ରାଜ୍ୟ

ଅଶାଂଲୋ ଓ ଖେଦିରପୁର ମହିଳାଙ୍କ ମଦ ବିରୋଧୀ ଅଭିଯାନ

Spread It

ନିମାପଡ଼ା,୧୫/୬(ଏ.ପି ନିୟୁଜ)  ନିମାପଡ଼ା ଥାନା ଅନ୍ତର୍ଗତ ( ନିମାପଡ଼ା-ଚାରିଛକ ରସ୍ତାର) ଅଶାଂଲୋ ଛକ ନିକଟରେ ଥିବା ଖେଦିରପୁର ଏବଂ ଅଶାଂଲୋ ଗ୍ରାମର ମହିଳାମାନେ ଆଜି ସକାଳୁ ମଦ ବିରୋଧୀ ଅଭିଯାନ  ଆରମ୍ଭ କରି ଛକରେ ଥିବା ବେଆଇନ ମଦଭାଟିକୁ ଭଙ୍ଗାରୁଜା କରିଛନ୍ତି।। ସେହି  ଘରେ ବିକ୍ରିପାଇଁଥିବା  ୨ପେଟୀରୁ ଉର୍ଦ୍ଧ ଆସ୍କାପଟି ଓ କିଛି ଗଞେଇକୁ ଆନ୍ଦୋଳନକାରୀ ମହିଳାମାନେ ସେହି ଘରେ ବେଆଇନଭାବେ ଗଛିତ ଥିବା ମଦ ଓ ନିଶାଦ୍ରବ୍ୟକୁ ଆଣି ରାସ୍ତାଉପରେ  ନଷ୍ଟ କରିଦେଇଥିଲେ। ଏକ ବ୍ୟାଗରେ ଥିବା ୨୫ରୁ  ଉର୍ଦ୍ଧବୋତଲ  ଆସ୍କାପଟିକୁ ରାସ୍ତାରେ ମହିଳାମାନେ  ଭାଙ୍ଗିଦେଇଛନ୍ତି। ପୂର୍ବତନ ସରପଞ୍ଚ ସ୍ବପ୍ନେଶ୍ବର ଲେଙ୍କାଙ୍କ ନେତୃତ୍ବରେ ଶତାଧିକ ମହିଳା ଆଜି ମଦ ବିରୋଧୀ ଆନ୍ଦୋଳନରେ ସାମିଲ ହୋଇଥିଲେ। ଏହି  ବ୍ରଆଇନ ମଦଭାଟି ଯୋଗୁଁ   ସେମାନଙ୍କର ପରିବାର  ଉଯୁଡ଼ି ଯାଉଛି ବୋଲି ମହିଳାମାନେ ଅଭିଯୋଗ କରିବାସହ   ରାସ୍ତାକଡ଼ରେ ଥିବା ବ୍ରେଆଇନ ମଦଭାଟି ଉପରକୁ ଠେଲା ପଥର ପିଙ୍ଗିଘରକୁ ଭାଙ୍ଗିବାକୁ ଉଦ୍ୟମ କରିଥିଲେ। ସେହି ଘରେ ଚୋରାମଦ ବିକ୍ରି ହେଉଥିବା ଅଭିଯୋଗକରି ମହିଳାମାନଙ୍କ ସହଯୋଗରେ  କେତେକ ପିଲା ସେହିଘର ଉପରେ ଚଢି ଚାଳ କୁ ଭାଙ୍ଗଜିବାକୁ ଚେଷ୍ଟା କରୁଥିବା ଦେଖିବାକୁ ମିଳିଥିଲା।  ମଦବ୍ୟବସାୟୀକୁ ପୁଲିସ ଗିରଫ କରୁଥିଲେ ମଧ୍ୟ ସେ ମୁକୁଳିଆସି ପୁଣି ବ୍ୟବସାୟ ମେଲାଇ ଦେଉଛି।  ଶ୍ରମିକ ଶ୍ରେଣୀର ପରିବାର ପରୁଷମାନେ ଯାହା ରୋଜଗାର କରୁଛନ୍ତି ଦେଶୀ ମଦରେ ପଇସା ଉଡ଼ାଉଥିବା ଆନ୍ଦୋଳନରେ ସାମିଲ ହୋଇ ଥିବାମହିଳାମାନେ ଅଭିଯୋଗ କରିଛନ୍ତି  । ମହିଳାମାନଙ୍କ କାର୍ଯ୍ୟକୁ ଦୁଇ ଗ୍ରାମସୀଙ୍କସହ ବୁଦ୍ଧିଜିବୀମାନେ ପ୍ରଶଂସା କରିଛନ୍ତି।

Leave a Reply

Your email address will not be published. Required fields are marked *