ବିକାଶର ଧାରା ଓଡିଶା ସାରା କାର୍ଯ୍ୟକ୍ରମ ରେ ସାମିଲ ହେଲେ,ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ
ପୁରୀ ୧୯/୦୬: (ଏ.ପି ନିୟୁଜ) ମହାପ୍ରଭୁଙ୍କ ଆଶୀର୍ବାଦରୁ ବିକାଶ ର ଧାରା ଓଡିଶା ସାରା ବହିଛି, ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗରମିଳିତ ଆନୁକୁଲ୍ୟରେ ଆଜି ପୁରୀ ଠାରେଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ସରକାରଙ୍କ ଦ୍ୱିତୀୟ ବର୍ଷ ପୂର୍ତ୍ତି ଉପଲକ୍ଷେ ବିକାଶର ଧାରା ଓଡ଼ିଶା ସାରା ଅଭିମୁଖ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ତଥା ଜିଲ୍ଲାର ପ୍ରଭାରୀ ମନ୍ତ୍ରୀ ସମ୍ପଦ ସ୍ବାଇଁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସରକାରଙ୍କ ଦୁଇ ବର୍ଷର ସଫଳତା, ଜିଲ୍ଲାରେ ଚାଲୁ ରହିଥିବା ବିଭିନ୍ନ ବିକାଶମୁଖୀ କାର୍ଯ୍ୟକ୍ରମ ଏବଂ ଅଗ୍ରଣୀ ଯୋଜନା ସମ୍ବନ୍ଧରେ ବିସ୍ତୃତ ଆଲୋଚନା କରିଥିଲେ। ସରକାର ଜିଲ୍ଲାର ସର୍ବାଙ୍ଗୀନ ବିକାଶ ପାଇଁ ପ୍ରତିଶ୍ରୁତିବଦ୍ଧ ବୋଲି ସେ କହିଥିଲେ।ଆମ ସରକାର ଲୋକ ଙ୍କ ସରକାର । ଗତ ଦୁଇ ବର୍ଷ ମଧ୍ୟରେ ୧୪୬୫୧ ଅଭିଯୋଗ ଗ୍ରହଣ ହୋଇଥିବା ବେଳେ ଶତକଡା ୯୫ ହାରରେ ୧୩୮୯୭ ଟି ର ସମାଧାନ ହୋଇଛି।୮୬ ଜଣ ହିତାଧିକାରୀଙ୍କୁ ୭୩ଲକ୍ଷ ୮୦ ହଜାର ଟଙ୍କାର ସହାୟତା ଦିଆଯାଇଛି।ପୁରୀ ଜିଲ୍ଲା ରେ ଖାଦ୍ୟ ସୁରକ୍ଷା ଯୋଜନା ରେ ଜାତୀୟ ଓ ରାଜ୍ୟ ର ମୋଟ ୧୨୮୭୭୬୭ ଜଣ ହିତାଧିକାରୀ ଙ୍କୁ ମଇ ଓ ଜୁନ ମାସ ଠାରୁ ମୁଣ୍ଡ ପିଛା ୫ କେଜି ପରିବର୍ତ୍ତେ ୧୦ କେଜି ଲେଖାଏଁ ଚାଉଳ ଦିଆଯାଉଛି।ସୁଭଦ୍ରା ଯୋଜନା ରେ ଜିଲ୍ଲାର ୪୨୦୦୦୩ ଜଣ ହିତାଧିକାରୀ ଙ୍କୁ ୮୫୩ କୋଟି ୫୮ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି। ଜିଲ୍ଲାର ୧୭୬୧୩ ଜଣ ଲକ୍ଷ ପତି ଦିଦି ସୃଷ୍ଟି ହୋଇଛି ।
ଜିଲ୍ଲାରେ ୭୧୭୬୬୨ ଜଣ ଙ୍କୁ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା କାର୍ଡ ପ୍ରଦାନ କରାଯାଇଥିବା ଵେଳେ ପ୍ରାୟ ୫୮ ହଜାର ବ୍ୟକ୍ତି ଉପକୃତ ହୋଇଛନ୍ତି।ଚିକିତ୍ସା ସୁବିଧା ବାବଦରେ ଖର୍ଚ୍ଚ ହୋଇଛି ୩୦୩,୬୩,୯୦,୬୯୨ ଟଙ୍କା।ବୟୋ ବନ୍ଦନା ଯୋଜନା ରେ ୩୮୬୭୦କାର୍ଡ ବଣ୍ଟନ କରାଯାଇଛି।ପ୍ରଧାନମନ୍ତ୍ରୀ ଆଦର୍ଶ ଗ୍ରାମ ଯୋଜନା ରେ ୩୧ ଟି ଗ୍ରାମକୁ ୪୦ ଲକ୍ଷ ଟଙ୍କା ଲେଖାଏଁ ପ୍ରଦାନ କରାଯାଇଛି ବୋଲି କହିବା ସହ ପୁରୀ ଆଇଟିଆଇ କୁ ଉତ୍କର୍ଷ ଆଇଟିଆଇରେ ପରିଣତ କରାଯିବ ବୋଲି ସୂଚନା ଦେଇଥିଲେ।ଏହି ପରିପ୍ରେକ୍ଷୀରେ ମନ୍ତ୍ରୀ ଶ୍ରୀ ସ୍ବାଇଁ ,ସରକାରଙ୍କ ଅନ୍ୟାନ୍ୟ ଉଲ୍ଲେଖନୀୟ ତଥା ସଫଳ ଯୋଜନା ବିଷୟରେ ଅବଗତ କରାଇଥିଲେ ।ପ୍ରକୃତ ହିତାଧିକାରୀ ଯେପରି ଏହି ସବୁ ଯୋଜନାର ଅଧିକରୁ ଅଧିକ ଫାଇଦା ପାଇପାରିବେ ସରକାର ସେଥିପାଇଁ ଚେଷ୍ଟିତ ଅଛନ୍ତି।ଆମର ଲକ୍ଷ୍ୟ କୌଣସି ପ୍ରକୃତ ହିତାଧିକାରୀ ଯୋଜନା ରୁ ବଞ୍ଚିତ ନ ହେଉ ଓ ଧାଡିର ଶେଷ ଲୋକ ପର୍ଯ୍ୟନ୍ତ ବିକାଶ ପହଞ୍ଚୁ ବୋଲି କହିଥିଲେ।ଏହି କାର୍ଯ୍ୟକ୍ରମରେ ଗିଲାପାଳ ଦିବ୍ୟ ଜ୍ୟୋତି ପରିଡା ସମସ୍ତଙ୍କୁ ସ୍ବାଗତ କରିଥିଲେ।ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ସ୍ନେହା ଅରୁଗୁଳା ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।କାର୍ଯ୍ୟକ୍ରମ କୁ ସୂଚନା ଓ ଲୋକସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ ପରିଚାଳନା କରିଥିଲେ।ଏହି ଅବସରରେ ନୀଳାଚଳ ଅର୍ବାନ ହାଟ ଠାରେ ବିଭିନ୍ନ ବିଭାଗ ପକ୍ଷରୁ ଆୟୋଜିତ ୩ ଦିନିଆ ବିକାଶ ପ୍ରଦର୍ଶନୀ କୁ ମନ୍ତ୍ରୀ ଊଦଘାଟନ କରି ସମସ୍ତ ଷ୍ଟଲ ପରିଦର୍ଶନ କରିଥିଲେ।
