଁ  ଦୁଇ ହଜାର କୋଟି ଟଙ୍କାରୁ ଉର୍ଦ୍ଦ ଟଙ୍କା ରାଜ୍ୟ ସରକାରଙ୍କ ଠାରୁ ଅନୁଦାନ ଆସି ନିମାପଡ଼ା ନିବାର୍ଚନ ମଣ୍ଡଳୀର ବିକାଶ ପାଇଁ ଖର୍ଚ୍ଚ କରିଛନ୍ତି। ୨ ବର୍ଷ ଆପଣଙ୍କ ସେବାରେ ୨୦୨୪-୨୬ ତାଙ୍କ  ଶାସନ ସମୟର ରିପୋର୍ଟ କାର୍ଡ଼ ର ପୁସ୍ତିକାକୁ ଉନ୍ମୋଚନ କରିଥିଲେ ।  ସର୍ବ ସାଧାରଣଙ୍କୁ ବଣ୍ଟନ କରିଥିଲେ। ପୁସ୍ତିକାରେ ରହିଛି ଶିକ୍ଷାପାଇଁ ୨ ବର୍ଷରେ ୫୨ କୋଟି ଟଙ୍କା  ଏବଂ ପାଟପୁରରେ କେନ୍ଦ୍ରିୟ ବିଦ୍ୟାଳୟ  ଖୋଲିବାପାଇଁ ସମସ୍ତ କାର୍ଯ୍ୟ ଶେଷ ହୋଇଛି, ସ୍ବାସ୍ଥ୍ୟ ଭିତ୍ତିଭୂମିର ବିକାଶ ପାଇଁ ଆମ୍ବୁଲାନସ ସେବା, ସ୍ବର୍ଗରଥ, ଏକ୍ସରେ ଡ଼ିଜିଟାଲ, ଅଟ୍ରା ସାଉର୍ଡ ମେସିନ, ସ୍ବାସ୍ଥ୍ୟ କେନ୍ଦ୍ରକୁ ୨୪ ଘଣ୍ଟତଆ ବିଦ୍ୟୁତ ସେବାକରାଯାଇଛି।  ଗମନା ଗମନର ଭିତ୍ତିଭୂମିକୁ ଅଧିକ ସୃଦୃଢ କରିବାପାଇଁ ୩୭୦ ଟି ପ୍ରକଳ୍ପ ପାଇଁ୩୨୫ କୋଟି ଟଙ୍କା ବ୍ୟବସ୍ଥା କରାଯାଇଛି। ଗୃହ ନିର୍ମାଣ, ପାନୀୟ ଜଳ ଯୋଗାଣ ୩୧ ଟି ପାନୀୟ ଜଳ ପ୍ରକଳ୍ପ ୧୫୨ ଟି ନଳକୁପ ଖନନ କରାଯାଇଛି ସାମାଜିକ ସୁରକ୍ଷା ଯୋଜନା‌େ ୪୪୨୩ ଜଣ ବ୍ୟକ୍ତିଙ୍କୁ ଭତ୍ତା ଯୋଜନାରେ ସାମିଲ କରାଯାଇଛି। ନିମାପଡ଼ା ଏନ.ଏ.ସିରେ ସ୍ବଛ ଓ ସୁନ୍ଦର ସହର ଭାବେ ଗଢି ତୋଲିବା ପାଇଁ ଅନେକ କାର୍ଯ୍ୟ କରାଯାଇଛି , କୃଷି ଆନୁସଙ୍ଗିକ ଭିତ୍ତିଭୂମିର ବିକଶା ପାର୍ଇ ୧୮୮ କୋଟି ଟଙ୍କା ଦିଆଯାଇଛି, ମହିଳ ସଶକ୍ତି କରଣ ପାଇଁ ୧୯୪ କୋଟି ଟଙ୍କାର ଆର୍ଥିକ ଅନୁଦାନ ଦିଆଯାଇଛି।, ଜଳ ସମ୍ପଦର ବିକାଶ ଓ ବନ୍ୟା ମୁକାବିଲା ୩୩୭ କୋଟି ଟଙ୍କା ଅନୁଦାନ ଦିଆଯାଇଛି।, ପର୍ଯ୍ୟଟନ . ଓ କଳା ସଂସ୍କୃତି ପାଇଁ୭୮ କୋଟି ଟଙ୍କା ଏବଂ ନିନୋଟି ମନ୍ଦିର ପଚର୍ନଉଦ୍ଧାର  କାର୍ଯ୍ୟ କରାଯାଇଛି। କ୍ରିଡ଼ାର ଭିତ୍ତଭୁମି ପାଇଁ ଷ୍ଟାଡ଼ିୟମ, ଓପନ ଜିମ ନିର୍ମାଣ କରାଯାଇଛି।ଗ୍ରାମାଞ୍ଚଳର ବିକାଶ ପାଇଁ ୨୪ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି ବୋଲି ରିପୋର୍ଟ କା୍ର୍ଡ଼ରେ ଉଲେଖ ଅଛି। ଆଗାମୀ ବର୍ଷ ପାଇଁ ଅନେକ ପ୍ରକଳ୍ପ କରିବେ ବୋଲି ସୁନେଲି ସ୍ବପ୍ନଦେଖାଇଛନ୍ତି।।  ଉଦଯାପନୀ ଉତ୍ସବ ‌ଷ୍ଟେଜରୁ ତାଙ୍କୁ ସମାଲୋଚନା କରୁଥିବା ନେତାଙ୍କୁ କାହାର ନାମ ନନେଇ  ତୀବ୍ର ସମାଲୋୁଚନା କରିଥିଲେ। ମୁଁୁ ଜଣେ ମହିଳା ଦିନରାତି ନିମାପଡ଼ାର ବିକାଶ ପାଇଁ ଅହରହ ସଂଗ୍ରାମ କରୁଛି। ଉତକର୍ଷ ନିମାପଡ଼ା ପାଇଁ  ବିଭିନ୍ନ ପ୍ରତିଯୋଗିତା ହୋଇଥିଲ‌ା କ୍ରିକେଟରେ ଚମ୍ବିୟାନ ହୋଇଥିବା ‌ଡ଼େଣୁଅଁ ପଞ୍ଚାୟତ ଚମ୍ପିୟାନ ହୋଇ ଏକଲକ୍ଷ ଯଙ୍କା ପୁରଷ୍କାର ରାଶି, ଗଡ଼ ପଦନପୁର ପଞ୍ଚାୟର ରନର୍ସ ଟ୍ରଫି, ଫୁଟବଲରେ ବଳଙ୍ଗା ଚମ୍ପିୟାନ ହୋଇ ୫୦ ହଜାର ଟଙ୍କା ସାଇକେଲ ଚାଳନାରେ ଗଡ଼ ପଦନପୁର ପଞ୍ଚାୟତର ମହିଳା ଚମ୍ପିୟାନ ହୋଇ୩୦ ହଜାର ଟଙ୍କା ଏବଂ ରନର୍ସଅପ ହୋଇଥିବା ଚଅଁରପଦା ପଞ୍ଚାୟତର ଝିଅ ୧୫ ହଜାର ଟଙ୍କା ପୁରଷ୍କାର ପାଇଥିଲେ। ଏହି ଉତ୍ସବରେ ଉଚ୍ଚଶଠିକ୍ଷା ଓ କ୍ରିଡ଼ା ମନ୍ତ୍ରୀ  ସୂରଜ ସୂର୍ଯ୍ୟବଶୀଂ, ଗୋପ ବିଡ଼ିଓ ସୂର୍ଯ୍ୟଶଙ୍କର ଦାଶ, ଆୟୋଜକ କମିଟି ସଂପାଦକ ବିଡ଼ିଓ ନିମାପଡ଼ା ଅଭିଜିତ ଷଡ଼ଙ୍ଗୀ ସ୍ବାଗତ ଭାଷର ଦେଇଥିଲେ। ଓଡ଼ିଶା କ୍ରିକେଟ ଦଳା ମୁଖ୍ୟ କୋଚ ପ୍ରଭଞନ ମଲିକ, ନିମାପଡ଼ା  ଏନ,ଏ.ସି ଅଫିସର ଚିନ୍ମୟ ଦାଶ ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *