ବରିଷ୍ଠ ନାଗରିକ ମଂଚର କର୍ମକର୍ତ୍ତା ନିର୍ବାଚନ
ନିମାପଡ଼ା, ୧୪/୬ (ଏ.ପି ନିୟୁଜ) ନିମାପଡ଼ା ବରିଷ୍ଠ ନାଗରିକ ମଂଚର ସାଧାରଣ ଅଧିବେଶନ ସ୍ଥାନୀୟ ରବିନ୍ଦ୍ର ମଣ୍ଡପ ଠାରେ ସଭାପତି ପ୍ରମୋଦ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ସାଧାରଣ ପରିଷଦର ବୈଠକ ଅନୁଷ୍ଠିତ ହୋଇଯାଇଛି। ପୂର୍ବତନ ପ୍ରାସାଶନିକ ଅଧିକାରୀତଥା ମଂଚର ସଂପାଦକ ଦିଗମ୍ବର ନାୟକ ବିବରଣୀ ପାଠ କରିଥିଲେ। ଏହି ଅବସରରେ ଆଗାମୀ ୨ବର୍ଷପାଇଁ ବରିଷ୍ଠ ନାଗରିକ ମଂଚର କର୍ମକର୍ତ୍ତା ନୂତନ କର୍ମକର୍ତ୍ତା ସର୍ବସମ୍ମତିକ୍ରମେ ଚୟନ କରାଯାଇଥିଲା। ଆଗାମୀ ବର୍ଷ ପାଇଁ ସଭାପତିଭାବେ ବିବେକାନନ୍ଦ ପାତ୍ର, ଉପସଭାପତି ଭାବେ ସୁରେନ୍ଦ୍ର ସାହୁ, ସଂମ୍ପାଦକଭାବେ ଦୀନବନ୍ଧୁ ମଲିକ, ଯୁଗ୍ମ ସଂପାଦକଭାବେ ସୁବାସ ଚନ୍ଦ୍ର ନାୟକ, କୋଷାଧ୍ୟକ୍ଷ ବନବିହାର ନାୟକଙ୍କୁ ମନୋନିତ କରାଯାଇଛି। ପ୍ରସନ୍ନକୁମାର ପ୍ରଧାନ ,ଶରତ ସ୍ବାଇଁ ଓ ପ୍ରସନ୍ନ ଦାସ ପ୍ରମୁଖ ନିର୍ବାଚନ କାର୍ଯ୍ୟ ପରିଚାଳନା କରିଥିଳେ। ବରିଷ୍ଠ ନାଗରିକମାନ ଙ୍କ ବିଭିନ୍ନ ସମାସ୍ୟାକୁ ଆଗ୍ରଧିକାରଦେଇ କାର୍ଯ୍ୟକରିବେ ବୋଲି ନୂତନ କର୍ମକର୍ତ୍ତାମାନେ କହିଛନ୍ତି ।
