ରାଜ୍ୟ

ବିକାଶର ଧାରା ଓଡ଼ିଶା ସାରା ,ସରକାରଙ୍କ ଦୁଇବର୍ଷ ଶାସନର ସଫଳତା ସଂପର୍କରେ ପ୍ରଦର୍ଶନୀ ଓ କର୍ମଶାଳା

Spread It

 

 ନିମାପଡ଼ା,( ଏ.ପି ନିୟୁଜ)  ବିକାଶର ଧାରା ଓଡ଼ିଶାସାରା ରାଜ୍ୟ ସରକାରଙ୍କ ଦୁଇ ବର୍ଷ ଓ କେନ୍ଦ୍ର ସରକାରଙ୍କ ୧୨ ବର୍ଷର ଶାସନର ସଂପର୍କ ଏକ ପ୍ରଦର୍ଶନୀ ଓ ଆଲୋଚନା ଚକ୍ର ଆଜି ବ୍ଲକ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରଦର୍ଶନୀରେ ନିମାପଡ଼ାରେ ବିଭିନ୍ନ ବିଭାଗ ବିକାଶର ଯୋଜନା କାର୍ଯ୍ୟକାରୀ କରାଯାଉଛି ‌ତାହାର ସଫଳତା ସଂପର୍କରେ ମିଶନ ଶକ୍ତି ସୁଭଦ୍ରା ଶକ୍ତି , ଶିଶୁ ଓ ପରିବାର କଲ୍ୟାଣ ବିଭାଗ ର ଶିଶୁ  ପୋଷଣପକ୍ଷ, ଅନ୍ନପ୍ରଶନ୍ନ , ନିରୋଗ ଶିଶୁ ଜନ୍ମ  ଓ ନିରୋଗ ଶିଶୁ ଜନ୍ମ ବିକଶିତ  ଓଡ଼ିଶାକୁ ଆଗକୁ ନେବ ଓ ସ୍ବାସ୍ଥ୍ୟ ବିଜ୍ଞାପିତ ଅଞ୍ଚଳ ପରିଦପକ୍ଷରୁ କାର୍ଯ୍ୟକାରୀକରାଯାଉତିବା ବର୍ଜ୍ୟବସ୍ତୁ ପରିଚାଳନା,    ଗୃହ ଟିକସ,, ସମ୍ପତିକର, ଓ ବ୍ୟବସାୟ କର  ଆଦାୟର ସରଳୀକରଣ କରାଯାଇଥିବା ଓ ପଞ୍ଚାୟତ ସମିତି ପକ୍ଷରୁ   କାର୍ଯ୍ୟକାରୀ କରାଯାଇଥିବା ଯୋଜନାଗୁଡ଼ିକର ଫଟଚିତ୍ର ପ୍ରଦର୍ଶନ କରାଯାଇଥିଲା।  ସ୍ବାସ୍ଥ୍ୟ ବିଭାଗ, କାର୍ଯକାରୀ ହେଉଥିବା ଆୟୁଷ୍ମାନ ଯୋଜନା , ଜଳସେଚନ ବିଭାଗ , କୃଷି ବିଭାଗ, ତହସିଲଅଫିସ  ପକ୍ଷରୁ  ଗୃହଶୂନ୍ୟବ୍ୟକ୍ତିଙ୍କୁ ଜମି ପଟ୍ଟା ପ୍ରଦାନ, ସୂର୍ସ୍ୟଘର ‌ବିଦ୍ୟୁତ ଯୋଜନା ଆଦି କାର୍ଯ୍ୟର୍କାରୀ କରାଯାଉଥିବା ଯୋଜନାଗୁଡ଼ିକର ସଫଳ ରୂପାୟନ ସଂପର୍କରେ  ପ୍ରଦର୍ଶନୀରେ ସ୍ଥାନିତ ହୋଇଥିଲା।  ଏହି ପ୍ରଦର୍ଶନୀ ଓ କର୍ମଶାଳାକୁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଉଦଘାଟନ କରି  କହିଛନ୍ତି କାର୍ଯ୍ୟକାରୀ ହେଉଥିବା ଯୋଜନା  ଏବଂ ବିକଶରେ ସାମିଲ ହେଉଥିବା ବ୍ୟକ୍ତିମାନଙ୍କ ଠାରୁ ପରାମର୍ଶ ଗ୍ରହଣକରି ଆଗକୁ ନେବାପାଇଁ  ବିକାାର ଧାରା ଓଡ଼ିଶା ସାରା ରାଜ୍ୟସରକାରଙ୍କ  ୨ବର୍ଷ ଶାସନ କାର୍ଯଖାରୀ କରାଯାଉଥିବା ଜନହିତକର ଯୋଜନା  ରେକର୍ଡ଼ଦିନରେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ରମୋଦିଙ୍କ ଶାସନ ପହଞ୍ଚିଥିବା   ଶ୍ରୀମତୀ ପରିଡ଼ା  କହିଥିଲେ। ମାନ୍ୟବର ଉପମୁଖ୍ୟମନ୍ତ୍ରୀ  ଭ୍ୟାମ୍ୟମାଣ  ବିକ୍ରୟ କେନ୍ଦ୍ର  ଭ୍ୟାନକୁ ଉଦଘାଟନ  କରିବାସହ ଏବଂ ଭିନ୍ନକ୍ଷମ ବ୍ୟକ୍ତିମାନଙ୍କୁ ଟ୍ରାଇସାଇକେଲ ବଣ୍ଟନ କରିଥିଲେ। ଏହାସହିତ    ମଧୁବାବୁ ପେନସନ ଯୋଜନା ସାମିଲ ହୋଇଥିବା ୪୯୨ ଜଣଙ୍କୁ, ବିଧବାମହିଳାଙ୍କୁ  ଭତ୍ତା ଯୋଜନାରେ ଅନ୍ତର୍ଭୁକ୍ତ ହୋଇଥିବା ୧୦୫ ଜଣଙ୍କୁ  ଏବଂ ୪୪ଜଣ ଭିନ୍ନକ୍ଷମ ବ୍ୟକ୍ତିଙ୍କୁ ଭତ୍ତା ଟଙ୍କା ବଣ୍ଟନ କରିଥିଲେ। ବିଡ଼ିଓ ଅଭିଜିତ ଷଡ଼ଙ୍ଗୀ ସ୍ବାଗତ ଭାଷଣ ଦେଇଥିଳେ ସମାଜ କଲ୍ୟାଣ ଅଧିକାରୀ ତନୁ ପ୍ରଭା ବେଉରା, ତହସିଲଦାର ମନୋଜ ପ୍ରଧାନ, ଏନ.ଏ.ସି କାର୍ଯ୍ୟନିର୍ବାହୀ ଅଧିକାରୀ ଚନ୍ମୟ ଦାଶ, ଜଳ ସେଚନ ବିଭାଗର ସହକାରୀ ଅଧୀକ୍ଷଣ ଯନ୍ତ୍ରୀ ଶକ୍ତି ପ୍ରଦାଦ ଦାଶ, ଡ଼ାକ୍ତର ମନରଞନ ମହାପାତ୍ର ପ୍ରମୁଖ ଯୋଗଦେଇଥିଲେ। ସହକାରୀ ଉଦ୍ୟାନ ଅଧିକାରୀ ଶୁଭଶ୍ରୀ କର କର୍ମାାଳାକୁ ପରିଚାଳନା କରିଥିଲେ। 

Leave a Reply

Your email address will not be published. Required fields are marked *