ସ୍ୱର୍ଗତ ସୁରେନ୍ଦ୍ରନାଥ ନାୟକଙ୍କ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ଉନ୍ମୋଚନ ଜୁଲାଇ ପାଞ୍ଚ
:
ଅସ୍ତରଙ୍ଗ: ୨୮/୬ (ଦୁଃଶାସନ ନାୟକ,ଏପି ନିୟୁଜ)କାକଟପୁର ନିର୍ବାଚନମଣ୍ଡଳୀର ଲୋକପ୍ରିୟ ଜନନେତା, ବିଚିକ୍ଷଣ ରାଜନୀତିଜ୍ଞ ତଥା ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ ସୁରେନ୍ଦ୍ରନାଥ ନାୟକଙ୍କ ଦ୍ୱିତୀୟ ଶ୍ରାଦ୍ଧ ବାର୍ଷିକୀ ଉପଲକ୍ଷେ ଆସନ୍ତା ଜୁଲାଇ ୫ ତାରିଖରେ କାକଟପୁରସ୍ଥିତ ପଦ୍ମଚରଣ ସାମନ୍ତ ସିଂହାର ମେମୋରିଆଲ ଟ୍ରଷ୍ଟ ପରିସରରେ ଭବ୍ୟ ପ୍ରତିମୂର୍ତ୍ତି ଉନ୍ମୋଚନ ଓ ସ୍ମୃତିଚାରଣ ସମାରୋହ ଅନୁଷ୍ଠିତ ହେବାକୁ ଯାଉଛି । ଏହି ଅବସରରେ ସ୍ୱର୍ଗତ ନାୟକଙ୍କ ଏକ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ସ୍ଥାପନ ଓ ଉନ୍ମୋଚନ କରାଯଵସ୍ମୃତି ଚରଣ ସଙା ଓ ପ୍ରତିମୂର୍ତ୍ତିକୁ ଉନ୍ମୋଚନ କରିବେ ପୂର୍ବତନ ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ଶ୍ରୀ ନବୀନ ପଟ୍ଟନାୟକ ଆଭାସୀ ମାଧ୍ୟମରେ ଯୋଗଦେବେ। ଏହା ସହିତ ରେଢ଼ାଖୋଲର ମାନ୍ୟବର ବିଧାୟକ ପ୍ରସନ୍ନ ଆଚାର୍ଯ୍ୟ, ଆଠଗଡ଼ର ମାନ୍ୟବର ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, କାକଟପୁରର ମାନ୍ୟବର ବିଧାୟକ ତୁଷାରକାନ୍ତି ବେହେରା, ବିଶିଷ୍ଠ ଗାନ୍ଧିବାଦୀ ଚିନ୍ତକ ପ୍ରହଲ୍ଲାଦ ସିଂ ଏବଂ ପଦ୍ମଚରଣ ସାମନ୍ତ ସିଂହାର ମେମୋରିଆଲ ଟ୍ରଷ୍ଟର ଅଧ୍ୟକ୍ଷ ସ୍ୱାଧୀନ କୁମାର ନାୟକ ପ୍ରମୁଖଙ୍କର ଉପସ୍ଥିତି ରହିବ।ପ୍ରତିମୂର୍ତ୍ତି ଉନ୍ମୋଚନ ପରେ ସକାଳ ୧୧ଟା ୧୫ ମିନିଟରେ ସ୍ମୃତିଚାରଣ ସଭା ଅନୁଷ୍ଠିତ ହେବ। ସଭାରେ ସ୍ୱର୍ଗତ ସୁରେନ୍ଦ୍ରନାଥ ନାୟକଙ୍କ ଦୀର୍ଘ ଜନସେବା, ରାଜନୈତିକ ଦୂରଦର୍ଶିତା, ସାଧାରଣ ଲୋକଙ୍କ ପ୍ରତି ତାଙ୍କର ଅକୃତ୍ରିମ ଭଲପାଇବା ଓ କାକଟପୁର ଅଞ୍ଚଳର ବିକାଶରେ ତାଙ୍କର ଅବିସ୍ମରଣୀୟ ଅବଦାନ ସମ୍ପର୍କରେ ବିଶିଷ୍ଟ ଅତିଥିମାନେ ମତବ୍ୟକ୍ତ କରିବେ।ରାଜନୀତିରେ ସ୍ୱର୍ଗତ ସୁରେନ୍ଦ୍ରନାଥ ନାୟକ ଜଣେ ସର୍ବଜନ ଗ୍ରହଣୀୟ, ସରଳ, ନିରହଙ୍କାର ଓ ଜନମୁଖୀ ନେତା ଭାବେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ। ଜନସାଧାରଣଙ୍କ ସୁଖ-ଦୁଃଖରେ ସବୁବେଳେ ସାମିଲ ହେବା ସହ ଅଞ୍ଚଳର ସାମଗ୍ରିକ ବିକାଶ ପାଇଁ ତାଙ୍କର ଅବଦାନ ଆଜି ମଧ୍ୟ ଅଞ୍ଚଳବାସୀଙ୍କ ସ୍ମୃତିରେ ଅମ୍ଳାନ ରହିଛି। ସେହି ଅବିସ୍ମରଣୀୟ ସ୍ମୃତିକୁ ଚିରସ୍ଥାୟୀ କରିବା ଉଦ୍ଦେଶ୍ୟରେ ଏହି ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ସ୍ଥାପନ କରାଯ ପଦ୍ମଚରଣ ସାମନ୍ତ ସିଂହାର ମେମୋରିଆଲ ଟ୍ରଷ୍ଟ ଏବଂ ସୁରେନ୍ଦ୍ର ନାଥ ମେମୋରିଆଲ ଟ୍ରଷ୍ଟ ପକ୍ଷରୁ ସମସ୍ତ ଶୁଭେଚ୍ଛୁ, ସମର୍ଥକ, ବୁଦ୍ଧିଜୀବୀ ଓ ଅଞ୍ଚଳବାସୀଙ୍କୁ ଏହି ଶ୍ରଦ୍ଧାଞ୍ଜଳି ଶ୍ରାଦ୍ଧବାର୍ଷିକୀ ସମାରୋହରେ ଶ୍ରଦ୍ଧାର ସହ ଯୋଗଦେଇ ସ୍ୱର୍ଗତ ସୁରେନ୍ଦ୍ରନାଥ ନାୟକଙ୍କ ପ୍ରତି ସାମୂହିକ ଶ୍ରଦ୍ଧାଞ୍ଜଳି ଜଣାଇବାକୁ ସମସ୍ତଙ୍କୁ ସବିନୟ ନିମନ୍ତ୍ରଣ କରାଯାଇଛି ।ଏଠାରେ ପ୍ରକାଶ ଯୋଗ୍ୟ ଜେ, ସ୍ୱର୍ଗତ ନାୟକ ଙ୍କ ଘର ଅସ୍ତରଙ୍ଗ ବ୍ଲକ ଅଧୀନ ଅଣକଣା ଗ୍ରାମ ରେ ଅଟେ
l
