ରାଜ୍ୟ

ନୟାସବେରା ଅନୁଷ୍ଠାନ ପକ୍ଷରୁ ରଜଉତ୍ସବ ପାଳନ ଓ ପ୍ରତିଯୋଗିତା

Spread It

 ନିମାପଡ଼ା,୧୪/୬/୨୬(ଏ.ପି ନିୟୁଜ)  କଳା ସଂସ୍କୃତିକୁ ବଞ୍ଚାଇରଖିବାକୁ ଉଦ୍ୟମ କରୁଥିବା   ସ୍ବେଛାସେବୀ ଅନୁଷ୍ଶାନ ନୟାସବେରା ୟୁଥ ଡ୍ରଷ୍ଟ ପକ୍ଷରୁ ଓଡ଼ିଆମାନଙ୍କ ଗଣ ପର୍ବ ରଜଉତ୍ସବକୁ  ଆନନ୍ଦ ଉଲ୍ଲାସରେ ପାଳନ କରିବାପାଇଁ  ଏହି ଉତ୍ସବ  ମୁକ୍ତକାଶ ମଚଂରେ   ଉଦଘାଟିତ ହୋଇଯାଇଛି।     ତିନି ଦିନଧରି ଅନୁଷ୍ଠିତ ହେଉଥିବା ଉତ୍ସବକୁ  ଆଜି ପିପିଲି ବିଧାୟକ ମାନ୍ୟବର ଆଶ୍ରିତ ପଟ୍ଟନାୟକ ଉଦଘାଟନ କରିଛନ୍ତି।।  ଏହି ଅବସରରେ ପୂର୍ବାହ୍ନରେ ଝିଅ ମାନଙ୍କ ମଧ୍ୟରେ ଶହୀଦ ଭବନରେ ରଙ୍ଗୋଲି ସହ  ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏହି ଉତ୍ସବରେ ମୁଖ୍ୟବକ୍ତାଭାବେ  ସାସଂଦ ପ୍ରତିନିଧି ମୀନଲତା ମହାନ୍ତି, ସମ୍ମାନ୍ନିତ ଅତିଥିଭାବେ ଏନ.ଏ.ସି ଅଧ୍ୟକ୍ଷା ସସ୍ମିତା ସାହୁ,  ଜିଲା ସମାଜମଙ୍ଗଳ ଅଧିକାରୀ ତନୁପ୍ରଭା ବେଉରା, ପୁଲିସ ଉପଖଣ୍ଡ ଅଧିକାରୀ  ଜନାର୍ଦ୍ଦନ ପାଢୀ ତହସିଲଦାର ମନୋଜ କୁମାର ପ୍ରଧାନ ନୟାସବେରା ସଂପାଦକ ନିର୍ମଳ ପରିଜା ଉପଦେଷ୍ଟା ପ୍ରତାପ ଚନ୍ଦ୍ର ସାବୁତ ଉପସ୍ଥିତଥିଲେ। ଅତିଥିମାନେ  ରଜ ଉତ୍ସବ ଉପସ୍ଥିତଥିବା ନିମାପଡ଼ାର  ମହିଳା ,ଝିଅମାନଙ୍କୁ ହାର୍ଦ୍ଦିକ ଶୁଭେଛା ସ ଅଭିନନ୍ଦନ ଜଣାଇଥିଲେ। ଓଡ଼ିଶାର ପ୍ରଗତିଶୀଳ ଓଡ଼ିଆ ସଂସ୍କୃତିଏହି ରଜ ଉତ୍ସବରେ ରଜପାନ ଓ ପୋଡ଼ପିଠା ସହ ପିଠାପଣାର ମହକ ଆପଣମାନଙ୍କ ଜୀବନରେ ମହକ ଆଣିଦେଉବୋଲି କାମନା କରିଥିଲେ।  ଏହି ଉତ୍ସବପାଇଁ ମୁକ୍ତାକାଶ ମଂଚରେ ମହିଳା ସ୍ବୟଂସହାୟ୍ ଗୋଷ୍ଠୀ ପକ୍ଷରୁ ଉତ୍ପାଦିତ ସାମଗ୍ରୀର , ରଜପାନ ପିଠାର ଷ୍ଟଲମାନ କୋଲାଯାଇଛି। ଏବଂ ପିଲାମାନେ ବିଭିନ୍ନଯନ୍ତ୍ର ଚାଳିତ ଦୋଳି  ଦେଶୀ ଦୋଳିର ମଜା ନେଉଥିଛନ୍ତି।  ଏହି ଅବସରରେ ଛୋଟ ଛୋଟ ପିଲାମାନଙ୍କ ଦ୍ବାରା ଓଡ଼ିଶୀ ଏବଂ ସାଂସ୍କୃତିକ କାର୍ଯ୍ୟକ୍ର ଅନୁଷ୍ଠିତ ହୋଇଛି।।

Leave a Reply

Your email address will not be published. Required fields are marked *