Uncategorized

ବିକାଶର ଧାରା, ଓଡ଼ିଶା ସାରା ପଦର୍ଶନୀ ଓ ଆଲୋଚନା ଚକ୍ର ଉଦଯାପିତ

Spread It

ନିମାପଡ଼ା,୨୦/୬ (ଏ.ପି ନିୟୁଜ)  ସରକାର ୨ବର୍ଷ ଶାସନରେ କାର୍ଯ୍ୟକାରୀ ହେଉଥିବା ଯୋଜନାର  ସଫଳତାକୁ ଜନସାଧାରଣଙ୍କ  ନିକଟରେ ପହଁଞ୍ଚାଇବା ପାଇଁ ବ୍ଲକ ଅଫିସ ପରିସରେ ବିଭିନ୍ନ ବିଭାଗ ପକ୍ଷରୁ  ସଫଳ ଯୋଜନା ବିଷୟରେ ପ୍ରଦର୍ଶନୀ ଷ୍ଟଲ ଏବଂ ରାଜ୍ୟର ବିକଶ ସଂପର୍କରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା। ତିନିଦିନ ଧରି ଅନୁଷ୍ଠିତ କାର୍ଯ୍ୟକ୍ରମ ଆଜି ସଂରକ୍ଷଣରୁ ଶସକ୍ତିକରଣ ଜନଜାତି ସମ୍ବାଦ ବୈଠକ ମାଧ୍ୟମରେ ବିଡ଼ିଓ ଉଦଯାପିତ କରିଛନ୍ତି। ଆଜି ଅନୁଷ୍ଠିତ ଆଲୋଚନା ଚକ୍ରରେ ଅନୁସୂଚିତ ଜନଜାତି ଓ ଅନୁସୁଚିତ ଜାତି ଉନ୍ନୟନ , ସଂଖ୍ୟାଲଗୁ ସମ୍ପ୍ରଦାୟ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ ସଂପର୍କରେ ଆଲୋଚନା କରାଯାଇଥିଳା। ରାଜ୍ୟସରକାର ଅନୁସୁଚିତ ଜନଜାତି ଓ ଅନୁସୁଚିତ ଜାତି ଉନ୍ନୟନ , ସଂଖ୍ୟାଲଗୁ ସମ୍ପ୍ରଦାୟ  ଓ ପଛୁଆବର୍ଗ କଲ୍ୟାଣ ବିଭାଗ ଛାତ୍ରମାନଙ୍କ ପାଇଁ ପ୍ରାକ –ମାଟ୍ରିକ  ଛାତ୍ରବୃତ୍ତି ଯୋଜନା, ଦକ୍ଷତା ବିକାଶସହ ନିଯୁକ୍ତି ସୁଯୋଗ । ମାଗଣାରେ ତାଲିମଦେବା ୧ରୁ ୩ମାସ ମଧ୍ୟରେ ନିଯୁକ୍ତି ଦେବାଏବଂ ପ୍ରଧାନମନ୍ତ୍ରୀ ଜାତି ଅଭ୍ୟୁଦୟ ଯୋଜନାରେ ଗ୍ରାମାଞ୍ଚଳରେ ବାସକରୁଥିବା ଜାତିପରିବାର ଗୁଡ଼ିକୁ ଆର୍ଥିକ ସହୟତା ଦେବା, ଭିତ୍ତିଭୁମି ବିକାଶକରି ସାମାଜିକସ ଆର୍ଥିକ ଉନ୍ନତି ଆଣିବା, ଆବାସିକ ବିଦ୍ୟାଳୟ ପ୍ରତି‌ଷ୍ଠାକରି ଶିକ୍ଷାର ବିକାଶ କରିବା ସାକ୍ଷରତା ହାର ବଢାଇବାଇତ୍ୟାଦି ବିଷୟରେ ଆଲୋଚନା କରାଯାଇଥିଲା।  ପଞ୍ଚାୟତ ସମିତି ଅଧ୍ୟକ୍ଷ ଶଙ୍କର ଭୋଇଙ୍କ ସଭାପତିତ୍ବରେ ଅନୁଷ୍ଠିତ ବିଡ଼ିଓ ଅଭିଜିତ ଷଡ଼ଙ୍ଗୀ, ସାସଂଦ ପ୍ରତିନିଧି ମୀନଲତା ମହାନ୍ତି, ସମିତି ସଭ୍ୟ ସବିତା ମଲିକ, ଗୋଷ୍ଠୀ ନେତ୍ରୀ ଝିଲିଲତା ଦାସ, ଅନୁସୂଚିତ ଜାତିର ଯୁବ ପ୍ରତିଭା ଚନ୍ଦ୍ର ଶେଖର ସେଠୀ,  ଡ଼ବ୍ଲୁ ଇଓ ଇନଚାର୍ଯ୍ୟ   ଶ୍ରୀନିବାସ ମହାନ୍ତି ପ୍ରମୁଖ ଉପସ୍ଥିତ ରହି ଆଳୋଚନାରେ ଅଶଂ ଗ୍ରହର କରିଥିଲେ।

Leave a Reply

Your email address will not be published. Required fields are marked *