Uncategorized

୧୨ ବର୍ଷ ବୟସରେ ବିବାହ କରି ଯୌନ ଶୋଷଣର ଶିକାର ହୋଇଥିବା ଶିଶୁ କନ୍ୟା ପୁରୀରୁ ଉଦ୍ଧାର

Spread It

 

 ପୁରୀ  ୧୨/୬ (ଏ.ପି ନିୟୁଜ ) ଝାଡ଼ଖଣ୍ଡ ରାଜ୍ୟର  ୧୨ ବର୍ଷ ବୟସରେ ବିବାହକରି ଯୈାନ ଶୋଷଣର ଶିକାର ହେଉଥିବା ଏବଂ ନିର୍ମାଣ କାର୍ଯ୍ୟ ରେ ଉକ୍ତ ନାଁ ବାଳିକାକୁ  ଉଦ୍ଧାର ଲଗାଯାଇଛି। ଉଦ୍ଧାର ଶିଶୁ କନ୍ୟାକୁ ଯୈାନ ଓ ଶରୀରିକ   ନିର୍ଯ୍ୟାତନା  ଦି୍ଆ ଯାଉଥିବା ଶିଶୁକନ୍ୟା ପ୍ରକାଶ କରିଛି।  ପୀଡ଼ିତାଶିଶୁ କନ୍ୟାକୁ  ରୁଚିକା ସମାଜିକ କର୍ମୀ ଚାଇଲ୍ଡ ହେଲ୍ପଲାଇନ ଓ ପୋଲିସ  ମିଳିତ ଭାବେ ଚଢଉକରି ଉଦ୍ଧାର କରିଛନ୍ତି। ବେଳାଭୂମି ରାସ୍ତାରେ  ଏକ ଘରୋଇ ପବ୍ଲିକ ସ୍କୁଲର ନିର୍ମାଣ କାର୍ଯ୍ୟରେ ନିୟାଜିତ କରାଯାଇଥିବା ୧୩ବର୍ଷ ବୟସର ଏକ ଶିଶୁ କନ୍ୟାକୁ ରୁଚିକା, ଜିଲା ସମାଜ ମଙ୍ଗଳ ସଙ୍ଗଠନ, ଚାଇଲଡ଼ ଲାଇନ ଏବଂ ବାସେଳି ସାହି ପୁଲିସ  ଚଢଉ କରି ବେଳାଭୂମି ରାସ୍ତା ନିର୍ମାଣ ସ୍ଥଳ ସ୍ଥାନରୁ ଉଦ୍ଧାର  କରିଥିବା ତଟିନି ବିଶ୍ବାଳ ସୁଚନା ଦେଇଛନ୍ତି। ଉଦ୍ଧାର ଶିଶୁକୁ ପଚରାଉଚରା କରିବାରୁ  ଶିଶୁ କନ୍ୟାର ଘର ଛାଡ଼ଖଣ୍ଡ ରାଜ୍ୟର ସିଂହଭୂମି ଜିଲାରେ। ପରିବାର ଦରିଦ୍ର ତାଡ଼ନା ସହି ନପାରି ଝିଅର ବାପା ଝିଅକୁ ୧୨ ବର୍ଷ ବୟସରେ ସେହି ରାଜ୍ୟର ଆକାଶ ଚକି ନାମକ ୨୦ ବର୍ଷ ବୟସର ଯୁବକ ସହିତ ବିବାହ କରାଇଦେଇଥିଲେ। ତା ଶାଶୁ ଘର ଳୋକଙ୍କ ସହିତ ରହୁଥିବା ଶିଶୁ କନ୍ୟା ଡ଼ହଡ଼ହ ଖରାରେ ପୁରୀରେ  ନିର୍ମାଣ କାର୍ଯ୍ୟରେ ଲାଗିଛି। ସେ କେତେଟଙ୍କା ଦୈନିକ ପାରିଶ୍ରମିକ ବାବତରେ ମିଳୁଛି  ଶିଶୁ କନ୍ୟା  ଜାଣିନଥିବା କହିଛି। ଶିଶୁ କନ୍ୟାଟି ୧ ବର୍ଷ କାଳ ଅକଥନୀୟ ଯୈାନ ଏବଂ ଶାରିରୀକ ‌ଶୋଷଣର ଶିକାର ହୋଇ ଆସୁଛି।  ଝିଅଟି କହିବା ଅନୁସାରେ ବାପୁଲ ନାୟକ ନାମକ ଜଣେ ଦଲାଲ  ଶାଶୁଘର ଏବଂ ତାକୁ ଝାଡ଼ଖଣ୍ଡରୁ ପୁରୀକୁ ଆଣି  ନିର୍ମାଣ କାର୍ଯ୍ୟରେ ନିୟୋଜିତ କରିଛି । ତାର ସ୍ବାମୀ ରାଉରକେଲାର କାର୍ଯ୍ୟ କରୁଥିବା ଜଣାପଡ଼ିଛି। ଏହି ଘଟଣା ସଂପର୍କରେ ରୁଚିକା ପକ୍ଷରୁ ଜିଲାପାଲ, ଏସ.ପି, ଜିଲା ଶିଶୁ ମଙ୍ଗଳଅଧିକାରୀ ଓ ଶିଶୁ ସୁରକ୍ଷା ଅଧିକାରୀଙ୍କୁ କାର୍ଯ୍ୟାନୁଷ୍ଠାନ ନେବାକୁ ଅନୁରୋଧ କରାଯିବ। ଉଦ୍ଦର ପରେ ଶିଶୁ କନ୍ୟାକୁ ପୁରୀ ଶିଶୁ ମଙ୍ଗଳ ସମିତି ନିକଟରେ ହାଜର କରାଯାଇଛି । ତାଙ୍କ ନିର୍ଦ୍ଦେଶକ୍ରମେ ଉତ୍କଳ ବାଳାଶ୍ରମରେ କାଉନସିଂଲି ପାଇଁ ରଖାଯାଇଛି। ଏହି ଘଟଣାରୁ ଜଣାଯାଏ ଶିଶୁ ସୁରକ୍ଷା ନାମରେ ସରକାର ଖର୍ଚ୍ଚ କରୁଥିବା ବିପୁଳ ରାଜସ୍ବ  ସ୍ବେଛାସେବୀ ସଂଙ୍ଗଠନମାନେ ସଭାସମିତି ଏବଂ ସଚେତନତା ପଦଯାତ୍ରାରେ ଖର୍ଚ୍ଚ କରି ଶିଶୁ ସୁରକ୍ଷାନାମରେ ଡ଼ିଡ଼ିଂମ ବଜାଉଛନ୍ତି କିନ୍ତୁ  ଶିଶୁଙ୍କର କିଛି ଉପକାର ସାଧିତ ହେଉନଥିବା ବୁଦ୍ଧିଜିବୀମାନେ ମତ ଦେଇଛନ୍ତି  ।

Leave a Reply

Your email address will not be published. Required fields are marked *