ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ରାଜ୍ୟସ୍ତରୀୟ ସହରାଞ୍ଚଳ ଜନସମ୍ପର୍କ କାର୍ଯ୍ୟକ୍ରମର ଶୁଭାରମ୍ଭ
ପୁରୀ, ୨୪ /୬/୨୬ ( ଏ.ପି ନିୟୁଜ):ଏକ ସ୍ୱଚ୍ଛ, ନାଗରିକ-କେନ୍ଦ୍ରିକ ଏବଂ ଭବିଷ୍ୟତ-ଉପଯୋଗୀ ସହରୀ ଶାସନ ପ୍ରତି ନିଜର ପ୍ରତିବଦ୍ଧତାକୁ ଦୋହରାଇ, ଓଡ଼ିଶା ସରକାରଙ୍କ ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଆଜି ପୁରୀ ମହାନଗର ନିଗମଠାରେ “ବିକାଶ ର ଧାରା ଓଡ଼ିଶା ସାରା” ଆଭିମୁଖ୍ୟରେ ରାଜ୍ୟସ୍ତରୀୟ ସହରାଞ୍ଚଳ ଜନସମ୍ପର୍କ ଓ ନାଗରିକ ସହଭାଗିତା କାର୍ଯ୍ୟକ୍ରମ – ୨୦୨୬ ଆୟୋଜିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ ଗତ ଦୁଇ ବର୍ଷ ମଧ୍ୟରେ ଓଡ଼ିଶାର ସହରାଞ୍ଚଳରେ ହୋଇଥିବା ରୂପାନ୍ତରଣକାରୀ ପଦକ୍ଷେପଗୁଡ଼ିକୁ ପ୍ରଦର୍ଶିତ କରାଯାଇଥିଲା ଏବଂ ନାଗରିକ, ହିତାଧିକାରୀ ଓ ସରକାରୀ ପ୍ରତିନିଧିମାନଙ୍କ ମଧ୍ୟରେ ସିଧାସଳଖ ଆଲୋଚନା ହୋଇଥିଲା।ଏହି କାର୍ଯ୍ୟକ୍ରମରେ ମାନ୍ୟବର ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣ ଚନ୍ଦ୍ର ମହାପାତ୍ର ଯୋଗଦେଇ ସହରୀ ଭିତ୍ତିଭୂମି, ଗୃହନିର୍ମାଣ, ଯାତାୟାତ, ପାନୀୟ ଜଳ ଯୋଗାଣ, ପରିମଳ ଏବଂ ଡିଜିଟାଲ ଶାସନ କ୍ଷେତ୍ରରେ ପୁଞ୍ଜିନିବେଶ ମାଧ୍ୟମରେ ସ୍ୱଚ୍ଛ, ସ୍ମାର୍ଟ, ଅଧିକ ସମାବେଶୀ ଓ ସୁଦୃଢ଼ ସହର ଗଠନ ପାଇଁ ରାଜ୍ୟ ସରକାରଙ୍କ ପ୍ରୟାସ ଉପରେ ଆଲୋକପାତ କରିଥିଲେଏବଂ ବିକାଶର ସୁଫଳ ଯେପରି ସହରର ପ୍ରତ୍ୟେକ ପରିବାର ଏବଂ ନାଗରିକ ପାଖରେ ପହଞ୍ଚିପାରିବ, ତାହା ସରକାର ନିଶ୍ଚିତ କରୁଛନ୍ତି। ପୁରୀ ସହରକୁ ମୁଖ୍ୟମନ୍ତ୍ରୀ ସ୍ମାର୍ଟ ଯୋଜନାରେ ସାମିଲ କରାଯିବ ଓ ବିଶ୍ବସ୍ତରୀୟ କରାଯିବ। , ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଉଷା ପାଢ଼ୀ ଅଂଶଗ୍ରହଣକାରୀମାନଙ୍କୁ ସ୍ବାଗତ କରି ନୂତନତା ନାଗରିକ ସହଭାଗିତା ଓ ପ୍ରଜୁକ୍ତି ବିଦ୍ୟା ଆଧାରିତ ସେବା ପ୍ରଦାନ ମହରୀ ଶାସନକୁ ସୁଦୃଢ କରିବା ପାଇଁ ବିଭାଗର ଆଭିମୁଖ୍ୟ ଉପସ୍ଥାପନ କରିଥିଲେଏହି କାର୍ଯ୍ୟକ୍ରମର ଅନ୍ୟତମ ମୁଖ୍ୟ ଆକର୍ଷଣ ଥିଲା ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗର “ଦୁଇ ବର୍ଷର ସଫଳତା ସମୀକ୍ଷା ରିପୋର୍ଟ (୨୦୨୪-୨୦୨୬)”ର ଉନ୍ମୋଚନ, ଯେଉଁଥିରେ ଏହି ଅବଧି ମଧ୍ୟରେ ହୋଇଥିବା ପ୍ରମୁଖ ସଂସ୍କାର, ଭିତ୍ତିଭୂମିର ସଫଳତା ଏବଂ ନାଗରିକ-କେନ୍ଦ୍ରିକ ପଦକ୍ଷେପଗୁଡ଼ିକୁ ସ୍ଥାନ ଦିଆଯାଇଛି। ବିଧାୟକ ସୁନୀଲ ମହାନ୍ତି ଉପସ୍ଥିତି ଥିଲେ।
